ETV Bharat / state

ଅଘଟଣକୁ ନେଇ ଶସ୍ତା ରାଜନୀତି କରୁଛି କଂଗ୍ରେସ: ବିଜେପି ରାଜ୍ୟ ସଭାପତି

author img

By

Published : Jun 5, 2023, 10:55 PM IST

Updated : Jun 5, 2023, 11:01 PM IST

ବାଲେଶ୍ବର ବାହାନଗା ରେଳ ଟ୍ରେଜେଡିକୁ ନେଇ ତେଜୁଛି ରାଜନୀତି । କଂଗ୍ରେସର ପ୍ରେସମିିଟ ଜବାବ ରଖିଲେ ବିଜେପି ରାଜ୍ୟ ସଭାପତି । ଅଧିକ ପଢ଼ନ୍ତୁ

ବଲେଶ୍ବର ବାହାନଗା ରେଳ ଟ୍ରେଜେଡିକୁ ନେଇ ତେଜୁଛି ରାଜନୀତି
ବଲେଶ୍ବର ବାହାନଗା ରେଳ ଟ୍ରେଜେଡିକୁ ନେଇ ତେଜୁଛି ରାଜନୀତି

ବଲେଶ୍ବର ବାହାନଗା ରେଳ ଟ୍ରେଜେଡିକୁ ନେଇ ତେଜୁଛି ରାଜନୀତି

ଭୁବନେଶ୍ବର: ବାଲେଶ୍ବର ବାହାନଗା ରେଳ ଟ୍ରେଜେଡିକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି । ବଢିବାରେ ଲାଗିଛି ଆରୋପ ପ୍ରତ୍ୟାରୋପ । କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବ ବେଳେ ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ‘‘ସିବିଆଇ ତଦନ୍ତ କରିବ । ତଦନ୍ତ ପରେ ଆଲୋଚନା ହେବା ଉଚିତ। ଏ ବିଷୟରେ ଆଲୋଚନା ଆମେ କରିବୁନି । ପ୍ରଧାନମନ୍ତ୍ରୀ କିଭଳି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ତାହା 140 କୋଟି ଜନତା ଜାଣିଛନ୍ତି । ରେଳରେ କାହା ସମୟରେ କେତେ ଲାଭବାନ ହୋଇଛି ତାହା ଲୋକ କହିବେ । ଗୋଟେ ହାତରେ ତାଳି ବାଜିବନି । କଂଗ୍ରେସ ରାଜନୀତି କରିବାକୁ ଚେଷ୍ଟା କରୁଛି । ଆମେ ରାଜନୀତି କରିବୁନି । ଏସମୟରେ ରାଜନୀତି ନୁହେଁ ଲୋକଙ୍କ ନିକଟରେ ପହଞ୍ଚି ତାଙ୍କୁ ସେବା ଯୋଗାଇ ଦେବା ପ୍ରଥମ କାର୍ଯ୍ୟ । ତଦନ୍ତ ଚଲିଛି ତଦନ୍ତ ସରିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ଓଡ଼ିଶାରେ କଂଗ୍ରେସ ବିଷୟରେ ଆଲୋଚନା କରିବା ଉଚିତ୍ ନୁହେଁ।’’

ଏହାସହ ମୃତଦେହ ସଂଖ୍ୟା ଲୁଚା ଯିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି,‘‘ ଯଦି କଂଗ୍ରେସ ପାଖରେ ତଥ୍ୟ ଅଛି ଦିଅନ୍ତୁ । ଯିଏ ନିଜ କାମ ଦାୟିତ୍ଵର ସହ କରେ ସେ ଉତ୍ତରଦାୟୀ ହୁଏ । ଆମେ ଉତ୍ତରଦାୟୀ। ଘଟଣାରେ ଅପରାଧିକ ପୃଷ୍ଠଭୂମି ସମ୍ପର୍କରେ ପ୍ରମାଣ ରଖି କଥା କହୁ କଂଗ୍ରେସ । ପ୍ରାଥମିକ ତଦନ୍ତରେ ଯଦି ସେପରି କିଛି ନଥାନ୍ତା ତାହାଲେ ସିବିଆଇକୁ କାହିଁକି ଦିଆଗଲା । ଅପେକ୍ଷା କରନ୍ତୁ କଣ ଆସୁଛି ସିବିଆଇ ତଦନ୍ତରୁ । ଆମେ ଖୋଲା ବହି । କଂଗ୍ରେସ ଏହାକୁ ନେଇ ରାଜନୀତି କରି ମାଇଲେଜ ନେବାକୁ ଚାହୁଁଛନ୍ତି । ତାଙ୍କର ଏହି ଶସ୍ତା ବିବୃତ୍ତିରେ ଆମେ ଚିନ୍ତିତ ନୁହେଁ।’’

ସୂଚନା ଥାଉକି, ଆଜି କଂଗ୍ରେସ ପ୍ରେସ ମିଟ୍ ଜରିଆରେ କହିଛି ରେଳମନ୍ତ୍ରୀ ଇସ୍ତଫା ଦାବି କରିଥିଲା । ଏହାସହ ମୃତକ ତଥା ଆହତଙ୍କ ପରିବାରଙ୍କୁ ଚାକିରି ଦିଅନ୍ତୁ ବୋଲି ଦାବି କରିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ରେଳମନ୍ତ୍ରୀଙ୍କ ଇସ୍ତଫା ଦେବା ଅବଶ୍ୟକ ରହିଛି ବୋଲି କଂଗ୍ରେସ କହିଛି । ସେହିପରି କଂଗ୍ରେସ କହିଛି ସରକାର ଜାଣିଶୁଣି ପ୍ରକୃତ ମୃତକଙ୍କ ସଂଖ୍ୟାକୁ ଲୁଚାଉଛନ୍ତି । ପ୍ରକୃତରେ ମୃତକସଂଖ୍ୟା ସରକାର ପ୍ରଦାନ କରିଥିବା ଅଙ୍କ ଠାରୁ ଢେର ଅଧିକ । ସରକାର ସ୍ବୀକାର କରି ପ୍ରକୃତ ତଥ୍ୟ ଜନତାଙ୍କୁ ପ୍ରଦାନ କରନ୍ତୁ । କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାର ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପାଇଁ ଏପରି କାର୍ଯ୍ୟ କରୁଥିବା ଅଭିଯୋଗ ଅଣିଥିଲା କଂଗ୍ରେସ । ଏହାସହ ସିବିଆଇ ତଦନ୍ତ ଉପରେ ବି ପ୍ରଶ୍ନ ଉଠାଇଥିଲା କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 5, 2023, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.