ETV Bharat / state

ବିଜେଡି ଓ ବିଜେପି ଆଉ ପ୍ରତିଦ୍ବନ୍ଦ୍ବୀ ହୋଇ ନାହାନ୍ତି: ବିଜୟ

author img

By

Published : Aug 1, 2023, 10:18 PM IST

କେନ୍ଦ୍ରର ବିଜେପି ସରକାର ବିରୋଧରେ ବିରୋଧୀ ଦଳ ଆଣିଥିବା ଆନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିଛି । ସେହିଭଳି ଦିଲ୍ଲୀ ଅଧ୍ୟାଦେଶକୁ ସମସ୍ତ ବିରୋଧୀ ଦଳ ବିରୋଧ କରୁଥିବା ବେଳେ ଏହାକୁ ସମର୍ଥନ କରିଛି ବିଜେଡି । ଏନେଇ ବିଜେଡି ଓ ବିଜେପିର ଭିତିରି ସମ୍ପର୍କର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

ବିଜେଡି ଓ ବିଜେପି ଆଉ ପ୍ରତିଦ୍ବନ୍ଦ୍ବୀ ହୋଇ ନାହାନ୍ତି
ବିଜେଡି ଓ ବିଜେପି ଆଉ ପ୍ରତିଦ୍ବନ୍ଦ୍ବୀ ହୋଇ ନାହାନ୍ତି

ବିଜେଡି ଓ ବିଜେପି ଆଉ ପ୍ରତିଦ୍ବନ୍ଦ୍ବୀ ହୋଇ ନାହାନ୍ତି

ଭୁବନେଶ୍ବର: ମଣିପୁର ସାମ୍ପ୍ରଦାୟିକ ହିଂସାକୁ ନେଇ ସାରାଦେଶ ସ୍ତବ୍ଧ ଥିବାବେଳେ ଏନେଇ ସଂସଦରେ ମଧ୍ୟ ଅଚଳାବସ୍ଥା ଲାଗି ରହିଛି । କେନ୍ଦ୍ରରେ ଥିବା ବିଜେପି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିରୋଧୀ ମେଣ୍ଟ INDIA । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସବୁବେଳେ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ସମଦୂରତ୍ବ ରକ୍ଷା କରିବା କଥା କହୁଥିବା ବିଜେଡି ଏହି ପ୍ରସଙ୍ଗରେ ବିଜେପି ସରକାରଙ୍କ ସାଥ୍‌ ଦେଇଛି । ସେହିଭଳି ଦିଲ୍ଲୀ ଅଧ୍ୟାଦେଶକୁ ସମସ୍ତ ବିରୋଧୀ ବିରଧ କରୁଥିବା ବେଳେ ବିଜେଡି କିନ୍ତୁ ଏହାକୁ ସମର୍ଥନ କରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ବିଜେଡି ଓ ବିଜେପିର ଭିତିରି ସମ୍ପର୍କର ପର୍ଦ୍ଦାଫାସ ହୋଇଛି ବୋଲି କହିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ।

ମଣିପୁରରେ ଦୀର୍ଘଦିନ ହିଂସା ଲାଗି ରହିବା ଓ ଅନେକ ଲୋକଙ୍କ ମୃତ୍ୟୁକୁ ନେଇ ବିରୋଧୀ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି । ଏହି ପ୍ରସଙ୍ଗରେ ଉଭୟ ଗୃହ ଅଚଳ ହେବାପରେ ମଧ୍ୟ କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତାକୁ ନେଇ କଂଗ୍ରେସ ନେତୃତ୍ବରେ ବିରୋଧୀ ମେଣ୍ଟ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ତେବେ ଏହାକୁ ବିଜେଡି ସମର୍ଥନ ଦେବ କି ନାହିଁ, ତା ଉପରେ ସମସ୍ତଙ୍କ ନଜର ରହିଥିଲା । ତେବେ ଆଜି ବିଜେଡି ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି । ବିଜେଡି କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ବିରୋଧୀଙ୍କ ଅନାସ୍ଥାକୁ ବିରୋଧ କରିବ ବୋଲି ସ୍ପଷ୍ଟ କରିଛି । କେବଳ ସେତିକି ନୁହେଁ, ଦିଲ୍ଲୀ ଅଧ୍ୟାଦେଶକୁ ମଧ୍ୟ ସମସ୍ତ ବିରୋଧୀ ଦଳ ବିରୋଧ କରିଛନ୍ତି । ଏନ୍‌ଡିଏରୁ ବାହାରେ ଥିବା ସମସ୍ତ ଦଳ ଏହି ବିଲ୍‌କୁ ବିରୋଧ କରିଥିବା ବେଳେ ଆନ୍ଧ୍ରପ୍ରଦେଶର ଶାସକ YSR କଂଗ୍ରେସ ସମର୍ଥନ ଜଣାଇବା ନେଇ ଘୋଷଣା କରିଥିଲା । ଆଜି ବିଜେଡି ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇବା ପରେ ତେଜିଛି ରାଜନୀତି ।

ଏହା ମଧ୍ୟ ପଢ଼ନ୍ତୁ...ହ୍ୱିପ୍ ଜାରି କଲେ ନବୀନ; ଦିଲ୍ଲୀ ଅଧ୍ୟାଦେଶ ବିଲକୁ ସମର୍ଥନ ଓ ଅନାସ୍ଥାକୁ ବିରୋଧ କରିବ BJD

ଏନେଇ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି, "ନବୀନ ବାବୁ ସବୁବେଳେ କହୁଛନ୍ତି ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ସମଦୂରତା ରକ୍ଷା କରିଆସୁଛି । ହେଲେ ବିଜେଡି, ବିଜେପି ଦ୍ବାରା ସମ୍ପୂର୍ଣ୍ଣ କରାୟତ ହୋଇସାରିଛି । ଆଜି କେନ୍ଦ୍ରରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରୁଛି ଯେ, ବିଜେଡି ଓ ବିଜେପି ମିଶିକି ଅଛନ୍ତି । ବିଜେପିକୁ ବିଜେଡିର ସମର୍ଥନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡି ଓ ବିଜେପିର ଭିତିରି ସମ୍ପର୍କ ଥିବା ପ୍ରମାଣିତ ହୋଇଛି । ଦୁହେଁ ଭାଇ ଭାଇ । ସଂସଦରେ କେନ୍ଦ୍ର ସରକାର ଯେଉଁଭଳି ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଙ୍କୁଚିତ କରିବାକୁ ବିଲ ଆଣିଛନ୍ତି, ସଂଘୀୟ ବ୍ୟବସ୍ଥାରେ ଏଭଳି ବିଲ ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରୁଛି । ବିଜେଡି ଓ ବିଜେପି ଆଉ ପ୍ରତିଦ୍ବନ୍ଦ୍ବୀ ହୋଇ ନାହାନ୍ତି । ଉଭୟ ଗୋଟିଏ ଟଙ୍କାର ଦୁଇ ପାର୍ଶ୍ଵ । ମଣିପୁରରେ ମହିଳାଙ୍କ ବିରୋଧରେ ହୋଇଥିବା ହିଂସା ନେଇ ବିରୋଧୀ ଅନାସ୍ଥା ଆଣିଥିଲେ । ହେଲେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରି ବିଜେଡି ମହିଳା ବିରୋଧୀ ନୀତି ଆପଣାଇଛି । ସେପଟେ ଓଡ଼ିଶାରେ ଆସି ମହିଳା SHG ମାନଙ୍କୁ ସଶକ୍ତିକରଣ କରିବା କଥା କହୁଛି । ବିଜେଡି ବିରୋଧୀ ଦଳ ନୁହେଁ ବରଂ ବିଜେପିର ଏକ ଅଂଶୀଦାର ଦଳ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.