ETV Bharat / state

ପାରାଦ୍ବୀପ ବନ୍ଦରକୁ ନେଇ କେନ୍ଦ୍ରମନ୍ତ୍ରୀ-ବିଧାୟକ ମୁହାଁମୁହିଁ

author img

By ETV Bharat Odisha Team

Published : Nov 28, 2023, 7:03 PM IST

Face off between Central Minister and MLA : କେନ୍ଦ୍ର ପୋର୍ଟ, ସିପିଂ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ପାରାଦ୍ବୀପ ବନ୍ଦରର ବିକାଶକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ଅଧିକ ପଢନ୍ତୁ

ପାରାଦ୍ବୀପ ବନ୍ଦରକୁ ନେଇ କେନ୍ଦ୍ରମନ୍ତ୍ରୀ - ବିଧାୟକ ମୁହାଁମୁହିଁ
ପାରାଦ୍ବୀପ ବନ୍ଦରକୁ ନେଇ କେନ୍ଦ୍ରମନ୍ତ୍ରୀ - ବିଧାୟକ ମୁହାଁମୁହିଁ

ପାରାଦ୍ବୀପ ବନ୍ଦରକୁ ନେଇ କେନ୍ଦ୍ରମନ୍ତ୍ରୀ - ବିଧାୟକ ମୁହାଁମୁହିଁ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ପୋର୍ଟ, ସିପିଂ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ । ସେ କହିଛନ୍ତି ଆଗାମୀ ବର୍ଷକ ମଧ୍ୟରେ ପାରାଦ୍ୱୀପ ପୋର୍ଟ ଦେଶର ଏକ ନଂ ପୋର୍ଟ ହେବ । ମାତ୍ର ଏହା ବହୁ ବର୍ଷ ତଳୁ ହୋଇ ପାରିଥାନ୍ତା । କିନ୍ତୁ ପୋର୍ଟକୁ ଭଲ ଗମନାଗମନ ସୁବିଧା ନଥିବାରୁ ତାହା ହୋଇ ପାରୁନି । ରାସ୍ତା ସେଠାରେ ଠିକ ନାହିଁ ଏବଂ ବହୁତ ଅଣ ଓସାରିଆ ରାସ୍ତା । ସେଥିପାଇଁ ପୋର୍ଟକୁ ଠିକ ସେ ବେପାର ଆସୁନି । ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ଶ୍ରୀପଦ ନାୟକ ।

ଶ୍ରୀପଦ ନାୟକ କହିଛନ୍ତି, "ରାଜ୍ୟ ସରକାର ଗମନାଗମନ ସୁବିଧା କରୁ ନାହାନ୍ତି । ରାଜ୍ୟ ସରକାର ତାହା କରିଦେଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାରାଦ୍ୱୀପ ଦେଶର ଏକ ନମ୍ବର ପୋର୍ଟ ହେବ । ରାଜ୍ୟ ସରକାରଙ୍କୁ ମୁଁ ଅପିଲ କରୁଛି ତୁରନ୍ତ ରାଜ୍ୟ ସରକାର ରାସ୍ତା ଚଉଡ଼ା କରିବାର କାମ ଆରମ୍ଭ କରନ୍ତୁ । ଯଦି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କିଛି ସାହାଯ୍ୟ ମାଗିବେ କେନ୍ଦ୍ର ବି ସାହାଯ୍ୟ କରିବା ପାଇଁ ରାଜି । ଯାହା ଦ୍ୱାରା ଓଡ଼ିଶାର ଓ ଭାରତର ବିକାଶ ହେବ । ସେହିପରି ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ବଦେଶୀ ଦର୍ଶନ ଯୋଜନା ଭଳି ଅନେକ ଯୋଜନା ଲାଗୁ କରିଛନ୍ତି ।"

ଏହା ମଧ୍ୟ ପଢନ୍ତୁ... ପାରାଦ୍ୱୀପ ବନ୍ଦରର ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଗତକାଲି ପାରାଦ୍ବୀପରେ ରାଷ୍ଟ୍ରପତି ରଖିଥିବା ଭାଷଣ ସମ୍ପୂର୍ଣ୍ଣ ରାଜନୈତିକ ଅଟେ । ତାଙ୍କୁ ଲେଖା ଯାଇଥିବା ଭାଷଣ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ପୋର୍ଟକୁ ଗଢ଼ି ତୋଳିଥିଲେ ବିଜୁ ବାବୁ, କିନ୍ତୁ କାହିଁକି ରାଷ୍ଟ୍ରପତିଙ୍କ ଭାଷଣରେ ତାଙ୍କ ନାମକୁ ସ୍ଥାନିତ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ । ସେ କହିଛନ୍ତି ଯେ ଆମେ ବହୁତ ସହ୍ୟ କରୁଛୁ । ଆଉ କଷ୍ଟ ଦିଅ ନାହିଁ । ନଚେତ୍ ପୋର୍ଟ କୁ ଅଚଳ କରିବାକୁ ଦୁଇ ଘଣ୍ଟା ବି ଲାଗିବନି । ନିଯୁକ୍ତିରେ କାହିଁକି ପକ୍ଷପାତିତା କରୁଛନ୍ତି କେନ୍ଦ୍ର ସରକାର। ସେ ଆହୁରି ମଧ୍ୟ ଅଭିଯୋଗ ଆଣି କହିଛନ୍ତି, ପାରାଦ୍ବୀପ ପୋର୍ଟ ପାଖରେ ବସ୍ତି ବାସିନ୍ଦାମାନଙ୍କ ପାଇଁ ପାଞ୍ଚଶହ ଏକର ଜମି ରଖାଯାଇଥିଲା ହେଲେ କେନ୍ଦ୍ର ସରକାର ସେ ଜମିକୁ ବଡ ବଡ କମ୍ପାନୀକୁ କାହିଁକି ଦେଲେ ତାର ଉତ୍ତର ଦିଅନ୍ତୁ । ତେଣୁ ପାରାଦ୍ବୀପବାସୀଙ୍କ ମୁହଁ ନଖୋଲନ୍ତୁ କେନ୍ଦ୍ର ସରକାର ବୋଲି ବିଧାୟକ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.