ETV Bharat / state

ଅଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ: ୨୭.୫୦ ଟଙ୍କାରେ ମିଳିବ ଭାରତ ଅଟା

author img

By ETV Bharat Odisha Team

Published : Nov 2, 2023, 9:03 PM IST

‘ଭାରତ ଅଟା ବ୍ରାଣ୍ଡ’ରେ ଅଟା କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ପାଇବେ ଗ୍ରାହକ । ଅଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଅଧିକ ପଢନ୍ତୁ

ଆଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ:୨୭.୫୦ ଟଙ୍କାରେ ମିଳିବ ଭାରତ ଅଟା
ଆଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ:୨୭.୫୦ ଟଙ୍କାରେ ମିଳିବ ଭାରତ ଅଟା

ଆଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ:୨୭.୫୦ ଟଙ୍କାରେ ମିଳିବ ଭାରତ ଅଟା

ଖୋର୍ଦ୍ଧା: ବଢୁଥିବା ଅଟା ଦର ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପଦକ୍ଷେପ । ଲୋକଙ୍କୁ କମ ଦାମରେ ଅଟା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ । ଆରମ୍ଭ ହୋଇଛି ଖୋଲା ବଜାରରେ ଗହମ ବିକ୍ରି । ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ ଦ୍ୱାରା ‘ଭାରତ ଅଟା ବ୍ରାଣ୍ଡ’ରେ ଅଟା କିଲୋ ପିଛା ୨୭ ଟଙ୍କା ୫୦ ପଇସାରେ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ଅଟା ଦର ବଢି ଚାଲିଛି । ଖୁଚୁରା ଦୋକାନରେ ଏବେ ଅଟା କିଲୋଗ୍ରାମ ପିଛା ୪୦ ରୁ ୪୫ ଟଙ୍କା ଦରରେ ବିକ୍ରି ହେଉଛି । ସେହିପରି ବଡ ମଲ ଗୁଡିକରେ ପ୍ୟାକେଟ ଅଟା କିଲୋଗ୍ରାମ ପିଛା ୪୮ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି । ଅଟା ୧ କିଲୋ କିଣିବା ଗରିବ, ନିମ୍ନ ମଧ୍ୟବିତ୍ତ ଏବଂ ମଧ୍ୟବିତ୍ତ ପରିବାର ପାଇଁ କଷ୍ଟ ହେଉଛି । ଲୋକଙ୍କୁ କମ ଦାମରେ ଅଟା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ତିନୋଟି ଏଜେନ୍ସି ଦ୍ୱାରା ‘ଭାରତ ଅଟା ବ୍ରାଣ୍ଡ’ରେ ଖୋଲା ବଜାରରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି । କିଲୋଗ୍ରାମ ପିଛା ୨୭ ଟଙ୍କା ୫୦ ପଇସାରେ ଅଟା ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ଖାଦ୍ୟ ନିଗମ ବା FCIର ମହାପ୍ରବନ୍ଧକ ବନୋଥ ପ୍ରେମ ସିଂହ ।


ଓଡ଼ିଶାରେ ଥିବା ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ ଏଜେନ୍ସିକୁ ସାପ୍ତାହିକ ୨.୫ ଲକ୍ଷ ମେଟ୍ରିକ ଟନ ଗହମ କିଲୋଗ୍ରାମ ପିଛା ୨୧ ଟଙ୍କା ୫୦ ପଇସା ହିସାବରେ ଯୋଗାଇ ଦିଆଯିବ । ଏଜେନ୍ସି ଗୁଡିକ ଗହମକୁ ପ୍ରକ୍ରିୟାକରଣ କରି ଭାରତ ଅଟା ବ୍ରାଣ୍ଡରେ ଅଟା କିଲୋଗ୍ରାମ ପିଛା ୨୭ ଟଙ୍କା ୫୦ ପଇସାରେ ଖୋଲା ବଜାରରେ ବିକ୍ରି କରିବେ । ଏଜେନ୍ସି ଗୁଡିକ ନିର୍ଦ୍ଧାରିତ ଦରରୁ ଗୋଟିଏ ଟଙ୍କା ଗ୍ରାହକଙ୍କ ପାଖରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ । ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଏନ୍ସିସିଏଫ ଦୋକାନ ଗୃହ କମ ଥିବାରୁ ଖୋଲା ବଜାରରେ ଲୋକଙ୍କୁ ଭାରତ ଅଟା ଉପଲବ୍ଧ କରାଇବା ପାଇଁ କୁହାଯାଇଛି । ସେହିପରି ଏଜେନ୍ସି ଗୁଡିକ ଭ୍ୟାନ ମାଧ୍ୟମରେ ଅଟା ବିକ୍ରି କରିବାକୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ କୁହାଯାଇଛି ।

ଏହାଲ ମଧ୍ୟ ପଢନ୍ତୁ....Price Hike: ଦର ବୃଦ୍ଧି ରୋକିବାକୁ କୃଷି ଭିତ୍ତିଭୂମିର ବିକାଶ ଗୁରୁତ୍ବପୂର୍ଣ୍ଣ

ଏଥି ସହିତ ମଇଦା ଏବଂ ସୁଜି ଉପରେ କଳାବଜାର ହେଉଥିବା ଅଭିଯୋଗ ହେଉଥିବାରୁ ଖାଦ୍ୟ ନିଗମ ଏହା ଉପରେ ନଜର ରଖିଛି । ଦର ଉପରେ ପ୍ରତି ସପ୍ତାହରେ ସମୀକ୍ଷା କରାଯାଇଛି । ପୂର୍ବରୁ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ସାପ୍ତାହିକ ଖୋଲା ବଜାରରେ ୭ ହଜାର ମେଟ୍ରିକ ଟନ ଅଟା ବିକ୍ରି କରାଯାଉ ଥିବାବେଳେ ଗତ କିଛି ମାସ ହେବ ୧୦ ହଜାର ମେଟ୍ରିକ ଟନକୁ ବୃଦ୍ଧି କରାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଉପମହାପ୍ରବନ୍ଧକ ଅନୀଲ ଧିଲୋଁ ଓ ଉପମହାପ୍ରବନ୍ଧକ ଏସ ସଞ୍ଜୀବ କୁମାର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.