ETV Bharat / state

ମହୁଆଙ୍କ ମାମଲାରେ ପିନାକୀ ମିଶ୍ରଙ୍କ ଭୂମିକା କଣ ସ୍ପଷ୍ଟ କରନ୍ତୁ ନିଜେ ପିନାକୀ: ବିଜେପି

author img

By ETV Bharat Odisha Team

Published : Dec 9, 2023, 7:48 PM IST

BJP Targets Pinaki Mishra over cash-for-query scam: ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା ବହିଷ୍କୃତ ହେବାପରେ ଓଡ଼ିଶା ବିଜେପି ଟାର୍ଗେଟ୍‌ରେ ବିଜେଡି ସାଂସଦ ପିନାକୀ ମିଶ୍ର । ଦର୍ଶନ ହିରାନନ୍ଦାନୀ ସତ୍ୟପାଠରେ ରାହୁଲ ଗାନ୍ଧୀ, ଶଶି ଥରୁର ଏବଂ ପିନାକୀ ମିଶ୍ରଙ୍କ ନାଁ ନେବାପରେ ପୁରୀ ସାଂସଦଙ୍କୁ ଏହି ମାମଲାରେ ନିଜର ଭୂମିକା ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି । ଅଧିକ ପଢ଼ନ୍ତୁ

ମହୁଆଙ୍କ ମାମଲାରେ ପିନାକୀ ମିଶ୍ରଙ୍କ ଭୂମିକା କଣ ?
ମହୁଆଙ୍କ ମାମଲାରେ ପିନାକୀ ମିଶ୍ରଙ୍କ ଭୂମିକା କଣ ?

ମହୁଆଙ୍କ ମାମଲାରେ ପିନାକୀ ମିଶ୍ରଙ୍କ ଭୂମିକା କଣ ?

ଭୁବନେଶ୍ବର: ସଂସଦରୁ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ବହିଷ୍କାର ଜାତୀୟ ରାଜନୀତିରେ ଏବେ ହଟଚମଟ ସୃଷ୍ଟି କରିଛି । ସଂସଦରେ ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଲୋକସଭାରୁ ବହିଷ୍କୃତ ହୋଇଛନ୍ତି ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରା । ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ବହୁଛି ବେଶ ଗରମ ହାୱା । କାହା ସାହସରେ ଓ କାହା ସହ ମିଶି ମୋଇତ୍ରା ଏଭଳି କରିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି । ଦର୍ଶନ ହିରାନନ୍ଦାନୀ ସତ୍ୟପାଠରେ ରାହୁଲ ଗାନ୍ଧୀ, ଶଶି ଥରୁର ଏବଂ ପିନାକୀ ମିଶ୍ରଙ୍କ ନାଁ ନେବାପରେ ଓଡ଼ିଶା ବିଜେପି ଟାର୍ଗେଟ୍‌ରେ ପୁରୀ ସାଂସଦ । ଏହି ଘଟଣାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଭୂମିକା କଣ ସେ ନିଜେ ସ୍ପଷ୍ଟ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, "କାହା ସାହସରେ ମହୁଆ ମୋଇତ୍ରା ଏପରି କରିଥିଲେ ଏବଂ କାହା ସହ ମିଶି କରିଥିଲେ ? ଦର୍ଶନ ହିରାନନ୍ଦାନୀ ସତ୍ୟପାଠରେ ୩ ଜଣ ରାଜନେତାଙ୍କ ନାଁ ନେଇଛନ୍ତି । ଯେଉଁମାନେ ମହୁଆ ମୋଇତ୍ରାଙ୍କ ସହିତ ସମ୍ପର୍କରେ ଥିଲେ । ରାହୁଲ ଗାନ୍ଧୀ, ଶଶି ଥରୁର ଏବଂ ପିନାକୀ ମିଶ୍ର । ଏମାନଙ୍କ ଉପରେ ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ଅଛି । କାହା ପାଖକୁ ଟଙ୍କା ଯାଇଥିଲା ଏବଂ କେତେ ଟଙ୍କା ଯାଇଥିଲା । ପିନାକୀ ମିଶ୍ରଙ୍କ ପାଖକୁ ଟଙ୍କା ଆସିଥିଲା କି ନାହିଁ ନିଜେ ପିନାକୀ ମିଶ୍ର ସ୍ପଷ୍ଟ କରନ୍ତୁ । ଏହି ଘଟଣାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ଭୂମିକା କଣ ? ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସାଂସଦଙ୍କ ସଂପୃକ୍ତି ଅଛି କି ନାହିଁ ସ୍ପଷ୍ଟ କରନ୍ତୁ ।

ଏହା ମଧ୍ୟ ପଢ଼ନ୍ତୁ...ମହୁଆ ମାମଲାରେ ଅପରାଜିତାଙ୍କ ପ୍ରତିକ୍ରିୟା: ‘ଗ୍ରହଣୀୟ ନୁହେଁ ଅନୈତିକ ଆଚରଣ, ମୁଁ ବି ଜଣେ ମହିଳା'

ଉଲ୍ଲେଖଯୋଗ୍ୟ, ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଞ୍ଚ ନେବା ମାମଲାରେ ଟିଏମ୍‌ସି ସାଂସଦ ମହୁଆ ମୋଇତ୍ରାଙ୍କୁ ଲୋକସଭାରୁ ବହିଷ୍କୃତ କରିଛି ସଦାଚାର କମିଟି । ଏହା ସହିତ ମହୁଆଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ସେପଟେ ବିନା ପ୍ରମାଣରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ମହୁଆ ଅଭିଯୋଗ କରିଛନ୍ତି । ଏଥିକ୍ସ କମିଟିର ସୁପାରିଶ ଆଧାରରେ ତାଙ୍କ ବିରୋଧରେ ବାଚସ୍ପତି ଓମ୍‌ ବିର୍ଲା ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗୌତମ ଆଦାନୀଙ୍କ ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ପାଇଁ ମହୁଆ ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏପରରିକି ମହୁଆ ନିଜର ସାଂସଦ ଆକାଉଣ୍ଟର ଲଗ୍‌-ଇନ୍‌ ଆଇଡି ଓ ପାସୱାର୍ଡ ମଧ୍ୟ ହୀରାନନ୍ଦାନୀଙ୍କୁ ଦେବା ସହ ତାଙ୍କ ଠାରୁ ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପାଇଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ । ଏହି ମାମଲା ଲୋକସଭା ଏଥିକ୍ସ କମିଟିକୁ ଯାଇଥିଲା ଓ କମିଟି ପକ୍ଷରୁ ମହୁଆଙ୍କୁ ଜେରା ପାଇଁ ନୋଟିସ୍ ପଠାଯାଇଥିଲା । ଜେରା ପରେ କମିଟିର ୬ ଜଣ ସଦସ୍ୟ ମହୁଆଙ୍କୁ ବହିଷ୍କାର କରିବା ପାଇଁ ସୁପାରିସ କରିଥିଲେ । ଏନେଇ ପୁଣି ଏକାଠି ହୋଇଛନ୍ତି ଇଣ୍ଡିଆ ମେଣ୍ଟର ସାଂସଦ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.