ETV Bharat / state

ଦଳିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କୌଣସି ସମ୍ବେଦନଶୀଳତା ନାହିଁ: ବିଜେପି

author img

By

Published : Jun 10, 2023, 10:03 AM IST

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଅନୁସୂଚିତ ଜାତି ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ସମ୍ମିଳନୀରେ ମୋର୍ଚ୍ଚାର ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ । ରାଜ୍ୟରେ ବିଜେଡି ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଉନ୍ନତି କରିବାରେ ବିଫଳ । ଅଧିକ ପଢ଼ନ୍ତୁ

Eସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଉନ୍ନତି କରିବାରେ ବିଫଳ
ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଉନ୍ନତି କରିବାରେ ବିଫଳ

ସରକାର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଉନ୍ନତି କରିବାରେ ବିଫଳ

ଭୁବନେଶ୍ବର: ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ସାମ୍ବାଦିକ ସମ୍ମିଳନୀ । ବିଜେଡି ସରକାର ଉପରେ ବର୍ଷିଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳିତଙ୍କ ପ୍ରତି କୌଣସି ଦାୟିତ୍ୱ ବା ସମ୍ବଦେନଶୀଳତା ନାହିଁ । ନରେନ୍ଦ୍ର ମୋଦିଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ୯ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ବିଭିନ୍ନ ସମ୍ପ୍ରଦାୟ, ବିଭିନ୍ନ ବର୍ଗ ଓ ଜାତିର ବିକାଶ ପାଇଁ ଅନେକ ମହତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି । ଭାରତୀୟ ଜନତାପାର୍ଟି ଗୋଟିଏ ରାଷ୍ଟ୍ରବାଦୀ ବିଚାର ଧାରା ଉପରେ ବିଶ୍ୱାସ କରେ ଏବଂ ରାଷ୍ଟ୍ର ଗାରିମା ଓ ରାଷ୍ଟ୍ରୀୟ ଏକତାକୁ ବଢାଇବାରେ କାର୍ଯ୍ୟ କରେ ବୋଲି ବିଜେପି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ କହିଛନ୍ତି ।

ଭାରତବର୍ଷରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ସଂଖ୍ୟା ୧୭ ଭାଗରୁ ଊର୍ଦ୍ଧ୍ୱ ଏବଂ ଓଡିଶାରେ ମଧ୍ୟ ପାଖାପାଖି ୧୮ଭାଗ ଲୋକ ଅନୁସୂଚିତ ଜାତି ବର୍ଗର ଲୋକ ଅଛନ୍ତି । ତେଣୁ ଅନୁସୂଚିତ ଜାତିବର୍ଗର ଲୋକଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମ୍ବିଧାନରେ ଆଇନ ପ୍ରଣୟନ କରାଯାଇଛି । ୯ ବର୍ଷର ମୋଦି ସରକାରଙ୍କ ଅନୁସୂଚିତ ଜାତି ବର୍ଗଙ୍କ ସାମୁହିକ ବିକାଶ ପାଇଁ ଅନେକ କଲ୍ୟାଣକାରୀ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ବିଶେଷ ଭାବେ ଏହି ବର୍ଗର ଅର୍ଥନୈତିକ, ସାମାଜିକ ସ୍ଥିତିକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଗରିବ କଲ୍ୟାଣ ଯୋଜନାରେ ଖାଦ୍ୟ, ବସ୍ତ୍ର, ବାସଗୃହ, ବିଜୁଳି, ପିଇବା ପାଣି, ଶୌଚାଳୟ, ଭତ୍ତା, ଗମନାଗମନ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି, ସ୍ୱନିଧି ଯୋଜନା, ଉଜ୍ଜ୍ୱଳା ଯୋଜନା, ମୁଦ୍ରା ଯୋଜନା ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ମୋଦି ସରକାର ।

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବିଭୁପ୍ରସାଦ ତରାଇ କହିଛନ୍ତି,‘‘ ନବୀନ ବାବୁଙ୍କ ନେତୃତ୍ୱରେ ୨୫ବର୍ଷର ଯେଉଁ ଶାସନ କ୍ଷେତ୍ରରେ ଦଳିତ ମାନଙ୍କର ବିକାଶ ଯେଉଁ ଢଙ୍ଗରେ ହେବା କଥା ହୋଇନାହିଁ । ଓଡିଶାରେ ଦଳିତ ନିର୍ଯାତନା ବଢିଚାଲିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନୀରବ ସାଜିଛନ୍ତି । ଅନୁସୂଚିତ ଜାତିଙ୍କ ବିକାଶ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ବିଜେଡି ସରକାର ଅନ୍ୟତ୍ର ଖର୍ଚ୍ଚ କରୁଛନ୍ତି । ଷ୍ଟାଇପେଣ୍ଡ ଟଙ୍କାକୁ ଅନୁସୂଚିତ ଜାତି ବର୍ଗର ଲୋକମାନେ ଠିକ୍ ଭାବରେ ପାଇପାରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦଳିତ ଲୋକଙ୍କ ପ୍ରତି କୌଣସି ଦାୟିତ୍ୱ ବା ସମ୍ବେଦନଶୀଳତା ନାହିଁ । କେନ୍ଦ୍ର ସରକାରରେ ଆଜି ୧୨ଜଣ କେନ୍ଦ୍ରମନ୍ତ୍ରୀ ଅନୁସୁଚିତ ଜାତି ବର୍ଗର ଅଛନ୍ତି । ଅନୁସୂଚିତ ଜାତି କମିଶନ ଓଡିଶାରେ ନାହିଁ, କିପରି ଅନୁସୂଚିତ ବର୍ଗର ଲୋକେ ନ୍ୟାୟ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.