ETV Bharat / state

ସହରାଞ୍ଚଳ ରୂପାନ୍ତରଣ, ରାଜଧାନୀରେ ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Jan 18, 2024, 9:26 PM IST

International conclave on Urban Transformation: ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଉନ୍ନତ ସହରାଞ୍ଚଳ ବ୍ୟବସ୍ଥାର ଭବିଷ୍ୟତ ନିର୍ମାଣ ଲକ୍ଷ୍ୟ । ଅଧିକ ପଢନ୍ତୁ

International conclave on Urban Transformation

ଭୁବନେଶ୍ବର: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀ ଆଜି ଠାରୁ ଭୁବନେଶ୍ବରର ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଜରିଆରେ ସାମିଲ ହୋଇ ଏହି ଅନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି ସମ୍ମିଳନୀରେ ୧୧ଟି ଦେଶ ଏବଂ ଭାରତର ୨୦ଟି ରାଜ୍ୟର ୪୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ସହରାଞ୍ଚଳ ରୂପାନ୍ତରଣ ସମ୍ପର୍କିତ ଏହା ହେଉଛି ଓଡିଶାରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ । ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ ।

ଦେଶ ବିଦେଶରୁ ଯୋଗ ଦେଇଥିବା ଅଂଶଗ୍ରହଣକାରୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସମୃଦ୍ଧ ଐତିହ୍ୟରେ ଭରପୂର ଓ ସୁନ୍ଦର ସୁନ୍ଦର ମନ୍ଦିର ଥିବା ଓଡିଶାକୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏବେ ସମାଜର ସବୁ ବର୍ଗଙ୍କ ସୁବିଧା ସୁଯୋଗ ପାଇଁ ମାର୍ଗ ସୃଷ୍ଟି କରିବା ଦିଗରେ ରୂପାନ୍ତରଣମୂଳକ ଅଭିଯାନ ଜାରି ରହିଛି । ସହରାଞ୍ଚଳ ଗୁଡିକର ଅନ୍ତର୍ଭୁକ୍ତିକରଣ ବିକାଶ ଆଧାରରେ ଓଡ଼ିଶାର ପୁନର୍ଗଠନ ଜାରି ରହିଛି । ବିଭିନ୍ନ ଗୋଷ୍ଠୀ ସମ୍ପ୍ରଦାୟର ସଶକ୍ତୀକରଣ ହେଉଛି ଆମର ପ୍ରାଥମିକତା । ଆମର ସଫଳତା କେବଳ ରୂପାନ୍ତରଣ ନୁହେଁ, ବରଂ ସହରାଞ୍ଚଳ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପକାଉଛି । ୫ଟି ଉପକ୍ରମ ଆଧାରରେ ଏହି ରୂପାନ୍ତରଣ ଯାତ୍ରା ହେଉଛି ଗୋଷ୍ଠୀ ନେତୃତ୍ବାଧୀନ ସହାରାଞ୍ଚଳ ବିକାଶ । ପୂର୍ବରୁ ପରିମଳ ବ୍ୟବସ୍ଥାରେ ଉନ୍ନତି ପାଇଁ ନୀରବ ସଂଘର୍ଷ କରୁଥିବା ଓଡ଼ିଶାରେ ଏବେ ଏ କ୍ଷେତ୍ରରେ ଆଶାତୀତ ଉନ୍ନତି ଘଟିଥିବା ସହ ଆମେ ସମ୍ମାନ ଏବଂ ଆତ୍ମବିଶ୍ବାସର ସହ ଆଗେଇ ଚାଲିଛୁ ।"

ଏହା ବି ପଢନ୍ତୁ- ସଚେତନ ହେବେ ପୌର ପ୍ରତିନିଧି, ତ୍ୱରାନ୍ୱିତ ହେବ ସହରାଞ୍ଚଳର ବିକାଶ କାର୍ଯ୍ୟ

ଆମର "ଡ୍ରିଙ୍କ ଫ୍ରମ ଟ୍ୟାପ" ମିଶନ ହେଉଛି ଲୋକମାନଙ୍କୁ ସୁସ୍ଥତାର ନୂତନ ଉଚ୍ଚତାରେ ପହଞ୍ଚାଇବା ପାଇଁ ଏକ ପ୍ରତିବଦ୍ଧତା । ଆମେ ଦୃଢ଼ ଭାବରେ ବିଶ୍ବାସ କରୁ ଯେ, ବିଭିନ୍ନ ଗୋଷ୍ଠୀ ତଥା ସମ୍ପ୍ରଦାୟ ନେତୃତ୍ବାଧୀନ ନଗର ଉନ୍ନୟନ କେବଳ ଓଡ଼ିଶାର କାହାଣୀ ନୁହେଁ । ବରଂ ଆଗକୁ ଏକ ବିଶ୍ବସ୍ତରୀୟ ରୂପାନ୍ତରଣର ମାର୍ଗ ଦର୍ଶାଉଛି । ସହରାଞ୍ଚଳ ରୂପାନ୍ତରଣ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଓଡିଶାରେ ଆୟୋଜନ ଏ କ୍ଷେତ୍ରରେ ଆମର ପ୍ରତିବଦ୍ଧତାକୁ ପ୍ରମାଣ କରୁଛି । ଆମର ଅନୁଭୂତିରୁ ଶିଖିବା, ନିଜର କାହାଣୀ ତିଆରି କରିବା ଏବଂ ସମସ୍ତଙ୍କ ପାଇଁ ଉନ୍ନତ ସହରାଞ୍ଚଳ ବ୍ୟବସ୍ଥାର ଭବିଷ୍ୟତ ନିର୍ମାଣ ପାଇଁ ଆମେ ସମସ୍ତଙ୍କର ସହଯୋଗ ଆଶା କରୁଛୁ । ଏହା ସହିତ ସମସ୍ତଙ୍କର ଅନ୍ତର୍ଭୁକ୍ତିକରଣରେ ସହରାଞ୍ଚଳ ବିକାଶ ପାଇଁ ସେ ଆହ୍ବାନ ଦେଇଛନ୍ତି । ବିଭିନ୍ନ ବ୍ୟକ୍ତି ବିଶେଷ ଓ ଗୋଷ୍ଠୀ ସମୁଦାୟମାନଙ୍କ ମତ ଓ ପ୍ରସ୍ତାବକୁ ଗୁରୁତ୍ବ ଦିଆଯାଇ ସ୍ବପ୍ନର ସହର ନିର୍ମାଣ କରିବାକୁ ଗୁରୁତ୍ବ ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ମିଳନୀର ଏହି ଉଦଘାଟନୀ ଅଧିବେଶନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଊଷା ଦେବୀ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି ମାଥି ଭାଥନନ, ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାହୁଲ କାପୁର ପ୍ରମୁଖ ଅତିଥି ଭାବେ ଯୋଗଦେଇଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଓଡ଼ିଶା ଅର୍ବାନ ଏକାଡେମୀକୁ ଲୋକାର୍ପଣ କରିଛନ୍ତି । ଏହି ଏକାଡେମୀ ଏହାର ସମସ୍ତ ଅଂଶୀଦାରମାନଙ୍କୁ ତାଲିମ ଏବଂ ଦକ୍ଷତା ବିକାଶ ପ୍ରଦାନ କରିବାରେ ଏକ ଉତ୍କର୍ଷ କେନ୍ଦ୍ର ହେବ । ସମ୍ମିଳନୀରେ ଓଡ଼ିଶା ଇନକ୍ଲୁସିଭ ପରିମଳ ନୀତି-୨୦୨୪ ଉନ୍ମୋଚନ କରାଯାଇଛି ।

ସହରାଞ୍ଚଳ ପରିଚାଳନାରେ ଗୋଷ୍ଠୀଗତ ଭାଗିଦାରିତା ଉପରେ ଏକ କଫି ଟେବୁଲ ପୁସ୍ତକ ଉନ୍ମୋଚିତ ହୋଇଛି । ସମସ୍ତଙ୍କ ପାଇଁ ଜଳର ଉପଲବ୍ଧତା, ଅନ୍ତର୍ଭୁକ୍ତିକରଣ ପରିମଳ ଓ ବର୍ଜ୍ୟବସ୍ତୁ ପରିଚାଳନା, ଗୋଷ୍ଠୀ ନେତୃତ୍ବାଧୀନ ସହରାଞ୍ଚଳ ରୂପାନ୍ତରଣ, ପୋଷଣୀୟ ସହରାଞ୍ଚଳ ପରିଚାଳନା ପାଇଁ ଓଡ଼ିଶାର ମଡେଲ, ଜଳ, ପରିମଳ ଓ ସ୍ବାସ୍ଥ୍ୟରକ୍ଷାରେ ନିୟାମକ ଢାଞ୍ଚାର ଜରୁରୀକାଳୀନ ଆବଶ୍ୟକତା, ପ୍ରମୁଖ ଅଂଶୀଦାର ଓ ବିଶେଷଜ୍ଞଙ୍କ ପ୍ୟାନେଲର ମତାମତ ଭଳି ଗୁରୁତ୍ବପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.