ETV Bharat / state

ସାଇବର ଅପରାଧିଙ୍କଠୁ ଦୂରେଇ ରହିବେ ପିଲା, ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ

author img

By

Published : Nov 17, 2022, 10:58 AM IST

ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ, ସାଇବର ଅପରାଧର ଶିକାର ହେଲେ ଛାତ୍ରଛାତ୍ରୀ କରିପାରିବେ ଅଭିଯୋଗ । ଅଧିକ ପଢନ୍ତୁ

ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ
ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ

ଭୁବନେଶ୍ବର: ସାଇବର ଅପରାଧକୁ ରୋକିବାକୁ କମିଶନରେଟ ପୋଲିସର ନୂଆ ପଦକ୍ଷେପ । ଆଉ ଛାତ୍ର ଛାତ୍ରୀଙ୍କୁ ଡରାଇପାରିବେନି ସାଇବର ଠକ। ଅଶ୍ଳୀଳ ଫଟୋ ପଠାଇ ଧମକାଇ ପାରିବନି ଅପରାଧି । ଗେମ୍ସ ବା ଫେକ୍ ପ୍ରୋଫାଇଲରେ ମାଗିପାରିବେନି ଟଙ୍କା । ଟ୍ବିନିସିଟିର ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ । ଯେଉଁଠି ସ୍କୁଲ ପିଲାଙ୍କୁ ସହାୟତା ପାଇଁ ରହିବ ବ୍ୟବସ୍ଥା । ଏହି କ୍ଲବରେ ମେମ୍ବର ରହିବେ ପ୍ରତି ସ୍କୁଲର ୫ଜଣ ସଦସ୍ୟ ଓ ୩ ଜଣ ଛାତ୍ରଛାତ୍ରୀଙ୍କ ସହ ଦୁଇ ଜଣ ସ୍କୁଲ କର୍ତ୍ତୃପକ୍ଷ । ଏଥିସହ ପ୍ରତି ସ୍କୁଲକୁ ନେଇ ପୋଲିସ ଖୋଲିବ ହ୍ବାଟ୍ସଆପ ଗ୍ରୁପ । ଗ୍ରୁପରେ ରହିବେ କମ୍ପୁଟର ସେକ୍ସନ ଓ ପ୍ରିନିସପାଲ ।

ସ୍କୁଲରେ ଖୋଲିବ ସାଇବର ସିକ୍ୟୁରିଟି କ୍ଲବ

ଯଦି ସାଇବର ଅପରାଧି ସ୍କୁଲର ଛାତ୍ର ଛାତ୍ରୀକୁ ହଇରାଣ କରନ୍ତି ଏନେଇ ସେମାନେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ନଚେତ୍‌ ସ୍କୁଲର ବଛାଯାଇଥିବା ୩ଜଣ ସିନିୟର ଛାତ୍ର ଛାତ୍ରୀ ମଧ୍ୟରୁ ଜଣକୁ ଜଣାଇପାରିବେ । ଫଳରେ ଏହାକୁ ସିକ୍ରେଟ ରଖି ପୋଲିସ ସେମାନଙ୍କଠୁ ଅଭିଯୋଗକୁ ଜାଣିପାରିବ । ଲୋକ ଲଜ୍ଜାରେ ମନ କଥା କହିପାରୁ ନଥିବା ପିଲାଟି ନିଜର ସହଯୋଗୀ ବା ଶିକ୍ଷକଙ୍କ ଜରିଆରେ ସାମ୍ନା କରୁଥିବା ଅସୁବିଧାକୁ ପୋଲିସ ପାଖରେ ପହଞ୍ଚାଇ ପାରିବ । ଏହା ଜାଣିବା ପରେ ଉଚିତ୍‌ ସମୟରେ ଠିକ ପଦକ୍ଷେପ ନେଇପାରିବେ କମିଶନରେଟ ପୋଲିସ । ସାଇବର ଅପରାଧ ପ୍ରଭାବ ଏକ କର୍ମଶାଳାରେ ଏଭଳି ପଦକ୍ଷେପ ନେଉଥିବା କହିଛନ୍ତି ପୋଲିସ କମିଶନର।

କେବଳ ସେତିକି ନୁହେଁ ଏହି କ୍ଲବ ଜରିଆରେ ପିଲା ମାନଙ୍କୁ ଟ୍ରାଫିକ ସଚେତନତା ସହ ଟ୍ରାଫିକର ନିୟମ ଓ ଉଲ୍ଲଙ୍ଘନ କଲେ କିଭଳି ପଦକ୍ଷେପ ନିଆଯିବ ସେ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ପିଲାଙ୍କୁ ଜଣାଇବା ପାଇଁ ଚେଷ୍ଟା କରାଯିବ । ଏଥିସହ ଅନେକ ସ୍କୁଲ ପିଲାଙ୍କ ମଧ୍ୟରେ ଆତ୍ମହତ୍ୟାର ପ୍ରବଣତା ଦେଖିବାକୁ ମିଳୁଛି, ଅନେକ ଛାତ୍ର ଛାତ୍ରୀ ସୁଇସାଇଡ ଉଦ୍ୟମ କରୁଛନ୍ତି । ଏହି କ୍ଲବ ଜରିଆରେ ପିଲାର ବ୍ୟବହାର ଅଥବା ତାର ହାବ ଭାବରେ ସେପରି ଲକ୍ଷଣ ଦେଖାଗଲେ କିପରି କାଉନସେଲିଂ କରାଯାଇପାରିବ ସେ ଦିଗରେ ମଧ୍ୟ ନଜର ରହିବ ।

ସେହିପରି ନିଶା କବଳରୁ ବର୍ତ୍ତିବା ପାଇଁ ପିଲାଙ୍କୁ ସଚେତନ କରାଯିବ । ଓ୍ବାନ କ୍ଲବ ମେନି ସଲ୍ୟୁସନ ଫଣ୍ଡାରେ କମିଶନରେଟ ପୋଲିସ ଏଭଳି ଷ୍ଟ୍ରାଟେଜିକୁ ସ୍ବାଗତ କରିଛନ୍ତି ଅନେକ ସ୍କୁଲ କର୍ତ୍ତୃପକ୍ଷ । ଯାହାକି ସ୍କୁଲ ସ୍ତରରୁ ଏସବୁ କ୍ରାଇମ ଉପରେ ରୋକ ଲଗାଯାଇପାରିବ ଓ କୁନି କୁନି ପିଲାଙ୍କୁ ଭବିଷ୍ୟତ ଉଜୁଡିବାରୁ ରୋକାଯାଇପାରିବ ବୋଲି ମତ ପ୍ରକାଶ କରିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟ ଭାଇ ପ୍ରିନିସିପାଲ ଭୁପେନ୍ଦ୍ର ସିଂ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.