ETV Bharat / state

ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା, ବାହାର ପଟୁ କବାଟ ଦେଇ କଲେ ଲୁଟ

author img

By

Published : Oct 7, 2020, 11:39 AM IST

ଖୋର୍ଦ୍ଧାରେ ମାତିଛନ୍ତି ଲୁଟେରା । ବାହାରୁ ପଟୁ କବାଟ ଦେଇ ଘରୁ ଲୁଟିଲେ ସୁନା ଗହଣା ଓ ଟଙ୍କା । ପୋଲିସ ତଦନ୍ତ ଜାରି । ଅଧିକ ପଢନ୍ତୁ....

loot in khordha
ମାତିଛନ୍ତି ଲୁଟେରା ,ବାହାର ପଟୁ କବାଟ ଦେଇ କଲେ ଲୁଟ

ଖୋର୍ଦ୍ଧା: ଦିନକୁ ଦିନ ବଢିବାରେ ଲାଗିଛି ଛିନତାଇ ଓ ଲୁଟ ପରି ଘଟଣା । ଲୁଟେରାମାନେ ଚକମା ଦେଇ ପ୍ରଦିଦିନ କରୁଛନ୍ତି ଲୁଟ । ଖୋର୍ଦ୍ଧା ହଲଦୀପଦା ଗାଁରୁ ବାହାରୁ କବାଟ ଦେଇ ଲୁଟ କରିଛନ୍ତି ଲୁଟେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ମାତିଛନ୍ତି ଲୁଟେରା ,ବାହାର ପଟୁ କବାଟ ଦେଇ କଲେ ଲୁଟ

ସୂଚନା ଅନୁସାରେ, ଗାଁର ବିରଞ୍ଚି ନାରାୟଣ ରାଉତରାୟଙ୍କ ଘରେ ବିଳମ୍ବିତ ରାତିରେ ଗ୍ରୀଲର ତାଲା ଭାଙ୍ଗି ଘରେ ପସିଥିଲେ ଲୁଟେରା । ଆଉ ଘରର କବାଟ ବାହାର ପଟୁ ବନ୍ଦ କରି ଲୁଟ କରିଥିଲେ ସୁନାଗହଣା ଓ ଟଙ୍କା । ଝିଅ ବାହାଘର ପାଇଁ ରଖିଥିବା ସୁନା ଅଳଙ୍କାର ସମେତ ନଗଦ 25,000 ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.