ETV Bharat / state

ବିଶିଷ୍ଟ ରେଳ ସେବା ପୁରସ୍କାର: ଶ୍ରେଷ୍ଠ ପରିଚ୍ଛନ୍ନତା ପାଇଁ ବରଗଡ ରୋଡ ଷ୍ଟେସନ ପୁରସ୍କୃତ

author img

By ETV Bharat Odisha Team

Published : Jan 18, 2024, 2:12 PM IST

Railway Week Celebration: ରାଜଧାନୀରେ ବିଶିଷ୍ଟ ରେଳ ସେବା-2023 ପୁରସ୍କାର ସମାରୋହ ପାଳନ ହୋଇଯାଇଛି । ଅଧିକ ପଢ଼ନ୍ତୁ

ବିଶିଷ୍ଟ ରେଳ ସେବା
ବିଶିଷ୍ଟ ରେଳ ସେବା

ଭୁବନେଶ୍ବର: ରାଜଧାନୀରେ ବିଶିଷ୍ଟ ରେଳ ସେବା-2023 ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବତଟ ରେଳପଥର "ବିଶିଷ୍ଟ ରେଳ ସେବା ପୁରସ୍କାର" କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରାଯାଇଛି । ଶ୍ରେଷ୍ଠ ପରିଚ୍ଛନ୍ନତା ପାଇଁ ବଡ଼ ଷ୍ଟେସନ ଭାବରେ ଶ୍ରୀକାକୁଲମ ଏବଂ ଛୋଟ ଷ୍ଟେସନ ଭାବେ ବରଗଡ ରୋଡ ଷ୍ଟେସନକୁ ପୁରସ୍କୃତ କରାଯାଇଛି ।

ବୁଧବାର ଭୁବନେଶ୍ବରଠାରେ ବିଶିଷ୍ଟ ରେଳ ସେବା-2023 ପୁରସ୍କାର ସମାରୋହ ପାଳନ ହୋଇଯାଇଛି । ଏହି ଅବସରରେ ପୂର୍ବତଟ ରେଳପଥର "ବିଶିଷ୍ଟ ରେଳ ସେବା ପୁରସ୍କାର" ରେଳବାଇ କର୍ମଚାରୀମାନଙ୍କୁ ପ୍ରଦାନ କରି ସମ୍ମାନିତ କରାଯାଇଛି । ସମୁଦାୟ 46 ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଛି । ଯେଉଁମାନେ ସଙ୍କଟ ସମୟରେ ରେଳ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ରେଳ ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ଉଲ୍ଲେଖନୀୟ ଅବଦାନ ରହିଛି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତେବେ ଯାତ୍ରୀଙ୍କ ଯାତ୍ରାକୁ ସରଳ ଓ ସୁନ୍ଦର କରିବା ପାଇଁ ଏମାନଙ୍କର ଅନେକ ପରିଶ୍ରମ ରହିଛି । ଦିନ ରାତି କଠିନ ପରିଶ୍ରମ କରି ରେଳ ଯାତାୟାତକୁ ସ୍ୱାଭାବିକ କରିବା ପାଇଁ ଏମାନେ ଲାଗି ପଡ଼ିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... କୁନି ବୟସରେ କମାଲ, ସାଢେ 3 ବର୍ଷରେ ହାତେଇଲେ ଇଣ୍ଡିଆ ବୁକ ଅଫ ରେକର୍ଡ

ଏହି ଅବସରରେ ବିଭିନ୍ନ ଦକ୍ଷତା ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା । ଖୋର୍ଦ୍ଧା ରୋଡ ରେଳ ମଣ୍ଡଳକୁ ପୂର୍ବତଟ ରେଳପଥର ସର୍ବୋତ୍ତମ ମାନ୍ୟତା ଦିଆଯାଇ ସାମଗ୍ରିକ ଦକ୍ଷତା ସି୍‌ଲଡ଼ ପ୍ରଦାନ କରାଯାଇଛି । ୱାଲଟିୟର ରେଳ ମଣ୍ଡଳର ଶ୍ରୀକାକୁଲମ୍ ରୋଡ ରେଳ ଷ୍ଟେସନକୁ ବଡ଼ ଷ୍ଟେସନ ବର୍ଗରେ ଏବଂ ସମ୍ବଲପୁର ରେଳ ମଣ୍ଡଳର ବରଗଡ ରୋଡ ଷ୍ଟେସନକୁ ଛୋଟ ଷ୍ଟେସନ ବର୍ଗରେ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ କ୍ଲିନଲିନେସ ସିଲ୍ଡ ପ୍ରଦାନ କରାଯାଇଛି । ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ନେଇ ପ୍ରଶଂସା କରିଛନ୍ତି । ଏହା ସହିତ ନିଷ୍ଠାପର ସେବା ଓ କାର୍ଯ୍ୟ ଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଅନ୍ୟପଟେ ବିଶିଷ୍ଟ ରେଳ ସେବା ପୁରସ୍କାର 2023 ସମାରୋହରେ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଅବସରରେ ତାଙ୍କର ବକ୍ତବ୍ୟରେ ପୁରସ୍କାର ଗ୍ରହଣ କରିଥିବା ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଛନ୍ତି । ଅନେକ ସମୟରେ ରେଳ କର୍ମଚାରୀମାନେ ଯାତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତି । ଟ୍ରେନରେ ହେଉ ବା ଷ୍ଟେସନରେ ହୁଅନ୍ତୁ ସବୁଠି ଯାତ୍ରୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିଥାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.