ETV Bharat / state

ପ୍ରସବ ପରେ ମହିଳାଙ୍କ ମୃତ୍ୟୁ, ମେଡିକାଲ ସାମ୍ନାରେ ସମ୍ପର୍କୀୟଙ୍କ ଧାରଣା

ଚିକିତ୍ସାରେ ଅବହେଳା ହେତୁ ପ୍ରସବ ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତଦେହକୁ ଖୋର୍ଦ୍ଧା ମେଡିକାଲ ସାମ୍ନାରେ ରଖି ସମ୍ପର୍କୀୟଙ୍କ ଧାରଣ । ଅଧିକ ପଢନ୍ତୁ

ଚିକିତ୍ସା ଅବହେଳାରୁ ପ୍ରସବ ପରେ ମହିଳାଙ୍କ ମୃତ୍ୟୁ : ମେଡିକାଲ ସାମ୍ନାରେ ସମ୍ପର୍କୀୟଙ୍କ ଧାରଣା
ଚିକିତ୍ସା ଅବହେଳାରୁ ପ୍ରସବ ପରେ ମହିଳାଙ୍କ ମୃତ୍ୟୁ : ମେଡିକାଲ ସାମ୍ନାରେ ସମ୍ପର୍କୀୟଙ୍କ ଧାରଣା

Published : December 4, 2021 at 8:33 AM IST

|

Updated : December 4, 2021 at 10:14 AM IST

Choose ETV Bharat

ଖୋର୍ଦ୍ଧା: ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର । ଚିକିତ୍ସାରେ ଅବହେଳା ହେତୁ ପ୍ରସବ ପରେ ମହିଳାଙ୍କ ମୃତ୍ୟୁ (Woman dies after child birth )। ମୃତଦେହକୁ ମେଡିକାଲ ସାମ୍ନାରେ ରଖି ସମ୍ପର୍କୀୟଙ୍କ ଧାରଣ ( Protest)। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ମେଡିକାଲ (Khordha Hospital) ସମ୍ମୁଖରେ । ଚିକିତ୍ସାରେ ଅବହେଳା (Treatment Negligence )ଦର୍ଶାଇ ସମ୍ପର୍କୀୟ ମାନେ ଧାରଣା ଦେଇଥିଲେ ବି ଘଟଣାସ୍ଥଳରେ କିନ୍ତୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଦେଖାନଥିଲା । ଫଳରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିଲା ।

ପ୍ରସବ ପରେ ମହିଳାଙ୍କ ମୃତ୍ୟୁ, ମେଡିକାଲ ସାମ୍ନାରେ ସମ୍ପର୍କୀୟଙ୍କ ଧାରଣା

ସୂଚନା ଅନୁଯାୟୀ ରଣପୁର ଥାନା କଳାମାଟିଆ ଗାଁର ପୁର୍ଣ୍ଣଚନ୍ଦ୍ରଙ୍କୁ ଦେଉଳଟାଙ୍ଗି ବୈକୁଣ୍ଠ ମାର୍ଥାଙ୍କ ଝିଅ କଳ୍ପନା ବିବାହ କରିଥିଲେ । କଳ୍ପନାଙ୍କ ସ୍ବାମୀ ଗୁଜୁରାଟରେ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବାବେଳେ ପ୍ରସବ ସମୟ ହେତୁ କଳ୍ପନା ତାଙ୍କ ବାପ ଘରେ ରହିଥିଲେ। ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ୩ଦିନ ତଳେ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତରଙ୍କ ଅବହେଳା ଯୋଗୁ କଳ୍ପନାଙ୍କ ଅବସ୍ଥା ଗୁରୁତର ହେଉଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏନେଇ ପ୍ରତିବାଦ କରିବାରୁ ଗୁରୁବାର ତାଙ୍କର ଅପରେସନ କରାଯିବାରୁ ସେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ ।

ମାତ୍ର ଅପରେସନର କିଛି ସମୟ ପରେ କଳ୍ପନାଙ୍କୁ ଅଧିକ ଯନ୍ତ୍ରଣା ହୋଇଥିଲା । ଏ ସମ୍ପର୍କରେ ପରିବାର ଲୋକ ଡାକ୍ତରଙ୍କୁ କହିଥିଲେ ମଧ୍ୟ ସେ ଚାଲିଯାଇଥିଲେ । ଫଳରେ ଗତକାଲି ସକାଳେ ଅକ୍ସିଜେନ ଲେବେଲ କମିଯାଉଛି କହି ଡାକ୍ତର ଏମ୍ସକୁ ରେଫର କରିଥିଲେ। କିନ୍ତୁ ରୋଗୀ ପୂର୍ବରୁ ପ୍ରାଣ ହରାଇଥିବା ସୂଚନା ଦେଇଥିଲେ ଏମସ ଡାକ୍ତର । ତେବେ ଖୋର୍ଦ୍ଧା ମେଡିକାଲର ଡାକ୍ତରଙ୍କ ଅବହେଳା ଯୋଗୁ କଳ୍ପନାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ସମ୍ପର୍କୀୟ ମେଡିକାଲ ଆଗରେ ମୃତଦେହ ରଖି ଧାରଣାରେ ବସିଥିଲେ । ବହୁ ସମୟ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ମଧ୍ୟ ତାଙ୍କ ନିକଟକୁ କେହି ମେଡିକାଲ କର୍ତ୍ତୃପକ୍ଷ ଆସୁନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ବାତ୍ୟା ସମୟରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିଲେ ହେଁ କିପରି ମେଡିକାଲର କୌଣସି କର୍ତ୍ତୃପକ୍ଷ ମେଡିକାଲରେ ନାହାନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : December 4, 2021 at 10:14 AM IST