ETV Bharat / state

ବଢୁଛି କୁକୁର କାମୁଡ଼ା, କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି

author img

By ETV Bharat Odisha Team

Published : Jan 16, 2024, 11:00 PM IST

Dog Bite Rise: ରାଜଧାନୀରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ଚିନ୍ତା ବଢ଼ାଇଛି କୁକୁରା କାମୁଡ଼ା । କୁକୁର କାମୁଡାର ଶିକାର ହେଉଛନ୍ତି ଶହ ଶହ ଲୋକ । ଅଧିକ ପଢ଼ନ୍ତୁ

ବଢୁଛି କୁକୁର କାମୁଡ଼ା
ବଢୁଛି କୁକୁର କାମୁଡ଼ା
ବଢୁଛି କୁକୁର କାମୁଡ଼ା

ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ଚିନ୍ତା ବଢ଼ାଇଛି କୁକୁରା କାମୁଡ଼ା । କୁକୁର କାମୁଡାର ଶିକାର ହେଉଛନ୍ତି ଶହ ଶହ ଲୋକ । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ କୁକୁର କାମୁଡାର ଶିକାର ହେଉଛନ୍ତି । ରାସ୍ତାରେ ଯିବା ଆସିବା କଲାବେଳେ କୁକୁର କାମୁଡା ଓ ଆକ୍ରମଣର ଶିକାର ହେଉଛନ୍ତି ସାଧାରଣ ଜନତା । ସେପଟେ କ୍ୟାପିଟାଲ ହସ୍ପିଟାଲରେ କୁକୁର କାମୁଡ଼ା ରୋଗୀଙ୍କ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି । ଯାହା ରାଜଧାନୀରେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ତେବେ ଗତ କିଛି ମାସ ଭିତରେ କୁକୁର କାମୁଡା ରୋଗୀଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଦିନକୁ ୨୦୦ ରୁ ୨୫୦ ଅଧିକ ଲୋକେ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା କହିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏହାରି ମଧ୍ୟରେ ରୋଗୀ ସଂଖ୍ୟା ୧୦ ପ୍ରତିଶତ ବୃଦ୍ଧି ପାଇଛି । ଏନେଇ କ୍ୟାପିଟାଲ ହସ୍ପିଟାଲର ଉପ ଅଧ୍ୟକ୍ଷ ଧନଞ୍ଜୟ ଦାସ କହିଛନ୍ତି, "ରାଜ୍ୟରେ ଧିରେ ଧିରେ ବୁଲା କୁକୁରଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ସମୟରେ କୁକୁରଙ୍କ ସଂଖ୍ୟା ବଢୁଥିବାରୁ କୁକୁର କାମୁଡା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗୁଛି । କୁକୁରମାନଙ୍କର ଖାଦ୍ଯ ଅଭାବ ରହୁଛି । ଅନେକ ସମୟରେ ମଧ୍ୟ କିଛି ଲୋକ, ବିଶେଷ ଭାବରେ କୁକୁରମାନଙ୍କୁ ଗରମ ପାଣି ଫୋପାଡ଼ିବା ସହ ଆକ୍ରମଣ କରୁଛନ୍ତି । ଯାହା ଫଳରେ କୁକୁର ଲୋକମାନଙ୍କୁ ପାଲଟା ଆକ୍ରମଣ କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ......ଗୃହପାଳିତ ପଶୁଙ୍କ ପାଇଁ ସ୍ୱତନ୍ତ୍ର ଆଇନ ଆଣିବ BMC, ମନ୍ତ୍ରୀ କହିଲେ କୁକୁର କାମୁଡ଼ା ପ୍ରସଙ୍ଗରେ ସଜାଗ ବିଭାଗ

ଧାଞ୍ଜନୟ ଦାସ ଏହା ମଧ୍ୟ କହିଛନ୍ତି, "ପିଏଚସି ଏବଂ ସିଏଚସିରେ କୁକୁର କାମୁଡା ଇଞ୍ଜେକ୍ସନ ଦିଆଯାଉ ନାହିଁ । ଏହା କେବଳ କ୍ୟାପିଟାଲ ହସ୍ପିଟାଲରେ ଦିଆଯାଉଛି । ଏହାସହ ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ମଧ୍ୟ ଇଞ୍ଜେକ୍ସନ ଦିଆଯାଉଛି । କେବଳ ଭୁବନେଶ୍ବରରେ ବଢୁଛି ତାହା ନୁହେଁ ଭୁବନେଶ୍ଵର ସମେତ ଆଖାପଖ ଜିଲ୍ଲାରୁ ମଧ୍ୟ ଆକ୍ରାନ୍ତ ରୋଗୀ ଆସୁଛନ୍ତି । ତେବେ ଏହାରି ଭିତରେ କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ପ୍ରୟା 200 ରୁ 250 କୁକୁର କାମୁଡ଼ା ଆକ୍ରାନ୍ତ ରୋଗୀ ଆସୁଛନ୍ତି । କିଛି ଦିନ ହେଲା ରୋଗୀଙ୍କ ସଂଖ୍ୟା 10 ପ୍ରତିଶତ ବଢିଛି ।" ସେପଟେ ଦିନକୁ ଦିନ ରାଜ୍ୟରେ ଅନେକ ସ୍ଥାନରୁ କୁକୁର କାମୁଡ଼ାକୁ ନେଇ ରିପୋର୍ଟ ଆସୁଛି । ଅନେକ ସମୟରେ ସଠିକ ଚିକିତ୍ସା ହେଉଥିବା ବେଳେ ସଚେତନତା ମଧ୍ୟ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.