ETV Bharat / state

ନବ ଦାସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବାରୁ ସୁଶାନ୍ତଙ୍କୁ ମିଳିଲାନି ମନ୍ତ୍ରୀପଦ: ବିଜେପି

author img

By

Published : May 30, 2023, 5:04 PM IST

ନବ ଦାସ ହତ୍ୟାକାଣ୍ଡ ନେଇ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍‌ ଦାଖଲ କରିବା ପରେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଏହି ଘଟଣାରେ ସଂପୃକ୍ତ ଥିବାରୁ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀପଦ ମିଳିଲା ନାହିଁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସିବିଆଇ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ସତସାହସ ଦେଖାଇବେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ

ପୁଣି ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କଲା ବିଜେପି

ଭୁବନେଶ୍ବର: ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଘଟଣାର ୧୧୮ ଦିନ ପରେ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା କ୍ରାଇମବ୍ରାଞ୍ଚ । ସେବେଠାରୁ ଏନେଇ ବିବାଦ ଥମିବାର ନାଁ ନେଉନାହିଁ । କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ତଦନ୍ତ ନକରି, ଷଡ଼ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବାରେ ସଫଳ ହୋଇଥିବା ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ଆଜି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏକ ପ୍ରେସମିଟ କରିଛନ୍ତି । ନବ ଦାସ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବା ପାଇଁ ବିଧାନସଭାରେ ଏବଂ ବାହାରେ ବିଜେପି ଦାବି କରିଥିଲା । ଏହି ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ସତସାହସ ଦେଖାଇବେ କି ବୋଲି ପ୍ରଶ୍ନ କରିଛନ୍ତି ମୋହନ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋହନ କହିଛନ୍ତି, "ନବ ଦାସ ହତ୍ୟା ଘଟଣାକୁ ନେଇ ଚାର୍ଜସିଟ ଦାଖଲ ହୋଇଛି, ହେଲେ ସେଥିରେ କଣ ଅଛି ? ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଇଛି । ଷଡ଼ଯନ୍ତ୍ର ଉପରେ କିଛି ଉଲ୍ଲେଖ ନାହିଁ । ହତ୍ୟାକାଣ୍ଡ ପଛର ମୋଟିଭ କଣ ? ଗୋପାଳ ଦାସଙ୍କୁ ବଞ୍ଚାଇବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର କରାଯାଇଛି । ଏହି ପ୍ରସଙ୍ଗ ବିଧାନସଭାରେ ବିରୋଧୀ ଉଠାଇଛି । ହତ୍ୟାକାଣ୍ଡ ପଛର ବଡ଼ ଷଡ଼ଯନ୍ତ୍ର ରହିଛି । କ୍ରାଇମବ୍ରାଞ୍ଚ ଠିକ ଭାବରେ ତଦନ୍ତ କରିଛି ତ ? ବିରୋଧୀ ଦଳ ନେତା ଜୟନାରୟଣ ମିଶ୍ର ବିଧାନସଭାରେ ଗୋପାଳ ଦାସ ସମେତ ପ୍ରଣବ ପ୍ରକାଶ ଦାସ ଓ ସୁଶାନ୍ତ ସିଂଙ୍କ ନା ନେଇଥିଲେ । ବରିଷ୍ଠ ଅଧିକାରୀଙ୍କ ମଧ୍ୟ କଲ ରେକର୍ଡ ଯାଞ୍ଚ କରିବାକୁ ଦାବି କରଯାଇଥିଲା । ହେଲେ କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରିନାହିଁ ।"

ବିଜେଡିର ପଶ୍ଚିମ ଓଡିଶାର ବଡ଼ ନେତା ସୁଶାନ୍ତ ସିଂହଙ୍କୁ ବର୍ତ୍ତମାନ ଯାଏଁ କାହିଁକି ତଦନ୍ତ ପରିସର ଭୁକ୍ତ କରଯାଉନାହିଁ ବୋଲି ପ୍ରଶ୍ନ କରିଛି ବିଜେପି । ମୋହନ କହିଛନ୍ତି, "ଏହି ଘଟଣା ପାଇଁ ବୋଧେ ସୁଶାନ୍ତ ସିଂହଙ୍କୁ ମନ୍ତ୍ରୀ କରାଗଲା ନାହିଁ । ନବ ଦାସଙ୍କ ହତ୍ୟାକାଣ୍ଡ ପରଠାରୁ ତାଙ୍କ ପରିବାର ଚାପରେ ଅଛନ୍ତି । ଏହାସହ ନବ ଦାସଙ୍କ ପରିବାରକୁ ଭୟଭୀତ କରି ରଖାଯାଇଛି । ବିଧାୟକ ଟିକେଟ ଦେଇ ତାଙ୍କ ପରିବାରକୁ ଚୁପ କରି ଦିଆଗଲା । ପ୍ରକୃତରେ ଗୋପାଳ ଦାସ ବନ୍ଧୁକରୁ ଗୁଳି ଯାଇଛି ତ ? ନା ଆଉ କାହାର ଗୁଳି ନବ ଦାସଙ୍କ ଦେହରେ ବାଜିଥିଲା । ଏକଥାକୁ ଚାର୍ଜସିଟ୍‌ରେ ଦିଆଯାଇନାହିଁ । ତେଣୁ ଗୋପଳକୁ ଖସାଇବାକୁ ଉଦ୍ୟମ ହେଉଛି । ସେଥିପାଇଁ ସିବିଆଇ ତଦନ୍ତ ଦରକାର ବୋଲି ବିଜେପି ଦାବି କରୁଛି । ସିବିଆଇ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ସତସାହସ ଦେଖାଇବେ କି ? ଗୋପାଳ ଦାସ ପାଗଳ ବୋଲି କୁହାଯାଇଥିଲା । କିନ୍ତୁ ପରେ ତଦନ୍ତରେ ପରିବର୍ତ୍ତନ କରାଗଲା ।" ନବ ଦାସ ହତ୍ୟାକାଣ୍ଡରେ ସରକାର ନିଜେ ସଂପୃକ୍ତ ଥିବାରୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି ବୋଲି ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.