ETV Bharat / state

ଟିକସ ଫାଙ୍କିଲେ ହୋଇଯାଆନ୍ତୁ ସାବଧାନ, କାର୍ଯ୍ୟାନୁଷ୍ଠାନ ନେବ BMC

author img

By

Published : Jul 14, 2023, 1:51 PM IST

ଭୁବନେଶ୍ୱରରେ ଘର କରି ତାହାକୁ ବ୍ୟବସାୟ ଭିତିରେ ବ୍ୟବହାର କରୁଥିଲେ ଘର ମାଲିକଙ୍କୁ ଗଣିବାକୁ ପଡିବ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସିର ଏହି କଡା ଆଭିମୁଖ୍ୟ ଗ୍ରହଣ କରିଛି ।

BMC tax collection
ଟିକସ ଫାଙ୍କିଲେ ହାଇଯାଆନ୍ତୁ ସାବଧାନ

ଟିକସ ଫାଙ୍କିଲେ ହାଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଟିକସ ଫାଙ୍କିଲେ ସାବଧାନ ହୋଇଯାଆନ୍ତି । ବିଏମସି ନେବ କଡା କାର୍ଯ୍ୟାନୁଷ୍ଠାନ । ରାଜଧାନୀର ଘର ମାଲିକ ଏଣିକି ସାବଧାନ୍ ହୋଇଯାଆନ୍ତି । ଟିକସ ଫାଙ୍କିଲେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭୁବନେଶ୍ୱରରେ ଘର କରି ତାହାକୁ ବ୍ୟବସାୟ ଭିତିରେ ବ୍ୟବହାର କରୁଥିଲେ ଘର ମାଲିକଙ୍କୁ ଗଣିବାକୁ ପଡିବ ତଣ୍ଡ । ସହରିଆଙ୍କୁ ତାଗିଦ୍ କରିବା ପାଇଁ ବିଏମସିର ଏହି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଏନେଇ ଗତକାଲି(ଗୁରୁବାର) ବିଏମସି ଅଫିସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିବା ବେଳେ ଏହି ନିଷ୍ପତ୍ତି ହୋଇଥିବା କହିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ।

ହୋଲଡିଂ ଟିକସ ଏବଂ ଟ୍ରେଡ ଲାଇସେନ୍ସ ସମୟ ଅନୁସାରେ ପୈଠ କରିବା ପାଇଁ କମିଶନରଙ୍କ ସ୍ମାର୍ଟ ସିଟି ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି । କାରଣ ରାଜଧାନୀରେ ଅନେକ ବାସିନ୍ଦା ଡୋମେଷ୍ଟିକ ପ୍ରପୋଜ ପାଇଁ ଘର କରିଥିବା ବେଳେ ସେହି ଘରକୁ କମର୍ସିଆଲ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି । ଯାହାକି ଅନୁଚିତ୍ ବୋଲି କହିଛନ୍ତି ବିଏମସି କମିଶନର । ତେଣୁ ଘର ମାଲିକମାନେ ଭୁବନେଶ୍ୱର ଡଅଟ୍ ମି ଆପ୍ ମାଧ୍ୟମରେ ତାହାକୁ ପୁନଃ ପରିବର୍ତ୍ତନ କରି ସଠିକ୍ ଟ୍ୟାକ୍ସ ପୈଠ କରନ୍ତୁ ବୋଲି କମିଶନର ପରାମର୍ଶ ଦେଇଛନ୍ତି । ଯଦି ଏଭଳି ନ କରନ୍ତି ବା ବିଏମସି ଗାଇଡଲାଇନକୁ ନ ମାନନ୍ତି ତେବେ ଆଗକୁ ବିଏମସି ଏନେଇ ନେବ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ବିଏମସି କମିଶନର ।

ଅନ୍ୟପଟେ ଏହି ରାଜସ୍ବ ଆଦାୟକୁ ନେଇ ଏଣିକି ପ୍ରତି ଶନିବାର ୱାର୍ଡ ମାନଙ୍କରେ ରାଜସ୍ୱ ଦିବସ ପାଳନ ସହ ସଚେତନତା କରାଯିବ । ପ୍ରତି ଶନିବାରକୁ ରାଜସ୍ୱ ଦିବସ ଭାବରେ ପାଳିବ ବିଏମସି । କର୍ପୋରେଟରଙ୍କ ସହଯୋଗରେ ପ୍ରତି ୱାର୍ଡରେ କ୍ୟାମ୍ପେନ ଭଳି ଏହି ଦିବସକୁ ପାଳନ କରାଯିବ । ବର୍ତ୍ତମାନ ସମୟରେ ଅନେକ ଲୋକଙ୍କର କିଭଳି ଟ୍ୟାକ୍ସ ପୈଠ କରିବେ ସମସ୍ୟା ରହୁଛି । ଅନଲାଇନରେ ଘରେ ବସି କିଭଳି ଟ୍ୟାକ୍ସ ଦେଇପାରିବେ ଏହି ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ଅଧିକ ସଚେତନ କରିବ ବିଏମସି ।

ଏହା ବି ପଢନ୍ତୁ...SKOCH Award: ବିଏମସିକୁ ମିଳିଲା ସମ୍ମାନଜନକ ସ୍କଚ ଆୱାର୍ଡ

ସହରର ସ୍ୱଚ୍ଛତା ଓ ସୁନ୍ଦର ପାଇଁ ପ୍ରତି ୱାର୍ଡରେ ବିଏମସି ମେୟର କମିଶନର ଯାଇ ସିଧାସଳଖ ଲୋକଙ୍କୁ ଭେଟୁଛନ୍ତି । ସଚେତନ ନାଗରିକ ଭାବରେ ସହରର ସ୍ୱଚ୍ଛତାକୁ ସହଭାଗିତାର ସହ କରିବାକୁ ବୁଝାଉଛନ୍ତି ସେହି ଭଳି ରାଜସ୍ବ ଆଦାୟର ସ୍ବଚ୍ଛତା ଉପରେ ବୁଝାଉବେ ଆଉ ଲୋକଙ୍କୁ ସେମାନଙ୍କର ଦାୟିତ୍ୱକୁ ମନେପକାଇବା ନେଇ ଏହି ପ୍ରୟାସ କରାଯାଇଛି ବୋଲି କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.