ETV Bharat / state

ଝାରସୁଗୁଡ଼ାବାସୀ ଯେମିତି ଚାହିଁବେ ସେମିତି ଷ୍ଟ୍ରାଟେଜି ହେବ: ମନମୋହନ ସାମଲ

author img

By

Published : Apr 5, 2023, 8:50 PM IST

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେପି ପୁରା ପ୍ରସ୍ତୁତ ଥିବା କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଅଧିକ ପଢ଼ନ୍ତୁ

manmohan samal on Jharsuguda By Poll
ଝାରସୁଗୁଡ଼ା ଉପନିର୍ବାଚନ ନେଇ ବିଜେପିର ପ୍ରତିକ୍ରିୟା

ଝାରସୁଗୁଡ଼ା ଉପନିର୍ବାଚନ ନେଇ ବିଜେପିର ପ୍ରତିକ୍ରିୟା

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଗୁଲ ବାଜିବା ଦିନଠାରୁ ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି ରଣନୀତି । ବିଭିନ୍ନ ପ୍ରସଙ୍ଗ ନେଇ ଲୋକଙ୍କ ନିକଟତର ହେବାକୁ ନେତାମାନେ ମାଷ୍ଟରପ୍ଲାନ ତିଆରି କଲେଣି । ଝାରସୁଗୁଡ଼ାରେ ବିଜେପି ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଦିଲ୍ଲୀ ପଠାଯାଇଥିବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।


ଝାରସୁଗୁଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇ କହିଛନ୍ତି, "ଖୁବଶୀଘ୍ର ପାର୍ଲାମେଣ୍ଟାରୀ ନିଷ୍ପତ୍ତି ହେବ । ଝାରସୁଗୁଡ଼ାରେ ୬ ଜଣିଆ ବିଜେପି ଟିମ୍‌ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଏବଂ ଦଳୀୟ ମତ ରିପୋର୍ଟ ଦିଲ୍ଲୀକୁ ପଠାଯାଇଛି । ମୋତେ ଯଦି ଦଳ ନିର୍ଦ୍ଦେଶ ଦେବ ଝାରସୁଗୁଡ଼ା ଯିବା ପାଇଁ, ମୁଁ ନିଶ୍ଚିତ ଯିବି । ଝାରସୁଗୁଡ଼ା ଷ୍ଟାଟ୍ରେଜି ଝାରସୁଗୁଡ଼ାରେ ହେବ । ଧାମନଗରରେ ଧାମନଗର ଷ୍ଟାଇଲରେ ହୋଇଥିଲା । ଝାରସୁଗୁଡ଼ା ଲୋକମାନେ ଯାହା ଚାହିଁବେ ଆମେ ସେୟା କରିବୁ । ଆଗ ପ୍ରାର୍ଥୀ ଘୋଷଣା ହେଉ ତାପରେ ବିଜେପି ପଦକ୍ଷେପ ନେବ । ପ୍ରଥମରୁ କହିଛି, ସାଧାରଣ ଲୋକେ ଆମ ଦାୟିତ୍ଵ ନେଇଛନ୍ତି । ସେମାନେ ହିଁ ନିର୍ବାଚନ ଲଢିବେ ।"

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଧାମନଗର ଉପନିର୍ବାଚନରେ ମଙ୍ଗ ଧରିଥିଲେ ଏବଂ ବିଜୟ ଲାଭ ହେଲେ । ତେଣୁ ଝାରସୁଗୁଡ଼ାରେ ଯଦି ସେ ମଙ୍ଗ ଧରନ୍ତି ତେବେ ବିଜୟ ହେବାର ସମ୍ଭାବନା ଅଛି । ଦଳ ବି ତାଙ୍କୁ ଭରସା କରିଛି । ଧାମନଗର ସଫଳତା ପରେ ବିଜେପି ତାଙ୍କୁ ବିଶ୍ବାସ କରିଛି । ତାଙ୍କ ନେତୃତ୍ଵରେ ଦଳ ଆଗକୁ ଯିବ ବୋଲି ଚର୍ଚ୍ଚା ହେଉଛି । ଝାରସୁଗୁଡା ଲଢେଇ ପାଇଁ ପୁରା ପ୍ରସ୍ତୁତ ଥିବା କହିଛି ବିଜେପି । ଦଳ କାହାକୁ ପ୍ରାର୍ଥୀ କରିବ ସେଥିପାଇଁ ଦୁଇ ଦୁଇ ଥର ପର୍ଯ୍ୟବେକ୍ଷକ ଟିମ ଗ୍ରାଉଣ୍ଡ ରିଆଲିଟି ଚେକ କରିଛି । ଏପରିକି ଦଳର ବରିଷ୍ଠ ନେତାଙ୍କ ଏକ ଟିମ ଝାରସୁଗୁଡା ଗସ୍ତ କରି ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିଛି । ବିଜେପି ପାର୍ଲାମେଣ୍ଟାରୀ ବୋର୍ଡ଼ ପକ୍ଷରୁ ଖୁବଶୀଘ୍ର ନାମ ଘୋଷଣା କରିବ ।

ଝାରସୁଗୁଡ଼ା ଉପନିର୍ବାଚନ ବିଗୁଲ ବାଜି ସାରିଛି । ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି । କିଏ ହେବେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ସେନେଇ ଅଙ୍କକଷା ଚାଲିଛି । ଏହାରି ଭିତରେ ଉପନିର୍ବାଚନରେ କେଉଁ ଦଳ କେଉଁ ପ୍ରସଙ୍ଗ ନେଇ ଲୋକମାନଙ୍କ ପାଖକୁ ଯିବେ ତାହା ଜଣାପଡିନାହିଁ । କିନ୍ତୁ ବିଜେପି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକମାନଙ୍କ ପାଖକୁ ଯିବ ବୋଲି ଜଣାପଡିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.