ETV Bharat / state

Cyclone Mocha Update: ମଧ୍ୟରାତ୍ରରେ ଭୀଷଣ ବାତ୍ୟା, 14ରେ ଲ୍ୟାଣ୍ଡଫଲ୍; ଓଡ଼ିଶା ଉପରେ ନାହିଁ ପ୍ରଭାବ

author img

By

Published : May 11, 2023, 7:15 PM IST

ଦକ୍ଷିଣ-ପୂର୍ଵ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ବାତ୍ୟା ‘ମୋକା’ । ପରବର୍ତ୍ତୀ ସମୟରେ ଅର୍ଥାତ୍ ଆଜି ମଧ୍ୟ ରାତ୍ରରେ ଭୀଷଣ ବାତ୍ୟାରେ ପରିଣତ ହେବ। ଅଧିକ ପଢନ୍ତୁ

Cyclone Mocha Update
Cyclone Mocha Update

Cyclone Mocha Update

ଭୁବନେଶ୍ବର: ଆଜି ସକାଳେ ଦକ୍ଷିଣ-ପୂର୍ଵ ବଙ୍ଗୋପସାଗରେ ସୃଷ୍ଟି ହୋଇଛି ବାତ୍ୟା। ସକ୍ରିୟ ଅବପାତ ବାତ୍ୟାର ରୂପ ନେଇଛି। ଏହି ବାତ୍ୟାର ନାଁ ‘ମୋକା’ ରଖାଯାଇଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ବାତ୍ୟା ‘ମୋକା’ ପରବର୍ତ୍ତୀ ସମୟରେ ଅର୍ଥାତ୍ ଆଜି ମଧ୍ୟ ରାତ୍ରରେ ଭୀଷଣ ବାତ୍ୟାରେ ପରିଣତ ହେବ। ଆସନ୍ତାକାଲି ଏହି ବାତ୍ୟା ତାର ଗତିପଥ ବଦଳାଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ। ଗତ ୬ ଘଣ୍ଟାରେ ୮ କିମି ବେଗରେ ଗତି କରୁଛି ବାତ୍ୟା ମୋକା। ବାଂଲାଦେଶ ର କକ୍ସବଜାର ଠାରୁ ୧୧୯୦ କିମି ଦୂରରେ ବାତ୍ୟା ରହିଛି । ସେହିପରି ମିଆଁମାର ଠାରୁ ୧୧୦୦ କିମି ଦୂରରେ ରହିଛି ।

ତେବେ ବାତ୍ୟାର କୌଣସି ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶାକୁ ବାତ୍ୟାଜନିତ ପବନ କି ବର୍ଷା, କିଛି ହେବନି। ୧୪ ତାରିଖ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି। ଏହି ସମୟରେ ୧୧୦ ରୁ ୧୨୦ କିମି ବେଗରେ ପବନ ବହିବ । ସମୟ ସମୟରେ ପବନର ବେଗ ୧୩୦ କିମି ଛୁଇଁବ। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଓଡିଶା ପାଇଁ କେବଳ ଆସନ୍ତା ୧୪ ତାରିଖ ପଯ୍ୟନ୍ତ ମତ୍ସଜୀବୀ ମାନଙ୍କୁ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

ଅନ୍ୟପଟେ ବର୍ତ୍ତମାନ ଓଡ଼ିଶାରେ ଅନେକ ସହରରେ ୪୦ ଡିଗ୍ରୀ ତାପମାତ୍ରା ରହିବା ସହ ଗୁଳୁଗୁଳି ଅନୁଭୂତ ହେଉଛି । ଅପରାହ୍ନରେ କାଁଭାଁ କାଳବୈଶାଖୀ ବର୍ଷା ହେଉଛି । ତେବେ 3 ରୁ ୪ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କିଛି ପରିବର୍ତ୍ତନ ହେବାକୁ ନ ଥିବା ବେଳେ ପୁଣି ୧୩ ତାରିଖ ପରେ ରାଜ୍ୟରେ ବଢିବ ତାତି। ୧୫ ରୁ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସହ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବା ସମ୍ଭାବନା ରହିଛି। ଗତକାଲି ଭୁବନେଶ୍ଵରରେ ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଆଜି ୩୮ ଡିଗ୍ରୀ ରହିବା ସମ୍ଭାବନା।

ଏଥିସହ ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କେଉଁଝର, ଢେ଼ଙ୍କାନାଳ , ବାଲେଶ୍ଵର, ଭଦ୍ରକ, ମୟୁରଭଞ୍ଜ,ଯାଜପୁର। ରାଜ୍ୟରେ ବର୍ତ୍ତମାନ କିଛି ନିର୍ଦ୍ଦିଷ୍ଟ ପାଣିପାଗର ସୂଚନା ନଥିବା ବେଳେ ଖରା ବଢିବା ସହ ଗ୍ରୀଷ୍ମ ପ୍ରବାହ ପ୍ରଭାବ ରହିବାର ସମ୍ଭାବନାକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.