ETV Bharat / state

ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ବିରୋଧ, ଲଣ୍ଠନ ଧରି ପ୍ରତିବାଦ କଲା ବିଜେପି

author img

By

Published : May 19, 2023, 10:20 PM IST

ରାଜ୍ୟରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ଲଣ୍ଠନ ଧରି ପ୍ରତିବାଦ କଲା ଭୁବନେଶ୍ବର ଜିଲ୍ଲା ବିଜେପି । ରାଜ୍ୟ ସରକାର OERC ସହ ଭିତିରି ବୁଝାମଣା କରି ଏଭଳି ବିଦ୍ୟୁତ କାଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଅଧିକ ପଢ଼ନ୍ତୁ

ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ
ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ବିରୋଧରେ ବିଜେପିର ପ୍ରତିବାଦ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ପ୍ରବଳ ତାତିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ । ଏହାରି ଭିତରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ କରି ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରୁଛି ବିଦ୍ୟୁତ ବିଭାଗ । ତେବେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ପ୍ରତିବାଦରେ ଆଜି ରାଜରାସ୍ତାରେ ଲଣ୍ଠନ ଧରି ପ୍ରତିବାଦ କଲା ଭୁବନେଶ୍ବର ଜିଲ୍ଲା ବିଜେପି । ରାଜ୍ୟ ସରକାର OERC ସହ ଗୁପ୍ତ ବୁଝାମଣା କରି ଏଭଳି ବିଦ୍ୟୁତ କାଟ କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି ।

OERC ସହ ରାଜ୍ୟ ସରକାରଙ୍କ ଭିତିରି ବୁଝାମଣା କାରଣରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଥିବା ବିଜେପି ଅଭିଯୋଗ କରିଛି । ଯଦି ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ଏଭଳି ଅଘୋଷିତ ବିଦ୍ୟୁତ କାଟ ହେଉଛି, ତେବେ ଅପହଞ୍ଚ ଜିଲ୍ଲା ଗୁଡ଼ିକରେ କେଉଁ ଅବସ୍ଥାରେ ଜନସାଧାରଣ ବଞ୍ଚୁଥିବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛି ବିଜେପି । ଏନେଇ ଭୁବନେଶ୍ବର ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି, "ଏଥିରେ ଶକ୍ତି ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି । ମନ୍ତ୍ରୀ ଯାହା କହୁଛନ୍ତି ନହୋଇ, ସବୁ ଓଲଟା ହେଉଛି । ଯଦି ଏହାର ସମାଧାନ ନହୁଏ, ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବା ସହ ପ୍ରତି ବିଦ୍ୟୁତ ଅଫିସ ଆଗରେ ଏହାର ପ୍ରତିବାଦ କରାଯିବ ।"

ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟାନର ଆଗରେ ଲଣ୍ଠନ ଧରି ବିଦ୍ୟୁତ୍ କାଟର ପ୍ରତିବାଦ କରିଛି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ବିଜେପି । ରାଜ୍ୟ ସରକାରଙ୍କ OERC ସହ ଗୁପ୍ତ ବୁଝାମଣା କାରଣରୁ ପ୍ରତିଦିନ ଅହେତୁକ ବିଦ୍ୟୁତ୍ କାଟ ହେଉଛି ବୋଲି ଅଭିଯୋଗ କରିଛି ଦଳ । ଏଭଳି ସ୍ଥିତି ଆଗକୁ ଲାଗି ରହିଲେ ସବୁ ସେକ୍ସନ ଅଫିସ ଘେରାଉ ଓ ପ୍ରତିବାଦ କରିବା ପାଇଁ ରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ସାଂଗଠନିକ ବିଜେପି ସଭାପତି କହିଛନ୍ତି । ସେ କହିଛନ୍ତି, "ଶକ୍ତି ମନ୍ତ୍ରୀ କହୁଛନ୍ତି ଗୋଟିଏ କଥା ହେଲେ ଘଟୁଛି ଆଉ ଗୋଟିଏ କଥା । ନିକଟରେ ଶକ୍ତି ମନ୍ତ୍ରୀ କହିଲେ ବିଦ୍ୟୁତ ଶକ୍ତିର ଅଭାବ ନାହିଁ, ତେଣୁ ଅଧିକ ବିଦ୍ୟୁତ କାଟ ହେବ ନାହିଁ । କିନ୍ତୁ ରାଜଧାନୀ ଭୁବନେଶ୍ବରରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ହେଉଛି ।" ଯଦି ଭୁବନେଶ୍ବରରେ ଚିତ୍ର ଏମିତି, ତାହେଲେ ଉପାନ୍ତ ଅଞ୍ଚଳରେ ସ୍ଥିତି କେମିତି ବୋଲି ପ୍ରଶ୍ନ କରିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.