ETV Bharat / state

୨୧ରୁ ଓଡ଼ିଶା ଆସୁଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର

author img

By ETV Bharat Odisha Team

Published : Jan 18, 2024, 7:27 AM IST

Ajoy Kumar to visit Odisha: ଦିଲ୍ଲୀ ଫୋକସରେ ଏବେ ଓଡ଼ିଶା । ରାଜ୍ୟରେ କଂଗ୍ରେସ ନିଜର ସଂଗଠନକୁ ସୁଦୃଢ କରିବା ପାଇଁ କେନ୍ଦ୍ରୀୟ ନେତାଙ୍କ ତତ୍ପରତା ଦେଖିବାକୁ ମିଳିଛି । ୨୧ ତାରିଖରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଭାରୀ ଡ଼ ଅଜୟ କୁମାର । ଅଧିକ ପଢନ୍ତୁ

୨୧ରୁ ଓଡିଶା ଆସୁଛନ୍ତି ପ୍ରଭାରୀ ଡ଼ ଅଜୟ କୁମାର

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସକୁ ଆସ୍ଥାଭାଜନ କରାଇବା ପାଇଁ କେନ୍ଦ୍ରୀୟ ନେତାଙ୍କ ତତ୍ପରତା ପ୍ରକାଶ ପାଇଛି । ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ଓଡ଼ିଶାକୁ ନେଇ ଢେର୍ ଆଶାବାଦୀ । ଦାୟିତ୍ୱ ନେବା ପରେ ଦ୍ୱିତୀୟ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ ଅଜୟ । ଆସନ୍ତା ୨୧ ତାରିଖରେ ସେ ଆସିବା ନେଇ ସୂଚନା ରହିଛି । ୨୧ରୁ ୨୮ ତାରିଖ ପର୍ଯ୍ୟନ୍ତ ନବ ନିଯୁକ୍ତ କଂଗ୍ରେସ ପ୍ରଭାରୀ ଓଡ଼ିଶାରେ ରହିବେ । ଦଳୀୟ ସଂଗଠନକୁ ସୁଦୃଢ କରିବାକୁ ମାନସ ମନ୍ଥନ କରିବେ । ଦଳର ସାମ୍ମୁଖ୍ୟ, ପଦାଧିକାରୀମାନଙ୍କ ସହ ବୈଠକ କରିବେ । ଏହାସହ ଜିଲ୍ଲା ସଭାପତି, ବ୍ଲକ ସଭାପତିମାନଙ୍କ ଠାରୁ ସଭ୍ୟ ଚିଠା ସମୀକ୍ଷା କରିବେ । ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ନେଇ ମଧ୍ୟ ପ୍ଲାନ ପ୍ରସ୍ତୁତ କରାଯିବ । ନୂଆ ସଂଯୋଜକମାନଙ୍କୁ ପ୍ରଶିକ୍ଷଣ ଦିଆଯିବାକୁ ଥିବାବେଳେ ସେ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ କ୍ଷମତାକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ନବ ନିଯୁକ୍ତ ପ୍ରଭାରୀ । ପିସିସି ସଭାପତିଙ୍କ ସହ ଘନ ଘନ ବୈଠକ ପରେ ଏବେ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଅଣ୍ଟା ଭିଡ଼ିଛି ଓଡ଼ିଶା ପ୍ରଦେଶ କଂଗ୍ରେସ । ନବ ନିଯୁକ୍ତ ପ୍ରଭାରୀ ଡ଼ ଅଜୟ କୁମାର ଭୁବନେଶ୍ୱରରେ ୨୧ ତାରିଖରେ ପହଞ୍ଚିବେ । ୨୧ ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଅଭିମୁଖେ ଯାତ୍ରା କରିବେ । ଏହାସହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପିତାଙ୍କ ପ୍ରାର୍ଥନା ସଭାରେ ଯୋଗଦେବେ । ଏହାପରେ ସନ୍ଧ୍ୟାରେ ଭୁବନେଶ୍ୱର ଫେରି ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।

୨୨ ତାରିଖରେ ଦଳୀୟ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ । ସେହିପରି ନବ ନିଯୁକ୍ତ ନିର୍ବାଚନ ମଣ୍ଡଳୀ ସଂଯୋଜକମାନଙ୍କ ପାଇଁ ହେବାକୁ ଥିବା ପ୍ରଶିକ୍ଷଣ ଶିବିରରେ ଯୋଗଦେବେ । ୨୩ ଏବଂ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ୨୧ଟି ସଂସଦୀୟ କ୍ଷେତ୍ର ପାଇଁ ୨୧ ଜଣ ସଂଯୋଜକ ଏବଂ ୧୪୭ଟି ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ସମସ୍ତ ସଂଯୋଜକମାନଙ୍କ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବେ ।

ଏହା ମଧ୍ୟ ପଢନ୍ତୁ...କଂଗ୍ରେସକୁ ଫେରିଲେ ଗମାଙ୍ଗ ପରିବାର, ପୂର୍ବତନ ସାଂସଦ ସଞ୍ଜୟ ଭୋଇ ବି ସାମିଲ

ସେହିପରି ଅଜୟ କୁମାର ବିଭିନ୍ନ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ବିଶେଷକରି ରାହୁଲ ଗାନ୍ଧୀଙ୍କ ଭାରତ ନ୍ୟାୟ ଯାତ୍ରା ଓଡ଼ିଶାରେ କିଭଳି ସଫଳ ହେବ ସେନେଇ ସମୀକ୍ଷା କରିବେ । ଚଳିତ ୨୯ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଭୁବନେଶ୍ୱର ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରରେ ଖଡଗେ ଦଳୀୟ ସମୀକ୍ଷା ବୈଠକରେ ଯୋଗ ଦେବେ । ପାଖାପାଖି ୧୫ ହଜାର କଂଗ୍ରେସ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିବେ । ନିର୍ବାଚନ ବିଷୟରେ ଚର୍ଚ୍ଚା ହେବ । ଅଜୟ କୁମାରଙ୍କ ସମ୍ଭବତଃ ଓଡ଼ିଶା କାର୍ଯ୍ୟକ୍ରମରେ ପରିବର୍ତ୍ତନ ହେବା ନେଇ ବି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.