ETV Bharat / state

ଚାରି ବର୍ଷରେ ଓଡିଶାକୁ ୩୦,୨୮୫.୯୨ କୋଟି ଖାଦ୍ୟ ସବସିଡ

author img

By

Published : May 10, 2023, 8:13 AM IST

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡିଶା ସରକାରଙ୍କୁ ସବସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକାରୀ କରୁଛି । ଅଧିକ ପଢନ୍ତୁ

Food Subsidy Bill
Food Subsidy Bill

ଭୁବନେଶ୍ବର: ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡିଶା ସରକାରଙ୍କୁ ସବସିଡି ଯୋଗାଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାର । ବିଗତ ଚାରି ବର୍ଷ ମଧ୍ୟରେ ଓଡିଶାକୁ ୩୦,୨୮୫.୯୨ କୋଟି ଟଙ୍କା ସବସିଡ ବାବଦରେ ଦିଆଯାଇଛି । ସେହିପରି ନିକଟରେ ରାଜ୍ୟକୁ ଏହି ବାବଦରେ ୨୦୮୪.୯୦ କୋଟି ଟଙ୍କା ମିଳିଛି ।

ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଓଡିଶା ସରକାରଙ୍କୁ ସବସିଡି ଯୋଗାଣ ବିଳମ୍ବିତ ହେବାକୁ ନେଇ କେନ୍ଦ୍ର ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦେଶର ପ୍ରାୟ ୮୦ କୋଟି ହିତାଧିକାରୀଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ କାର୍ଯ୍ୟକାରୀ କରୁଛି । ଯୋଜନାର କାର୍ଯ୍ୟକାରିତା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଲାଗି ବିଭାଗ ପକ୍ଷରୁ ରାଜ୍ୟମାନଙ୍କୁ ଖାଦ୍ୟ ସବସିଡି ଜାରି କରାଯାଏ । ଏହି ଉଦ୍ଦେଶ୍ୟରେ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏମଓୟୁରେ ଦିଆଯାଇଥିବା ସର୍ତ୍ତାବଳୀ ଗୁଡ଼ିକୁ ରାଜ୍ୟ ସରକାରମାନେ ପାଳନ କରିବାର ଆବଶ୍ୟକତା ରହିଛି ।

ମାର୍ଗଦର୍ଶିକା, ଖର୍ଚ୍ଚ ପତ୍ରିକା, ଏନଏଫଏସଏ ଏବଂ ଅନ୍ୟ କଲ୍ୟାଣମୂଳକ ଯୋଜନା ଅଧୀନରେ ଖାଦ୍ୟଶସ୍ୟର ଆବଣ୍ଟନ ଓ ବିତରଣ, ଏଫସିଆଇ ରିକନସିଏଲେସନ, ଉପଯୋଗିତା ପ୍ରମାଣପତ୍ର ଆଦିକୁ ଆଧାର କରି ଖାଦ୍ୟ ସବସିଡି ବାବଦରେ ମିଳିବାକୁ ଥିବା ଅର୍ଥରାଶି ହିସାବ କରାଯାଏ । ଓଡ଼ିଶା ସରକାରଙ୍କ ସହିତ ସ୍ବାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ, କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଗ୍ରହଣୀୟ ଖାଦ୍ୟ ସବସିଡି ନିୟମିତ ଭାବେ ରାଜ୍ୟ ସରକାରଙ୍କୁ ଜାରି କରାଯାଉଛି । ଲକ୍ଷ୍ୟ ଆଧାରିତ ସାର୍ବଜନୀନ ବିତରଣ ପ୍ରଣାଳୀ, ଅନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ଡିଏଫପିଡି ପରିବର୍ତ୍ତନୀୟ ଖର୍ଚ୍ଚର ୯୫% ପର୍ଯ୍ୟନ୍ତ ଏବଂ ସ୍ଥାୟୀ ଖର୍ଚ୍ଚର ୧୦୦% ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ବିତରଣ ଉପରେ ରାଜ୍ୟ ସରକାରଙ୍କ ଖର୍ଚ୍ଚକୁ ଭରଣା କରିଥାଏ ।

ବିଗତ 4 ବର୍ଷ ହେଲା ସବୁ ରାଜ୍ୟ ଅନ୍ନବିତରଣ ପୋର୍ଟାଲରେ ସଦ୍ୟତମ ବିତରଣ ତଥ୍ୟ ଦାଖଲ କରିବା ସହିତ ପୋର୍ଟାଲର ତଥ୍ୟ ସହିତ ମେଳ କରିବା ପରେ ସବସିଡି ଦାବି ଦାଖଲ କରିଛନ୍ତି । ଅନ୍ନବିତରଣ ପୋର୍ଟାଲରେ ରାଜ୍ୟ ସରକାରଙ୍କ ଦ୍ବାରା ଦାବି କରାଯାଇଥିବା ବିତରଣ ତଥ୍ୟ ଏହି ପୋର୍ଟାଲରେ ଥିବା ତଥ୍ୟ ସହିତ ମେଳ ଖାଉନାହିଁ । ଅଡିଟ ହୋଇଥିବା ଏକାଉଣ୍ଟ ତଥ୍ୟ ଦାଖଲ କରାନଯିବା, ଗୁଣବତ୍ତା ସହ ଜଡ଼ିତ କାରଣକୁ ନେଇ ବିଭାଗ ଅସ୍ଥାୟୀ ରୂପରେ ସବସିଡି ଅର୍ଥରାଶି ଜାରି କରିବା ଉପରେ ରୋକ ଲଗାଇଛି । ସବୁ ରାଜ୍ୟ ପାଇଁ ଏହି ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତ ଚାରି ବର୍ଷ ମଧ୍ୟରେ ଓଡ଼ିଶାକୁ ୩୦,୨୮୫.୯୨ କୋଟି ଟଙ୍କା ଜାରି କରାଯାଇଛି । ରାଜ୍ୟକୁ ନିକଟରେ ୨୦୮୪.୯୦ କୋଟି ଟଙ୍କା ଯୋଗାଇ ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.