ETV Bharat / state

ମୃତଦେହକୁ ମିଳୁନି ଗାଡି, ଏପଟେ ଖତ ଖାଉଛି ମହାପ୍ରୟାଣ ଗାଡି

author img

By

Published : Aug 24, 2019, 2:40 PM IST

ଡାକ୍ତରଖାନାରେ ମୃତ୍ୟୁବରଣ କରୁଥିବା ରୋଗୀର ମୃତଦେହକୁ ବିନା ଖର୍ଚ୍ଚରେ ତାଙ୍କ ଘରେ ଛାଡ଼ିବା ପାଇଁ ସରକାରଙ୍କ ମହାପ୍ରୟାଣ ଯୋଜନା । କିନ୍ତୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡ୍ରାଇଭର ନଥିବାରୁ ଏହି ମହାପ୍ରୟାଣ ଗାଡି ଖତ ଖାଉଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ତେବେ ଡାକ୍ତରଖାନାରେ ରୋଗୀର ମୃତ୍ୟୁ ହେବା ପରେ ମୃତଦେହକୁ ମହାପ୍ରୟାଣ ଗାଡିରେ ବିନା ମୂଲ୍ୟରେ ଘରେ ପହଞ୍ଚାଇବାକୁ ସରକାର ଆରମ୍ଭ କରିଥିଲେ ମହାପ୍ରୟାଣ ଯୋଜନା । ହେଲେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମହାପ୍ରୟାଣ ଗାଡି ଖତ ଖାଉଛି ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଫଳରେ ରୋଗୀଙ୍କ ପରିବାର ଗାଡି ନ ପାଇ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ମେଡିକାଲରେ ମହାପ୍ରୟାଣ ଗାଡି ତ ଅଛି ହେଲେ ଡ୍ରାଇଭର ନଥିବାରୁ ଏହା କାମରେ ଲାଗି ପାରୁନି । ଯାହା ଫଳରେ ଲୋକେ ଗାଡି କରି ମୃତଦେହକୁ ନେଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଘରୋଇ ଆମ୍ବୁଲାନ୍ସ ଗାଡିର ମାଲିକ ମାନେ । ରୋଗୀଙ୍କ ପରିବାର ଠାରୁ ମନଇଚ୍ଛା ଶୋଷଣ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ପ୍ରସଙ୍ଗରେ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିଥିଲୁ । ସେ ଡ୍ରାଇଭର ଅଭାବ କଥା କହିବା ସହ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:anchor-ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଠାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆ ରେ ଗତ ରାତିରେ ଡକାୟତି ଦୃବୁତ୍ତ ମାନେ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ ଟଙ୍କା ନେବାରେ ବିଫଳ ହେବାରୁ ବ୍ୟାଙ୍କରେ ଥିବା ଚାରୋଟୀ କମ୍ପୁଟର କୁ ଭାଙ୍ଗିବା ସହିତ ବ୍ୟାଙ୍କ ରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଭାଙ୍ଗିଦେଇଛନ୍ତି ଆଜି ସକାଳେ କର୍ମଚାରୀ ଜଣକ ଆସି ଦେଖିବାବେଳକୁ ବ୍ୟାଙ୍କ ଖୋଲାଅଛି ସଙ୍ଗେ ସଙ୍ଗେ ଉଚ୍ଚପଦସ୍ତ ଅଧିକାରୀଙ୍କୁ ଜଣାଇବା ସହିତ ଗାଙ୍ଗପୁର ଥାନାକୁ ଖବର ଦେଇ ଥିଲେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ସିସି ଟିଭି ଫୁଟେଜ ଯାଞ୍ଚ ପରେ ଅଧିକ ଖବର ପଦାକୁ ଆସିବ Body:ଭଞ୍ଜନଗର ରୁ ରଞ୍ଜନ ସ୍ୱାଇଁ Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.