ETV Bharat / state

ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ

author img

By

Published : Jul 26, 2023, 7:19 AM IST

ରାଜନୈତିକ ଦଳମାନଙ୍କ ଦ୍ଵାରା ବୁଥସ୍ତରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ପରିଚୟ ପ୍ରଦାନ ନିମନ୍ତେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ରାଜନୈତିକ ଦଳର ଜିଲ୍ଲା ସଭାପତିମାନେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ । ନିଯୁକ୍ତି ପାଇଥିବା ବୁଥସ୍ତରୀୟ ଏଜେଣ୍ଟମାନଙ୍କର ଏକ ତାଲିକା ସଂପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧ୍ବକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ଅଧିକ ପଢନ୍ତୁ

ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ
ତ୍ରୁଟିଶୂନ୍ୟ ଭୋଟର ତାଲିକା ପାଇଁ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀର ୩୭,୬୦୬ ଟି ବୁଥରେ ଆରମ୍ଭ ହୋଇଛି ସର୍ବେକ୍ଷଣ । ଘରକୁ ଘର ବୁଲି ଆରମ୍ଭ ହୋଇଥିବା ସର୍ବେକ୍ଷଣରେ ବୁଥସ୍ତରୀୟ ଏଜେଣ୍ଟମାନଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟର ସମସ୍ତ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ଗତକାଲି(ମଙ୍ଗଳବାର) ଆୟୋଜିତ ହୋଇଛି ସର୍ବଦଳୀୟ ବୈଠକ । ବୈଠକର ଅଧ୍ୟକ୍ଷତା କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଉପମୁଖ୍ୟ ନିର୍ବାଚନ ଅଧିକାରୀ ପଦ୍ମଜା ଦାଶ ଉପସ୍ଥିତ ଥିଲେ ।

ଏହାବି ପଢନ୍ତୁ- ମାଷ୍ଟର ଟ୍ରେନରଙ୍କୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ତାଲିମ

ରାଜନୈତିକ ଦଳମାନଙ୍କ ଦ୍ଵାରା ବୁଥସ୍ତରରେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି ସହ ସେମାନଙ୍କୁ ପରିଚୟ ପ୍ରଦାନ ନିମନ୍ତେ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ପରାମର୍ଶ ଦେଇଛନ୍ତି । ରାଜନୈତିକ ଦଳର ଜିଲ୍ଲା ସଭାପତିମାନେ ବୁଥସ୍ତରୀୟ ଏଜେଣ୍ଟ ନିଯୁକ୍ତି କରିବା ସହ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବେ । ନିଯୁକ୍ତି ପାଇଥିବା ବୁଥସ୍ତରୀୟ ଏଜେଣ୍ଟମାନଙ୍କର ଏକ ତାଲିକା ସଂପୃକ୍ତ ନିର୍ବାଚକ ପଞ୍ଜିକରଣ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧ୍ବକାରୀ ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ଯେଉଁମାନଙ୍କୁ ବୁଥସ୍ତରୀୟ ଏଜେଣ୍ଟ ଭାବେ ନିଯୁକ୍ତ କରାଯିବ, ସେମାନେ ସଂପୃକ୍ତ ବୁଥ ଅଞ୍ଚଳର ପଞ୍ଜିକୃତ ଭୋଟର ହୋଇଥିବା ଦରକାର । ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୨୧ ତାରିଖ ପର୍ଯ୍ୟନ୍ତ ହୋଇଥିବା ବୁଥସ୍ତରୀୟ ସର୍ବେକ୍ଷଣରେ ବୁଥସ୍ତରୀୟ ଅଧିକାରୀ ଓ ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବେ ।

ବୁଥ୍ୟସ୍ତରୀୟ ଅଧିକାରୀମାନେ ବିଏଲଓ ଆପ ଜରିଆରେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଥିବା ୪ ଟି ଯୋଗ୍ୟତାସୂଚକ ତାରିଖ ଆଧାରରେ ତଥ୍ୟ ସଂଗ୍ରହ କରିବେ । ୨୦୨୩ ମସିହା ଅକ୍ଟୋବର ୧ ତାରିଖ ଏବଂ ୨୦୨୪ ମସିହା ଜାନୁଆରୀ ୧, ଅପ୍ରେଲ ୧ ଓ ଜୁଲାଇ ୧ ତାରିଖ ସୁଦ୍ଧା ଯେଉଁ ନୂତନ ଭୋଟରମାନଙ୍କ ବୟସ ୧୮ ବର୍ଷ ପୂରଣ ହେଉଥିବ, ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରିବେ । ଏତଦବ୍ୟତୀତ ବୁଥ ଅଞ୍ଚଳରୁ ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ଏବଂ ମୃତ ଭୋଟରମାନଙ୍କର ସଂପୂର୍ଣ୍ଣ ତଥ୍ୟ ବିଏଲଓ ଆପ ମାଧ୍ୟମରେ ସଂଗ୍ରହ କରି ସଂପୃକ୍ତ ଭୋଟର ତାଲିକା ପଞ୍ଜିକରଣ ଅଧିକାରୀଙ୍କୁ ପ୍ରଦାନ କରିବେ । ଏତଦ୍‌ବ୍ୟତୀତ ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନଙ୍କର ନାମ ତାଲିକାଭୁକ୍ତ କରିବା ନିମନ୍ତେ ମଧ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯିବା ପରେ ଏକ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି କରାଯାଇପାରିବ ।

ଆଗାମୀ ସାଧାରଣ ନିର୍ବାଚନରେ ବିଶେଷ କରି ଭୋଟରମାନଙ୍କ ମତଦାନ ନିମନ୍ତେ ସମସ୍ତ ପ୍ରକାରର ସୁବିଧାସୁଯୋଗ, ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ କର୍ମଚାରୀଙ୍କୁ ସଂପୂର୍ଣ୍ଣ ତାଲିମ ପ୍ରଦାନ ଏବଂ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ବିଶେଷ ଧ୍ୟାନ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ଏହି ସର୍ବଦଳୀୟ ବୈଠକରେ ବିଜୁ ଜନତା ଦଳର ଅନନ୍ତ ନାରାୟଣ ଜେନା, ଭାରତୀୟ ଜନତା ପାର୍ଟିର ସରୋଜ କୁମାର କର ଓ ଅଶୋକ କୁମାର ମିଶ୍ର, ବହୁଜନ ସମାଜବାଦୀ ପାର୍ଟିର ରାଜ୍ୟ ମହାସଚିବ ମଧୁସୂଦନ ଯାଦବ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସଦସ୍ୟ ସଂପାଦକ ଦୁଷ୍ମନ୍ତ କୁମାର ଦାସ, ଭାରତୀୟ ଜାତୀୟ କଂଗ୍ରେସର ରାଜ୍ୟ ଉପସଭାପତି ଶିବାନନ୍ଦ ରାୟ ଓ ଆମ ଆଦମୀ ପାର୍ଟିର ସୌମ୍ୟ ରଞ୍ଜନ ସ୍ୱାଇଁ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.