ETV Bharat / state

ବିଜେପିରେ ମିଶିଲେ କଂଗ୍ରେସ ନେତା ଉମେଶ ଜେନା

author img

By

Published : Jan 6, 2023, 11:03 PM IST

କଂଗ୍ରେସରେ ରହି ବିଜେଡି ସହ ଲଢେଇ କରିବା କଷ୍ଟକର ତେଣୁ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଉମେଶ । ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ବଦଳ ପର୍ବ ସେତିକି ଜୋର ଧରୁଛି । ଅଧିକ ପଢନ୍ତୁ

ବିଜେପିରେ ମିଶିଲେ କଂଗ୍ରେସ ନେତା ଉମେଶ ଜେନା
ବିଜେପିରେ ମିଶିଲେ କଂଗ୍ରେସ ନେତା ଉମେଶ ଜେନା

ଭୁବନେଶ୍ବର: ପଦ୍ମ ଧରିଲେ କଂଗ୍ରେସ ରାଜ୍ୟ ସଂପାଦକ ଉମେଶ ଜେନା । କଂଗ୍ରେସ ସହିତ ୨୫ ବର୍ଷର ସଂପର୍କ ତୁଟାଇ ଉମେଶ ଜେନା ବିଜେପିରେ ସାମିଲ ହୋଇଛନ୍ତି ।

ବରୀର ଯୁବ ନେତା ଉମେଶଙ୍କ ବେଶ ଦବଦବା ରହିଛି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବିଜେପିରେ ବିଧିବଦ୍ଧ ଯୋଗ ଦେଇଛନ୍ତି । ନିଜର ଶତାଧିକ କର୍ମୀଙ୍କ ସହ ସେ ବିଜେପିରେ ସାମିଲ ହୋଇଛନ୍ତି । ଉମେଶଙ୍କ ଯୋଗଦାନ ବରୀରେ ବିଜେପିକୁ ଆହୁରି ଶକ୍ତିଶାଳୀ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପଟେ କଂଗ୍ରେସରେ ରହି ବିଜେଡି ସହ ଲଢେଇ କରିବା କଷ୍ଟକର ତେଣୁ ବିଜେପିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଉମେଶ। ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି,ଦଳ ବଦଳ ପର୍ବ ସେତିକି ଜୋର ଧରୁଛି। ବିଭିନ୍ନ ଦଳ ଛାଡି ଅନ୍ୟ ଦଳରେ ମିଶୁଛନ୍ତି ନେତା ଓ କର୍ମୀ ।

ଇଟିଭି ଭାରତ, ଭୁବନଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.