ETV Bharat / state

ଆସୁଛି ୟସ, ଡଙ୍ଗାଜାଲ ସୁରକ୍ଷିତ ସ୍ଥାନକୁ ନେଲେ ମତ୍ସ୍ୟଜୀବୀ

author img

By

Published : May 24, 2021, 10:49 PM IST

ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସଜାଗ ଓ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ । ବାତ୍ୟା ୟାସକୁ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା । ଅଧିକ ପଢନ୍ତୁ...

ବାତ୍ୟା ୟାସକୁ ନେଇ ସମୁଦ୍ର ତଟବର୍ତ୍ତୀ ଓ ମତ୍ସ୍ୟଜୀବୀ ସଜାଗ
ବାତ୍ୟା ୟାସକୁ ନେଇ ସମୁଦ୍ର ତଟବର୍ତ୍ତୀ ଓ ମତ୍ସ୍ୟଜୀବୀ ସଜାଗ

ଖୋର୍ଦ୍ଧା: ଭୟଙ୍କର ରୂପ ନେଇ ମାଡିଆସୁଛି ବାତ୍ୟା ୟାସ । ଏଥିପାଇଁ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର । ସେହିଭଳି ଏହି ବାତ୍ୟାରେ ବେଶି ପ୍ରଭାବିତ ହେବାକୁ ଥିବା ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ।

ବାତ୍ୟା ୟାସକୁ ନେଇ ସମୁଦ୍ର ତଟବର୍ତ୍ତୀ ଓ ମତ୍ସ୍ୟଜୀବୀ ସଜାଗ

ସେହିଭଳି ଜିଲାର କାଳୁପଡା, ଚିଲିକା, ବାଲୁଗାଁ ଆଦି ସମୁଦ୍ର ତଟବର୍ତ୍ତୀ ଅଂଚଳର ମତ୍ସ୍ୟଜୀବୀ ମାନେ ବାତ୍ୟା ୟସ ପାଇଁ ଜେଟି ଗୁଡିକରୁ ଡ଼ଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ଆଣୁଥିବା ଦେଖାଦେଇଛି । ସେହିଭଳି ବାତ୍ୟା ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ହେବାକୁ ଲାଗିଥିବା ବେଳେ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଓ ହାଲକା ପବନ ଆରମ୍ଭ ହୋଇଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.