ETV Bharat / state

ଶକ୍ତିମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ପରେ BJPର ପ୍ରତିକ୍ରିୟା, ସରକାର ଟାଟା ପାୱାର ପାଖରେ ବନ୍ଧା ପଡିଛନ୍ତି

author img

By

Published : Apr 24, 2023, 6:13 PM IST

ରାଜ୍ୟରେ ବିଦ୍ୟୁତ ସମସ୍ୟାକୁ ନେଇ ଶକ୍ତିମନ୍ତ୍ରୀ ସ୍ପଷ୍ଟୀକରଣ ରଖିବା ପରେ ବିଜେପି ରଖିଲା ପ୍ରତିକ୍ରିୟା । ସରକାର ଟାଟା ପାୱାର ପାଖରେ ବନ୍ଧା ପଡିଛନ୍ତି ସେଥିପାଇଁ ପାୱାରକଟ ହେବା ସ୍ବାଭାବିକ କହୁଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

ସରକାର ଟାଟା ପାୱାର ପାଖରେ ବନ୍ଧା ପଡିଛନ୍ତି

ଭୁବନେଶ୍ବର: ରାଜ୍ୟରେ ପାୱାର କଟ୍‌କୁ ନେଇ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସ୍ପଷ୍ଟୀକରଣ ପରେ ପ୍ରତିକ୍ରିୟା ରଖିଲା ବିଜେପି । ପାୱାରକଟ ହେବା ସ୍ବାଭାବିକ ଏଥିପାଇଁ ରାଜ୍ୟ ସରକାର ଟାଟା ପାୱାର ପାଖରେ ବନ୍ଧା ପଡ଼ିଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ । ରାଜ୍ୟରେ ବିଦ୍ୟୁତ ସରବରାହ ଦାୟିତ୍ବ ଟାଟାକୁ ନେଇ ସରକାର ବ୍ୟାପକ ଅର୍ଥ ନେଇଛନ୍ତି । ଏଣୁ ପାୱାର କଟକୁ ସରକାର ଏବେ ସ୍ବାଭାବିକ କହୁଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ ।

ରାଜ୍ୟରେ ବିଦ୍ୟୁତ ସରବରାହରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଅନେକ ଜାଗାରେ ଓଭର ଲୋଡିଂ ଦ୍ବାରା ପାୱାର ଲାଇନ ଟ୍ରିପ୍‌ ହେଇଯାଉଛି । କେମିତି ନିରବଚ୍ଛିନ୍ନ ବିଜୁଳି ଯୋଗାଇ ଦିଆଯିବ ତାହା ଉପରେ ବିଭାଗ ପ୍ରଚେଷ୍ଟା ଜାରି ରଖିଛି। ଯେଉଁଠି ଲାଇନ କଟିଯାଇଛି, ତାର ଛିଣ୍ଡି ଯାଇଛି କି ଟ୍ରାନ୍ସଫର୍ମର ପୋଡି ଯାଇଛି ଯଦି ସେଠି ଲୋକେ କହିବା ପରେ ବି କେହି ଅଧିକାରୀ ଯାଉ ନାହାଁନ୍ତି ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ଆମେ ଦୁଇ ଦିନ ତଳେ ସବୁ ଅଧିକାରୀଙ୍କୁ ଡାକି ତାଗିଦ କରିଛୁ । ଯେଉଁଠି ଲାଇନ ଦୂର ବାଟରେ ଅଛି, ଟ୍ରାନ୍ସଫର୍ମର କାପାସିଟ ଓଭର ଲୋଡ ଅଛି ସେଠି ଲୋ ଭୋଲଟେଜ ରହିବ ବୋଲି ମନ୍ତ୍ରୀ କହିଥିଲେ ।

ଏହା ବି ପଢନ୍ତୁ- ପାୱାର କଟ ନୁହେଁ, ଓଭର ଲୋଡିଂ ପାଇଁ ଟ୍ରିପ କରୁଛି ଲାଇନ: ଶକ୍ତିମନ୍ତ୍ରୀ

ଏହା ପରେ ପ୍ରତିକ୍ରିୟା ରଖି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହାକୁ ନେଇ ପ୍ରତିକ୍ରିୟାରେ ବିଜେପି କହିଛି, "ପାୱାରକଟ ହେବା ସ୍ବାଭାବିକ ଏଥିପାଇଁ ରାଜ୍ୟ ସରକାର ଟାଟା ପାୱାର ପାଖରେ ବନ୍ଧା ପଡ଼ିଛି । ବ୍ୟାପକ ପଇସା ନେଇ ଡିସଟ୍ରିବିଉଶନସ କାମ ହସ୍ତାନ୍ତର କରାଯାଇଛି । ଆଗରୁ ଲାଇନ କଟିଲେ କର୍ମଚାରୀମାନେ ଆସି ଯୋଡି ଦେଉଥିଲେ କିନ୍ତୁ ଏବେ ନୂଆ ନିୟମ ଅନୁଯାୟୀ ପ୍ରଥମେ କମ୍ପ୍ଲେନ ରେଜିଷ୍ଟର ହେବ ତାପରେ ସେମାନଙ୍କୁ ସମୟ ହେଲେ ଆସିବେ । ଆଜିକାଲି ସହର ହେଉ କିମ୍ବା ଗାଁରେ ସାମାନ୍ୟ ସମସ୍ୟା ହେଲେ ସଙ୍ଗେସଙ୍ଗେ ପାୱାର କଟ ହୋଇଯାଉଛି । ଏହା ସହିତ ଅଘୋଷିତ ପାୱାର କଟ ହେଉଛି । ଲୋକମାନେ ହନ୍ତସନ୍ତ ହେଉଛନ୍ତି ।"

ସେ ଆହୁରି କହିଛନ୍ତି, "ଅତ୍ୟନ୍ତ ଅରାଜକତା ଭିତରେ ବିଦ୍ୟୁତ ଡିଷ୍ଟ୍ରିବ୍ୟୁସନ ଚାଲିଛି । ଟାଟା ପାୱାର ଅତ୍ୟନ୍ତ ମନମୁଖୀ ଭାବରେ ଏକଚାଟିଆ ଭଳି କରୁଛି । କାରଣ ଯେହେତୁ ସରକାରଙ୍କୁ ପଇସା ଦେଇ କିଣି ସାରିଛନ୍ତି ଏବଂ ସେ ବିଭାଗର ମନ୍ତ୍ରୀଙ୍କୁ ମଧ୍ୟ କିଣି ସାରିଛନ୍ତି । କହିବାକୁ ଗଲେ ମୁଖମନ୍ତ୍ରୀଙ୍କ ଦପ୍ତରକୁ କିଣି ସାରିଛନ୍ତି । ତେଣୁ ରାଜ୍ୟରେ ବିଦ୍ୟୁତ ପାଇଁ ଯେତେ ହଇରାଣ ହେଲେ କିଛି ଶୁଣାଯିବ ନାହିଁ ବୋଲି ବିଦ୍ୟୁତ ପରିଚାଳନା ନୀତି ଭାବରେ ହୋଇଯାଇଛି । ଲୋକମାନଙ୍କୁ ଯେତେ ହଇରାଣ କରୁଛନ୍ତି ରାଜ୍ୟ ସରକାର ଏହାର ପ୍ରତିଫଳନ ଆଗାମୀ ନିର୍ବାଚନରେ ଦେବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.