ETV Bharat / state

BMC ଅଫିସ ସମ୍ମୁଖରେ ଅଳିଆ ଢାଳି ବିଜେରି ପ୍ରତିବାଦ, ଜବାବ ଦେଲେ ମେୟର

author img

By ETV Bharat Odisha Team

Published : Nov 14, 2023, 7:52 PM IST

ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, 24 ବର୍ଷର ସରକାର ବ୍ୟାପକ ଘଟାଲାର ପର୍ଦ୍ଦାଫାସ କରିବା ଓ ସ୍ଥାନୀୟ ପ୍ରସଙ୍ଗ ଉପରେ ଆଜି ଠାରୁ ଆରମ୍ଭ ହୋଇଛି ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ । ଭୁବନେଶ୍ବର ବିଜେପି ଏହି ଆନ୍ଦୋଳନ କରି ସୈନିକ ସ୍କୁଲ ନିକଟରେ ବିଏମସିର ଡମ୍ପିଂୟାର୍ଡର ଦୁର୍ଗନ୍ଧକୁ ନେଇ ବିଏମସିକୁ ଘେରିଛି । ଓଳିଆ ଆବର୍ଜନା ଆଣି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ପକାଇଛି । ଅଧିକ ପଢନ୍ତୁ

ବିଏମସି ଅଫିସ ସମ୍ମୁଖରେ ଅଳିଆ ଢାଳି ବିଜେରି ପ୍ରତିବାଦ, ଜବାବ ଦେଲେ ମେୟର

ଭୁବନେଶ୍ବର: ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, 24 ବର୍ଷର ସରକାର ବ୍ୟାପକ ଘଟାଲାର ପର୍ଦ୍ଦାଫାସ କରିବା ଓ ସ୍ଥାନୀୟ ପ୍ରସଙ୍ଗ ଉପରେ ଆଜିଠାରୁ ଆରମ୍ଭ ହୋଇଛି ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ । ଆନ୍ଦୋଳନ ସାରା ରାଜ୍ୟରେ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବ । ଆନ୍ଦୋଳନ ଆଜି ଆରମ୍ଭ ହେଉ ହେଉ ଭୁବନେଶ୍ବର ବିଜେପି ଅଳିଆ ଦୁର୍ଗନ୍ଧକୁ ନେଇ ଘେରିଛି ବିଏମସିକୁ । ଯେସାକୁ ତେସା ନୀତିରେ ବିଜେପି କର୍ମୀ ମାନେ ଓଳିଆ ଆଣି ବିଏମସି କାର୍ଯ୍ୟାଳୟ ଆଗରେ ପକାଇଛନ୍ତି । ଏହାକୁ ନେଇ ବିଜେପି ପୋଲିସ ମୁହାଁମୁହିଁ ହୋଇଥିବା ବେଳେ, ବିଜେପିକୁ କଡା ସମାଲୋଚନା କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ ।

ଦୁର୍ନୀତି, ଭ୍ରଷ୍ଟାଚାର, ପିସି କାରବାର, 24 ବର୍ଷର ସରକାର ବ୍ୟାପକ ଘଟାଲାର ପର୍ଦ୍ଦାଫାସ କରିବା ଓ ସ୍ଥାନୀୟ ପ୍ରସଙ୍ଗ ଉପରେ ଆଜି ଠାରୁ ଆରମ୍ଭ ହୋଇଛି ବିଜେପିର ଜନ ଆକ୍ରୋଶ ଆନ୍ଦୋଳନ । ଭୁବନେଶ୍ବର ବିଜେପି ଏହି ଆନ୍ଦୋଳନ କରି ସୈନିକ ସ୍କୁଲ ନିକଟରେ ବିଏମସିର ଡମ୍ପିଂୟାର୍ଡର ଦୁର୍ଗନ୍ଧକୁ ନେଇ ବିଏମସିକୁ ଘେରିଛି । ଓଳିଆ ଆବର୍ଜନା ଆଣି ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ପକାଇଛି । ଏନେଇ ବିଜେପି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି,‘‘ବିଏମସିର ଓଳିଆ ପରିଚାଳନାରେ ବିଫଳତା ପାଇଁ ସୈନିକ ସ୍କୁଲ୍‌ ଅଞ୍ଚଳରେ, ମନ୍ଦିର, ସ୍କୁଲ ବନ୍ଦ ହେବାକୁ ବସିଲାଣି । ସେହି ଅଞ୍ଚଳରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରତିଦିନ ନୂଆ ନୂଆ ରୋଗୀ ବାହାରୁଛନ୍ତି । ଲୋକଙ୍କ ବସବାସ ପ୍ରଭାବିତ ହୋଇଛି । ଯାହାର ପ୍ରତିବାଦ କରି ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଏମସି ତାର ଦାୟିତ୍ବକୁ ସଠିକ ଭାବେ ପରିଚାଳନା କରିପାରୁ ନାହିଁ । ତେଣୁ ଲୋକେ ପ୍ରତିବାଦ କରି ଓଳିଆ ଆଣି ବିଏମସି ଅଫିସ ସାମନାରେ ପକାଇଛନ୍ତି । ଯାହାର ନେତୃତ୍ବ ବିଜେପି ନେଉଛି ।’’ ଏହି ଆନ୍ଦୋଳନରେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ, ଦିଲ୍ଲୀପ ମହାନ୍ତିଙ୍କ ସମେତ ବହୁ ବିଜେପି ନେତା, କର୍ମୀ ଓ ଜନସାଧାରଣ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ- କାଲିଠୁ ସାରା ରାଜ୍ୟରେ ଗର୍ଜିବ ବିଜେପି, ୧୮ ଯାଏଁ ଚାଲିବ ଆନ୍ଦୋଳନ

ଅନ୍ୟପଟେ ବିଜେପିର ଏହି ଓଳିଆ ପକା ଆନ୍ଦୋଳନକୁ କଡା ସମାଲୋଚନା କରିଛନ୍ତି ବିଏମସି ମେୟର ସୁଲଚନା ଦାସ । ମେୟର କହିଛନ୍ତି, ‘‘ବିଜେପି ଯେଭଳି ଭାବରେ ବିଏମ୍‌ସି ଅଫିସ ଆଗରେ ଆତଙ୍କରାଜ କଲା ତାହା ନିନ୍ଦନୀୟ । ବିଏମ୍‌ସି ଅଫିସ ଆଗରେ ଅଳିଆ ପକାଇବା, ପୋଲିସ ଉପରକୁ ଗୋବର ମାଡ଼ କରିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ବିଜେପି ପାଖରେ କୋଣସି ପ୍ରସଙ୍ଗ ନାହିଁ । ତାଙ୍କ ନେତୃମଣ୍ଡଳୀ ଏହି ଭଳି ପ୍ରତିବାଦ କରୁଛନ୍ତି ଲଜ୍ୟାଜନକ କଥା । ସେମାନେ କେବଳ ବାହାନା କରୁଛନ୍ତି ଲୋକଙ୍କ ନିକଟକୁ ଯିବା ପାଇଁ । ବିଏମ୍‌ସି ସହରକୁ ସୁନ୍ଦର କରୁଛି । ଅଳିଆକୁ ସଫା କରୁଛି । ତାଙ୍କ ସାଂସଦ ବିଏମ୍‌ସିରେ ଥିବା ବେଳେ ଦାରୁଠେଙ୍ଗରେ ଅଳିଆ ଗଦା କରିଥିଲେ । କିନ୍ତୁ ଆମେ ଲୋକଙ୍କୁ ପ୍ରତିଶ୍ରୁତି ଦେଲୁ ବନ୍ଦ କରିବା ପାଇଁ ଆଉ ବନ୍ଦ ମଧ୍ୟ କରିଲୁ ସେଠାରେ ବାୟୋ ମାଇନିଂ ଆରମ୍ଭ ହେଉଛି। ଭୁବନେଶ୍ବର ଭିତରେ ମଧ୍ୟ ସବୁ ଅଳିଆ ଖାଲି ହୋଇଯିବ । ଦୁଇ ମାସ ଭିତରେ TTS ରେ ଅଳିଆ ଖାଲି ହୋଇଯିବ। ଆଉ ଡମ୍ପିଂୟାର୍ଡ ତିଆରି କରିବୁ ନାହିଁ । NGTର ନିୟମ କୁ ବିଏମସି ପାଳନ କରୁଛି । TTSରେ ଗୋଟିଏ ଟେରେକ୍ସ ମେସିନ ଲାଗିଛି ଯାହାର କାପାସିଟି ହେଉଛି 3000 ମେଟ୍ରିକ ଟନ୍‌ । ଏହି ମେସିନ ଅଳିଆକୁ ଅଲଗା କରୁଥିବା ବେଳେ ୨ଟି ତାରମୟଲ ମେସିନ ଲାଗିଛି । ଏହି ମେସିନ ଅଳିଆକୁ ଗୁଣ୍ଡ କରୁଛି । ତେବେ ଅଳିଆର ପ୍ରୋସେସ ଚାଲୁଛି । ବହୁତ ଜଲଦି ଏହାକୁ ବିଏମ୍‌ସି କ୍ଲିନ୍‌ କରି ଦେବ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.