ETV Bharat / state

ଅଧିଗ୍ରହଣର ଦୁଇ ଦଶନ୍ଧି ପରେ ଜମି ଫେରିପାଇବେ ଚାଷୀ, ଐତିହାସିକ ନିଷ୍ପତ୍ତି କହିଲା ବିଜେଡି

author img

By

Published : Oct 22, 2022, 11:04 PM IST

ଅଧିଗ୍ରହଣର ଦୁଇ ଦଶନ୍ଧି ପରେ ଜମି ଫେରିପାଇବେ ଚାଷୀ । ଦୀର୍ଘ ଦୁଇ ଦଶନ୍ଧି ପରେ ଇଡକୋ ଅଧିଗ୍ରହଣ କରିଥିବା ଚାଷ ଜମିକୁ ଚାଷୀମାନେ ଫେରିପାଇବେ । ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଥିବା 206.685 ଏକର ଜମିକୁ ମୂଳ ମାଲିକଙ୍କୁ ଫେରାଇ ଦିଆଯିବ । ଏନେଇ ନିମନ୍ତେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏହା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ । ଅଧିକ ପଢନ୍ତୁ

ଅଧିଗ୍ରହଣର ଦୁଇ ଦଶନ୍ଧି ପରେ ଜମି ଫେରିପାଇବେ ଚାଷୀ, ଐତିହାସିକ ନିଷ୍ପତ୍ତି କହିଲା ବିଜେଡି
ଅଧିଗ୍ରହଣର ଦୁଇ ଦଶନ୍ଧି ପରେ ଜମି ଫେରିପାଇବେ ଚାଷୀ, ଐତିହାସିକ ନିଷ୍ପତ୍ତି କହିଲା ବିଜେଡି

ଭୁବନେଶ୍ବର: ଅଧିଗ୍ରହଣର ଦୁଇ ଦଶନ୍ଧି ପରେ ଜମି ଫେରିପାଇବେ ଚାଷୀ । ଦୀର୍ଘ ଦୁଇ ଦଶନ୍ଧି ପରେ ଇଡକୋ ଅଧିଗ୍ରହଣ କରିଥିବା ଚାଷ ଜମିକୁ ଚାଷୀମାନେ ଫେରିପାଇବେ । ଗଞ୍ଜାମ ଜିଲ୍ଲାର କାଳିପଲ୍ଲୀ ମୌଜାରେ ଥିବା 206.685 ଏକର ଜମିକୁ ମୂଳ ମାଲିକଙ୍କୁ ଫେରାଇ ଦିଆଯିବ । ଏନେଇ ନିମନ୍ତେ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି । ଏହା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ ।

ଟାଟା ଷ୍ଟିଲ ପ୍ରକଳ୍ପ ନିମନ୍ତେ ଗୋପାଳପୁରର କାଳିପଲ୍ଲୀ ମୌଜାରେ ଇଡକୋ ଦ୍ୱାରା 206.685 ଏକର ଜମି ଅଧିଗ୍ରହଣ ହୋଇଥିଲା । ଜମି ଅଧିଗ୍ରହଣବେଳେ ଜମି ମାଲିକଙ୍କୁ କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ କୌଣସି କାରଣରୁ ସେଠାରେ ଶିଳ୍ପ ପ୍ରତିଷ୍ଠା ହୋଇନଥିଲା । ଏହି ଜମିକୁ ଫେରସ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରି ଆସୁଥିଲେ । ବୃହତ୍ତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଜମିଗୁଡ଼ିକୁ ମୂଳ ଖାତାଧାରୀ କିମ୍ବା ସେମାନଙ୍କର ଉତ୍ତରାଧିକାରୀଙ୍କୁ ଫେରସ୍ତ କରିବେ । ଉକ୍ତ ଜମି ଅଧିଗ୍ରହଣବେଳେ ଜମି ମାଲିକଙ୍କୁ ଦିଆଯାଇଥିବା କ୍ଷତିପୂରଣ ରାଶି ଆଉ ସେମାନଙ୍କୁ ଫେରସ୍ତ କରିବାକୁ ପଡ଼ିବ ନାହିଁ ।

ଇଡକୋ ଦ୍ୱାରା ସେହି ଜମି ମାଲିକମାନଙ୍କୁ ଜମି ଫେରସ୍ତ କରାଯିବ । ଏନେଇ ରେକର୍ଡରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯିବ । ଯାହାକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । କ୍ୟାବିନେଟର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି କଟକ ମେୟର ସୁବାସ ସିଂ । ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ସେ କହିଛନ୍ତି । ଭାରତବର୍ଷରେ ଅନ୍ୟ କୌଣସି ଠାରେ ଏପରି ଦେଖିବାକୁ ମିଳିବ ନାହିଁ । ଚାଷୀଙ୍କ ପ୍ରତି ଅଙ୍ଗୀକାର ବଦ୍ଧତା ଯୋଗୁଁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.