ETV Bharat / state

ଇଡ୍‌କୋକୁ ଜମି ପ୍ରଦାନ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମେଳି

author img

By

Published : Nov 6, 2022, 5:31 PM IST

ଇଡ୍‌କୋକୁ ଜମି ପ୍ରଦାନ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମେଳି । ଖୋର୍ଦ୍ଧା ବେଗୁନିଆ ବ୍ଲକ କୁଶପଲ୍ଲା ଗ୍ରାମରେ ୩୨୯ ଏକର ସରକାରୀ ଜମି ଇଡ୍‌କୋକୁ ଦେବାପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରକ୍ରିୟା । ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିବା ଦେଖିବାକୁ ମିଳିଛି । ଇଡ୍‌କୋକୁ ଜମି ନଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଇଡ୍‌କୋକୁ ଜମି ପ୍ରଦାନ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମେଳି
ଇଡ୍‌କୋକୁ ଜମି ପ୍ରଦାନ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମେଳି

ଖୋର୍ଦ୍ଧା: ଇଡ୍‌କୋକୁ ଜମି ପ୍ରଦାନ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମେଳି । ବେଗୁନିଆ ବ୍ଲକ କୁଶପଲ୍ଲା ଗ୍ରାମରେ ୩୨୯ ଏକର ସରକାରୀ ଜମିକୁ ଇଡ୍‌କୋକୁ ଦେବାପାଇଁ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଥିବା ଦେଖିବାକୁ ମିଳିଛି । ଏହି ଦାବି ସମ୍ପର୍କରେ ସରକାର ପଦକ୍ଷେପ ଗ୍ରହଣ ନକଲେ ଆଗମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କୁଶପଲ୍ଲା ଓ ନିକଟସ୍ଥ ଅଞ୍ଚଳ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଡ୍‌କୋକୁ ଜମି ପ୍ରଦାନ ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ମେଳି

କୁଶପଲ୍ଲା ଓ ନିକଟସ୍ଥ ଅଞ୍ଚଳ ସୁରକ୍ଷା ସମିତି ପକ୍ଷରୁ କୁଶପଲ୍ଲା, ବଡ଼ବେରଣା ଓ ସିମୋର ଗ୍ରାମରେ ଶତାଧିକ ଲୋକ ଏକାଠି ହୋଇ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରିଛନ୍ତି । ପ୍ରସ୍ତାବିତ ସ୍ଥାନରେ ପରିବେଶବିତ ତଥା ପୂର୍ବତନ ବିଧାୟକ ଦୀଲ୍ଲିପ ଶ୍ରୀଚନ୍ଦନ ଯୋଗଦେଇ ଏକ ପ୍ରତିବାଦ ସଭା ଆୟୋଜନ କରିଥିଲେ । ବିଶେଷକରି ଇଡ୍‌କୋ ଏଠାରେ ଜମି ଅଧିଗ୍ରହଣ କରି କଣ କରିବ ତାହା ସ୍ପଷ୍ଟ କରିବା ଦରକାର ବୋଲି ଦାବି କରାଯାଇଛି । ସେହିପରି ଇଡ୍‌କୋ ଯେଉଁ ୩୨୯ ଏକର ଜମି ଅଧିଗ୍ରହଣ କରିବାର ଯୋଜନା କରାଯାଇଛି ସେଥିରେ ବିସ୍ତୀର୍ଣ୍ଣ କାଜୁ ଜଙ୍ଗଲ, ଗୋଚର ଭୂମି, ପୋଖରୀ, ଶ୍ମଶାନ, ଖେଳ ପଡିଆ ଯାଉଛି । ସେଥିପାଇଁ ଏହି ସ୍ଥାନକୁ ଇଡ୍‌କୋକୁ ନଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ସେହିପରି ୧୯୮୫ ମସିହାରେ ସମନ୍ବିତ ଗ୍ରାମ ଉନ୍ନୟନ ଯୋଜନାରେ ଗରିବ ଆଦିବାସୀ ପରିବାରଙ୍କୁ ୨ ଏକର ଲେଖାଏଁ କାଜୁ ଜଙ୍ଗଲ ସରକାର ପ୍ରଦାନ କରିଥିବା ବେଳେ ସେଥିରୁ ସେମାନେ ଚଳୁଥିବା କହିଛନ୍ତି । ସରକାର ଏଠାରୁ ଜମି ନେଇପାରିବେ ନାହିଁ ବୋଲି ଆଜି ଶତାଧିକ ମହିଳା ଓ ପୁରୁଷ ଏକାଠି ହୋଇ ପ୍ରତିବାଦ କରିଥିଲେ । ଗ୍ରାମବାସୀଙ୍କ ଏହି ଦାବି ସମ୍ପର୍କରେ ସରକାର ପଦକ୍ଷେପ ଗ୍ରହଣ ନକଲେ ଆଗମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କୁଶପଲ୍ଲା ଓ ନିକଟସ୍ଥ ଅଞ୍ଚଳ ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.