ETV Bharat / state

ଶୌଚାଳୟ ଉଦ୍‌ଘାଟନକୁ ମହାଯଜ୍ଞ ରୂପ ଦିଆଯାଇଛି: ବିଜୟ

author img

By ETV Bharat Odisha Team

Published : Jan 15, 2024, 9:37 PM IST

Congress on Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଥମୁନି ରାଜ୍ୟ ରାଜନୀତି । କାମିୟା ଜାନି ଓ ଅର୍ପଣ ରଥ ବୁଲିବା ପ୍ରସଙ୍ଗରେ ପୁଣିଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Congress on Parikrama Project
Congress on Parikrama Project

Congress on Parikrama Project

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ପୁଣି ଘେରିଲା କଂଗ୍ରେସ । କାମିୟା ଜାନି ଓ ଅର୍ପଣ ରଥ ବୁଲିବା ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ଶୌଚାଳୟ ଉଦ୍‌ଘାଟନକୁ ମହାଯଜ୍ଞ ରୂପ ଦେବା, ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରରେ ପ୍ରବେଶ କରାଇବା ସହ ମହାପ୍ରଭୁଙ୍କ ନାଁରେ ଭିକ୍ଷା ବୃତ୍ତି କରିବା ଆଦି ଘଟଣା ଓଡିଆ ଭାବାବେଗକୁ ପଦାଘାତ କରିଛି ବୋଲି ବିଜୟ କହିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 17 ତାରିଖ ଦିନ ଉଦ୍‌ଘାଟନ ଉତ୍ସବକୁ ଯିବା ପୂର୍ବରୁ ସରକାର ଓ ନିଜର ବାଚାଳତା ଓ ଧୃଷ୍ଟତା ପାଇଁ କ୍ଷମା ପ୍ରାର୍ଥନା କରିବାକୁ ବିଜୟ ଅନୁରୋଧ କରିଛନ୍ତି ।

ବିଜୟ କହିଛନ୍ତି, "ଓଡ଼ିଶା ସରକାର ଅଣଓଡ଼ିଆ ଭାବଧାରା ଦ୍ଵାରା ପ୍ରଭାବିତ ହେଉଛନ୍ତି । ପ୍ରଥମଟି ହେଲା ଶ୍ରୀମନ୍ଦିର ମାହାତ୍ମ୍ୟ କଣ ? ସରକାର ଭାବୁଛନ୍ତି ଏହା ଏକ ପର୍ଯ୍ୟଟନସ୍ଥଳୀ । ମହାପ୍ରସାଦର ପ୍ରଚାର ପାଇଁ ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ କରାଗଲା । ଏହା ଧର୍ମୀୟ ଭାବନା ପ୍ରତି କୁଠାରଘାତ । ଦ୍ବିତୀୟ ହେଲା ଗୁଆ ନିମନ୍ତ୍ରଣ । ମନ୍ଦିର ଚାରିପଟେ ଥିବା ଅବରୋଧ ହଟାଇ 4ଟି ଶୌଚାଳୟ ନିର୍ମାଣ କରିଛନ୍ତି ସରକାର । କେଉଁଠି ଲେଖା ଅଛି ଯେ ଶୌଚାଳୟ ଉଦଘାଟନ ପାଇଁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ ହେବ ? ମନ୍ଦିର ଫାଟ କିପରି ମରାମତି ହେବ ସେ କଥା ଚିନ୍ତା କରନ୍ତୁ । ତୃତୀୟ ହେଲା ଅର୍ପଣ ରଥ । ମହାପ୍ରଭୁଙ୍କ ସୋଲର ମୂର୍ତ୍ତିକୁ ଟ୍ରକରେ ବୁଲାଇ ଚାଉଳ ମଗାଯାଉଛି । ଓଡ଼ିଆ ଅସ୍ମିତାକୁ ଯଦି ବୁଝିଥାଆନ୍ତେ, ତାହେଲେ ସରକାର ଜଗନ୍ନାଥଙ୍କୁ ଭିକାରୀ ସଜେଇ ନଥାନ୍ତେ । ସେ ଚାଉଳ ଯାଉଛି କୁଆଡେ ?"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପୌଷ ମାସରେ ଶୁଭକାର୍ଯ୍ୟ କରିବା ଶାସ୍ତ୍ର ବିରୋଧୀ କହିଲା ଓଡ଼ିଶା ବ୍ରାହ୍ମଣ ସମାଜ

ବିଜୟ ଆହୁରି କହିଛନ୍ତି, "17 ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଯିବେ । ନିଜ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପ୍ରବେଶ ଦ୍ଵାରରେ ଖାଲି ପାଦରେ ଠିଆ ହୋଇ ଏସବୁ ଭୁଲ ପାଇଁ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ମୁଁ ପରିକ୍ରମା ପ୍ରକଳ୍ପ ଉଦଘାଟନ ଉତ୍ସବରେ ଯୋଗଦେବି ନାହିଁ । ଶୌଚାଳୟ ଉଦ୍‌ଘାଟନକୁ ମହାଯଜ୍ଞ ରୂପ ଦିଆଯାଉଛି । ଓଡ଼ିଶା ସରକାର ଅଣଓଡ଼ିଆ ଭାବଧାରା ଦ୍ବାରା ପରିଚାଳିତ । ଓଡିଆଙ୍କ ଭାବାବେଗ ଓ ଅସ୍ମିତା ବିଷୟରେ ବିଜେଡି ସରକାର କେବେ ବୁଝିନାହାନ୍ତି । ମହାପ୍ରସାଦକୁ ରେଷ୍ଟୁରାଣ୍ଟର ଖାଦ୍ୟ ଭାବେ ପ୍ରଚାର କରୁଛନ୍ତି । ଗୋମାଂସ ଭକ୍ଷଣକାରୀଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଯାଉଛି । ଏଭଳି ବାଚାଳତା ଓ ଧୃଷ୍ଟତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମା ପ୍ରାର୍ଥନା କରନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.