ETV Bharat / state

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

author img

By

Published : Aug 23, 2020, 10:29 PM IST

ବେଗୁନିଆ ଥାନା ଧଳାପଥର ଫାଣ୍ଡି ଧଳାପଥର ବଜାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ଖୋର୍ଦ୍ଧା ଅବକାରୀ ବିଭାଗ ଓ ବେଗୁନିଆ ପୋଲିସ ମିଳିତ ଭାବେ ଚଢଉ କରି ଏହି ଗଞ୍ଜେଇ ଜବତ କରିଛି ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ବେଗୁନିଆ ଥାନା ଧଳାପଥର ଫାଣ୍ଡି ଧଳାପଥର ବଜାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ଖୋର୍ଦ୍ଧା ଅବକାରୀ ବିଭାଗ ଓ ବେଗୁନିଆ ପୋଲିସ ମିଳିତ ଭାବେ ଚଢଉ କରି ଏହି ଗଞ୍ଜେଇ ଜବତ କରିଛି ।

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ସୂଚନାନୁସାରେ, ଧଳାପଥର ଅଞ୍ଚଳର ବୁଲୁ ସ୍ବାଇଁ ଦୀର୍ଘଦିନ ହେବ ଚୋରା ଗଞ୍ଜେଇ କାରବାର କରୁଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ । ରବିବାର ବେଗୁନିଆ ପୋଲିସ ସହାୟତାରେ ଅବକାରୀ ବିଭାଗ ବୁଲୁ ସ୍ବାଇଁର 2ଟି ଘରେ ଚଢଉ କରିଥିଲେ । ଚଢ଼ଉ ବେଳେ ଏକ ସିନ୍ଦୁକ ଆକାର ଟ୍ରଙ୍କ ଭିତରୁ ବିପୁଳ ପରିମାଣ ଗଞ୍ଜେଇ ଜବତ ହୋଇଛି ।

ପୂର୍ବରୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଖୋର୍ଦ୍ଧାରୁ ଗିରଫ ହୋଇଥିଲା ବୁଲୁ । ଗିରଫ ପରେ ବୁଲୁ ନିକଟରୁ ଏକ କାରକୁ ମଧ୍ୟ ଜବତ କରିଛି ପୋଲିସ । ତେବେ ସେ ଗଞ୍ଜେଇ କେଉଁଠୁ ଆଣୁଥିଲା ଏବଂ ଏଥିରେ କେଉଁମାନେ ସାମିଲ ଅଛନ୍ତି ତାର ତଦନ୍ତ କରୁଛି ଅବକାରୀ ବିଭାଗ ଓ ପୋଲିସ । ଜବତ ହୋଇଥିବା ଗଞ୍ଜେଇର ପରିମାଣ ଏଯାବତ୍ ଜଣାପଡିନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.