ETV Bharat / state

ପୂର୍ବତନ ରେଲୱେ ଅଧିକାରୀଙ୍କ ଘରେ CBI, ୩ଟି ସ୍ଥାନରେ ଛାନଭିନ ଜାରି

author img

By

Published : Jan 4, 2023, 7:36 PM IST

ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ସିବିଆଇ । ଭୁବନେଶ୍ବର, କଟକ ସମେତ ଜଗତସିଂହପୁରରେ ରେଡ ଜାରି ରଖିଛନ୍ତି ସିବିଆଇ ଅଧିକାରୀ । ଅଧିକ ପଢ଼ନ୍ତୁ

ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ
ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଭୁବନେଶ୍ବର: ପୂର୍ବତନ ରେଳ ଅଧିକାରୀଙ୍କ ଘରେ CBI ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଛାନଭିନ କରୁଛି ସିବିଆଇ । ପୂର୍ବତନ IRCTC ଅଧିକାରୀ ପିକେ ଜେନାଙ୍କ ଘରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ବର, କଟକ ସମେତ ଜଗତସିଂହପୁରରେ ଚଢ଼ାଉ ଜାରି ରଖିଛନ୍ତି ସିବିଆଇ ଅଧିକାରୀ । କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଅଧିନରେ ପୂର୍ବରୁ ଚାକିରୀ କରିଥିବା ଏହି ଅଧିକାରୀ ଦୁର୍ନୀତିର ସମ୍ପୃକ୍ତି ଥାଇପାରନ୍ତି ବୋଲି କୁହାଯାଉଛି ।

ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ
ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ଘରେ ସିବିଆଇ ଚଢ଼ାଉ

ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା CBI ଜାଣିବାକୁ ପାଇଛି । ଏପରିକି ୪ କୋଟି ୨୮ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ସେ ଠୁଳ କରିଛନ୍ତି । ତାଙ୍କ ସହ ତାଙ୍କ ପରିବାର ଲୋକଙ୍କ ଆୟ ଅନୁସାରେ ତାଙ୍କର ସମ୍ପତ୍ତି ୩ କୋଟି ୨୫ ଲକ୍ଷ ୨୪ ହଜାର ୮୯୩ ଟଙ୍କା ହେବା କଥା । ଏପରିକି ଖର୍ଚ୍ଚ ବାବଦରେ ୮୮ ଲକ୍ଷ ୫୮ ହଜାର ୭୫୪ ଟଙ୍କା ଦର୍ଶାଇଥିବାବେଳେ ସଞ୍ଚୟଙ୍କ ପାଖରେ ରହିବା କଥା ୨ କୋଟି ୩୬ ଲକ୍ଷ ଟଙ୍କା । କିନ୍ତୁ ଯାଞ୍ଚ ବେଳେ ଜଣାପଡିଛି, ତାଙ୍କର ସ୍ଥାବର ଓ ଅବସ୍ଥାର ସମ୍ପତ୍ତି ଯାହା ଠୁଳ କରିଛନ୍ତି ତାହା ତାଙ୍କ ଆୟଠାରୁ ପ୍ରାୟ ୬୯ ପ୍ରତିଶତ ଅଧିକ । ତେବେ ୧ କୋଟି ୯୨ ଲକ୍ଷ ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ସୂଚନା ଆଧାରରେ CBI ତାଙ୍କ ଘରେ ଚଢ଼ାଉ କରି ସର୍ଚ୍ଚ ଅପରେସନ ଜାରି ରଖିଛି ।

ତେବେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଅଧିନରେ ପୂର୍ବରୁ ଚାକିରି କରିଥିବା ଏହି ଅଧିକାରୀ ଦୁର୍ନୀତିର ସମ୍ପୃକ୍ତି ଥାଇପାରନ୍ତି ବୋଲି କୁହାଯାଉଛି । ଯାହାକୁ ଆଧାର କରି ପ୍ରିଭେନ୍‌ସନ ଅଫ୍‌ କରପ୍‌ସନ ଆକ୍ଟରେ ରେଡ କରି ତାଙ୍କ ସମ୍ପତ୍ତିର ସୁରାକ ଖୋଜୁଛି CBI । ଗତ ୩ ତାରିଖରୁ CBI ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏନେଇ ତାଙ୍କର ପରିବାର ଲୋକଙ୍କ ରୋଜଗାର ଓ ଆୟକର ଦେଇଥିବା ତଥ୍ୟକୁ ମଧ୍ୟ ଯାଞ୍ଚ କରାଯାଉଛି । ତାଙ୍କର ଦୁଇଟି ଝିଅଙ୍କ ମଧ୍ୟରୁ ଜଣେ ଏକ ଘରୋଇ ବ୍ୟାଙ୍କ ମୁମ୍ବାଇରେ କାମ କରନ୍ତି ଓ ଅନ୍ୟଜଣେ ଡାକ୍ତରୀ ପାଠ ପଢ଼ୁଛନ୍ତି । ତାଙ୍କର ପତ୍ନୀ ଜଣେ ଗୃହିଣୀ ବୋଲି ଜାଣିବାକୁ ପାଇଛି CBI । ତେବେ ଜଣାପଡିଛି ୧୯୮୭ ବ୍ୟାଚର ଏହି ଅଧିକାରୀ ୧୯୮୯ ମସିହରେ IRCTCରେ ଯୋଗ ଦେଇଥିଲେ‌ । ପରେ ୩୧ ଫେବୃଆରୀ ୨୦୦୫ରେ ପଦୋନ୍ନତୀ ପାଇ ପ୍ରିନ୍ସପାଲ ଚିଫ୍‌ ଅପରେସନାଲ ମ୍ୟାନେଜର ପଦକୁ ଯାଇଥିଲେ ପିକେ ଜେନା । ତେବେ ନିକଟରେ ସେ କାର୍ଯ୍ୟରୁ ଅବସର ନେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.