ETV Bharat / state

ନ୍ୟାୟ ମାଗି ନିରାଶ; ଇଚ୍ଛାମୃତ୍ୟୁ ମାଗୁଛି ପରିବାର

author img

By

Published : Aug 23, 2019, 11:14 PM IST

ନ୍ୟାୟ ମାଗି ମାଗି ନିରାଶ ହେବାରୁ ଏବେ ମାଗୁଛନ୍ତି ଇଚ୍ଛାମୃତ୍ୟୁ । ଜମିଜମା ବିବାଦକୁ ନେଇ ପାରିବାରିକ କଳହରେ ଦୀର୍ଘଦିନ ଧରି ଛନ୍ଦି ହେବା ପରେ ଗାଁରେ ନିଆଁ ପାଣି ବାସନ୍ଦ ପାଇଁ ସପରିବାରର ଇଚ୍ଛାମୃତ୍ୟୁ ଆବେଦନ ।

ମାଗିଲେ ହକ୍‌ ମିଳିଲାନି ନ୍ୟାୟ, ଏବେ ମାଗୁଛନ୍ତି ଇଚ୍ଛା ମୃତ୍ୟୁ

ଖୋର୍ଦ୍ଧା: ନ୍ୟାୟ ମାଗି ମାଗି ନିରାଶ ହେବାରୁ ଏବେ ମାଗୁଛନ୍ତି ଇଚ୍ଛାମୃତ୍ୟୁ । ଜମିଜମା ବିବାଦକୁ ନେଇ ପାରିବାରିକ କଳହରେ ଦୀର୍ଘଦିନ ଧରି ଛନ୍ଦି ହେବା ପରେ ଗାଁରେ ନିଆଁ ପାଣି ବାସନ୍ଦ ପାଇଁ ସପରିବାରର ଇଚ୍ଛାମୃତ୍ୟୁ ଆବେଦନ । ନା ଶୁଣିଲା ପ୍ରଶାସନ, ନା ଗାଁ । ଯେଉଁଥିପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ମଶାଣିଆ ଗ୍ରାମର ଜୟକୃଷ୍ଣ ସାହୁଙ୍କ ପରିବାର ଇଚ୍ଛାମୃତ୍ୟୁ ପାଇଁ କରିଛନ୍ତି ନିବେଦନ ।

ମାଗିଲେ ହକ୍‌ ମିଳିଲାନି ନ୍ୟାୟ, ଏବେ ମାଗୁଛନ୍ତି ଇଚ୍ଛା ମୃତ୍ୟୁ

ଜଣେ ପଡୋଶୀ ଜୟକୃଷ୍ଣଙ୍କ କିଛି ଜାଗା ଜବରଦଖଲ କରିଥିବା ନେଇ ଦୁଇ ପରିବାରରେ ଦୀର୍ଘ 8 ବର୍ଷ ଧରି ଲାଗିରହିଛି କଳହ। ଏନେଇ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପାଖକୁ ଦୌଡି ଦୌଡି ନିରାଶ ହେବା ପରେ ଗାଁରେ ଅଭିଯୋଗ କରିଥିଲେ ଜୟକୃଷ୍ଣ । ହେଲେ ଗାଁ କମିଟି ନ ଶୁଣିବାରୁ ଜୟକୃଷ୍ଣ ନ୍ୟାୟାଳୟର ଦ୍ବାରସ୍ଥ ହେବାପରେ ଜବରଦଖଲ ଉଚ୍ଛେଦ ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ । ତେବେ କୋର୍ଟର ନିର୍ଦ୍ଦେଶ ପରେ ଗାଁରୁ ସାମାଜିକ ବାସନ୍ଦ ହୋଇଛନ୍ତି ସେ । ଖାଲି ଏତିକି ନୁହେଁ, ଜୟକୃଷ୍ଣଙ୍କ ତେଜରାତି ଦୋକାନରୁ ସଉଦା କିଣିବା ପାଇଁ ଗ୍ରାମବାସୀଙ୍କୁ ବାରଣ କରିଛି ଗାଁ କମିଟି । ତାଙ୍କ ଝିଅ ମଧ୍ୟ ପାଠପଢାରୁ ବଞ୍ଚିତ ହୋଇଥିବା କହିଛନ୍ତି ଜୟକୃଷ୍ଣ । ଅନ୍ୟପଟେ ଜୟକୃଷ୍ଣଙ୍କ ଇଚ୍ଛାମୃତ୍ୟୁ ଆବେଦନକୁ ଭିତ୍ତିହୀନ କହିଛନ୍ତି ସ୍ଥାନୀୟ ତହସିଲଦାର ।

ଦୁଇ ପରିବାରରେ କଳହ ସାଙ୍ଗକୁ ଗାଁରୁ ନିଆଁପାଣି ବାସନ୍ଦ ଯୋଗୁଁ ଭାଙ୍ଗିପଡିଥିବା ଜୟକୃଷ୍ଣଙ୍କ ପରିବାରର ଇଚ୍ଛମୃତ୍ୟୁ ଆବେଦନକୁ ପ୍ରଶାସନ ଗ୍ରହଣ କରୁଛି ନା ତାଙ୍କୁ ନ୍ୟାୟ ଦେଉଛି । ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ସମ୍ବଲପୁର ଉତ୍ତରାଞ୍ଚଳ ଡ଼ିଆଇଜି ଭାବେ ଆଜି ଯୋଗ ଦେଇଛନ୍ତି ବରିଷ୍ଠ ଆଇ ପି ଏସ ହିମାଂଶୁ ଲାଲ। ଏହି ଅବସରରେ ଆଜି ଉତ୍ତରାଞ୍ଚଳ ରେଞ୍ଜ ଅଧୀନରେ ଆସୁଥିବା ଜିଲ୍ଲା ଗୁଡିକର ଏସପି ନୂଆ ଡ଼ିଆଇଜି ଭାବେ ଯୋଗ ଦେଇଥିବା ହିମାଂଶୁ ଲାଲ ଙ୍କୁ ସ୍ୱାଗତ କରିଛନ୍ତି।


Body:ଆଜି ସମ୍ବଲପୁର ଉତ୍ତରାଞ୍ଚଳ ଡ଼ିଆଇଜି ଭାବେ ଯୋଗ ଦେଇଛନ୍ତି ହିମାଂଶୁ ଲାଲ।ଏହି ଅବସରରେ ସେ ନିଜ ରେଞ୍ଜର ଜିଲ୍ଲା ଗୁଡିକର ଆଇନ ଶୃଙ୍ଖଳା ପରିସ୍ଥିତି ସୁଧାରିବା ସହ, ମାଓ ଗତିବିଧି ଉପରେ ରୋକ ଲଗାଇବାକୁ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ରାଜ୍ୟ ସରକାର ଙ୍କ ନିର୍ଦେଶ ଅନୁସାରେ 5t ଅନୁଯାୟୀ କାମ କରିବେ ବୋଲି କହିଛନ୍ତି। ଏହା ସହ ଯେପରି କୌଣସି ସାଧାରଣ ଜନତା ଅନ୍ୟାୟ ର ଶିକାର ନହେବେ ସେନେଇ ସେ ସଦା ତତ୍ତ୍ୱର ରହିବେ ଓ ଅପରାଧୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।


Conclusion:ଅନ୍ୟ ପଟେ ଆଜି ସମ୍ବଲପୁର ରେଞ୍ଜ ର ବିଦାୟୀ ଡିଆଇଜି ସତ୍ୟବ୍ରତ ଭୋଇ ମଧ୍ୟ ନିଜ କାର୍ଯ୍ୟକାଳ ମଧ୍ୟରେ ଗତ ସାଧରଣ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ କରାଇବା ବଡ଼ ଉପଲବ୍ଧି ବୋଲି କହିଥିଲେ।

ବାଇଟ-1-ହିମାଂଶୁ ଲାଲ, ଡ଼ିଆଇଜି,ସମ୍ବଲପୁର।
ବାଇଟ-2-ସତ୍ୟବ୍ରତ ଭୋଇ, ବିଦାୟୀ ଡ଼ିଆଇଜି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.