ETV Bharat / state

ଉଦଘାଟନ ପରେ ଆଉ ଖୋଲିନି ICU, ହନ୍ତସନ୍ତ ହେଉଛନ୍ତି ରୋଗୀ

author img

By ETV Bharat Odisha Team

Published : Nov 19, 2023, 8:45 AM IST

ଉଦଘାଟନ ଦିନଠୁ ଆଇସିୟୁ(ICU)ରେ ଝୁଲୁଛି ତାଲା । ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନଥିବାରୁ ଉଦଘାଟନ ଦିନଠାରୁ ତାଲା ପଡ଼ିଛି । ଲୋକ ଏପଟେ ହନ୍ତସନ୍ତ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଆଇସିୟୁରେ ଲାଗିଛି ତାଲା
ଆଇସିୟୁରେ ଲାଗିଛି ତାଲା

ଆଇସିୟୁରେ ଲାଗିଛି ତାଲା

ଖୋର୍ଦ୍ଧା: ଉଦଘାଟନ ଦିନଠୁ ଆଇସିୟୁ(ICU)ରେ ଝୁଲୁଛି ତାଲା । ୧୦ଶଯ୍ୟା ବିଶିଷ୍ଟ ଆଇସିୟୁ(ICU) ବନ୍ଦ ପଡ଼ିଛି । ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନଥିବାରୁ ଉଦଘାଟନ ଦିନଠାରୁ ତାଲା ପଡ଼ିଛି । ଖର୍ଚ୍ଚ ହୋଇଛି ପ୍ରାୟ ୨ କୋଟି ଟଙ୍କା । କେବଳ ଯନ୍ତ୍ରପାତି ନୁହେଁ ମାନବ ସମ୍ବଳର ମଧ୍ୟ ଆବଶ୍ୟକତା ରହିଛି ।ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ICU ଉଦଘାଟନ ପରେ ଲୋକଙ୍କ କାମରେ ଲାଗୁନି ।

ଗତ ଅକ୍ଟୋବର ମାସ ୪ତାରିଖରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହୋଇଥିଲା ଆଇସିୟୁ (ICU) । ୧୦ଶଯ୍ୟା ବିଶିଷ୍ଟ ଏଇ ଆଇସିୟୁର ନୂତନ ୟୁନିଟକୁ ଉଦଘାଟନ କରିଥିଲେ ଖୋର୍ଦ୍ଧା ବିଧାୟକ ଓ ଜିଲ୍ଲାପାଳ । କିନ୍ତୁ ଆବଶକ୍ୟ ଡାକ୍ତର ଓ କର୍ମଚାରୀ ନଥିବାରୁ ଉଦଘାଟନ ଦିନଠାରୁ ତାଲା ପଡି ରହୁଛି ଆଇସିୟୁ (ICU)ରେ । ସରକାର କେବଳ ଅର୍ଥ ବ୍ୟୟ କରି ଯନ୍ତ୍ରପାତି ଆଣୁଛନ୍ତି ହେଲେ ସ୍ଵାସ୍ଥ୍ୟ ବିଭାଗରେ ଯେଉଁ ମାନବ ସମ୍ବଳର ଅଭାବ ରହିଛି ସରକାର ତାହାକୁ ପୂରଣ କରି ପାରୁନାହାନ୍ତି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିଛି ଆଇସିୟୁ ନୂତନ କୋଠା ସହିତ ସମସ୍ତ ପ୍ରକାଶ ଚିକିତ୍ସା ସରଞ୍ଜାମ । ଏହାକୁ କିଣିବା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୨କୋଟି ଟଙ୍କା ।

ଏଥିରେ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ୫୦ଲକ୍ଷ ଏବଂ ଖୋର୍ଦ୍ଧା ବିଧାୟକ ପାଣ୍ଠିରୁ ଦେଢ଼ କୋଟି ଟଙ୍କା ବ୍ୟୟ ହୋଇଛି । କିନ୍ତୁ ଜଣେ ହେଲେ ଡାକ୍ତର କିମ୍ବା ପାରା ମେଡିକାଲ ଷ୍ଟାଫ୍‌ ନିଯୁକ୍ତ ନହେବା କାରଣରୁ ଆଇସିୟୁ(ICU) ଉଦଘାଟନ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ଫଳରେ ଗୁରୁତର ରୋଗୀଙ୍କୁ ପୂର୍ବପରି ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ଜଣାପଡ଼ିଛି । ତେଣୁ କେଉଁ ସ୍ବାର୍ଥରେ ୨ କୋଟି ଟଙ୍କା ଖର୍ଚ୍ଚ କରାଗଲା ବୋଲି ପ୍ରଶ୍ନ ଉଠିଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ କାର୍ଯ୍ୟକାରୀ ହେଲା ପ୍ରଥମ ମଡୁଲାର ଓଟି, ଉପକୃତ ହେବେ ଗୁରୁତର ରୋଗୀ

ସେହିପରି ଖାଲି ପଡ଼ିଥିବା ବହୁ ଡାକ୍ତର ପଦ ସହ ପାରା ମେଡିକାଲ ପଦବୀ ଖାଲି ପଡ଼ିଛି । ସରକାର ପ୍ରଥମେ ତାହାକୁ ପୂରଣ କରନ୍ତୁ ଏବଂ ଏହା ପରେ ଆଇସିୟୁ(ICU) ପାଇଁ ସ୍ଵତନ୍ତ୍ର ତାଲିମପ୍ରାପ୍ତ ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଅନ୍ତୁ । ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ କ୍ୟାମେରା ସାମ୍ନାରେ କିଛି କହିନଥିଲେ ମଧ୍ୟ ଆମେ ଆଇସିୟୁ(ICU) ପାଇଁ ଆବଶକ୍ୟ ପଦବୀ ପୂରଣ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ଏବଂ ଖୁବଶୀଘ୍ର ଏହି ପଦବୀ ପୂରଣ ହେଲେ ଆଇସିୟୁ(ICU) କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ନାୟକ କହିଛନ୍ତି ।

ଇଟିଭି ଭାରତ ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.