ETV Bharat / state

ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

author img

By

Published : Jul 22, 2021, 9:06 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଘରୁ ଉଦ୍ଧାର ହେଲା ନବବିବାହିତାଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ ଥି୍ବାବେଳେ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ
ଘରୁ ନବବିବାହିତାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଖୋର୍ଦ୍ଧା : ଘରୁ ଉଦ୍ଧାର ହେଲା ନବ ବିବାହିତାଙ୍କ ମୃତଦେହ । ଏପରି ଘଟଣା ଘଟିଛି ବେଗୁନିଆ ଥାନା ଅନ୍ତର୍ଗତ ସାନପଦର ପଞ୍ଚାୟତର ବାୟାପଲ୍ଳୀ ଗ୍ରାମରେ । ମୃତ ମହିଳା ଜଣକ ହେଲେ ଜ୍ୟୋତି ନାୟକ । ସେ ୩ ମାସ ତଳେ ଉକ୍ତ ଗ୍ରାମର ରମେଶ ସାହୁଙ୍କୁ ପ୍ରେମ ବିବାହ କରିଥିବାବେଳେ ତାଙ୍କ ବାପଘର କଂସାର ଅଞ୍ଚଳରେ ବୋଲି ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ପାଇ ମୃତଦେହ ଜବତ କରିଛି ପୋଲିସ ।

ତେବେ ବର୍ତ୍ତମାନ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନଥିବାବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଅନ୍ୟପଟେ ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମହଳାଙ୍କ ସ୍ବାମୀ ରମେଶଙ୍କୁ ଅଟକ ରଖି ତଦନ୍ତ ଆରମ୍ବ କରିଛି । ସେପଟେ ଘରେ ସର୍ଟ ସର୍କିଟ କାରଣରୁ ଜ୍ୟୋତିଙ୍କର ମୃତ୍ୟୁ ହୋଇଥିବା ସ୍ବାମୀ ରମେଶ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.