ETV Bharat / state

BJD Social Media Training Camp: ଯୁବ ଚଳେଇବେ ଇନଷ୍ଟା, ବରିଷ୍ଠ କରିବେ ଚେଷ୍ଟା

author img

By

Published : Apr 3, 2023, 8:36 PM IST

ନିର୍ବାଚନ ବୈତରଣୀ ପାର୍‌ ହେବା ଲାଗି ବିଭିନ୍ନ ରଣନୀତି କରୁଛନ୍ତି ରାଜନୈତିକ ଦଳ । 2024କୁ ଦୃଷ୍ଟିରେ ରଖି ଏବେଠାରୁ କମର କସିଲାଣି ବିଜେଡି । ଏହି କ୍ରମରେ ଆଜି ଯୁବ ବିଜେଡି କର୍ମୀଙ୍କୁ ସୋସିଆଲ ମିଡିଆ ହ୍ୟାଣ୍ଡେଲ ବିଷୟରେ ତାଲିମ ପ୍ରଦାନ କରାଯାଇଛି । ଯାହାଦ୍ବାରା ମେମ୍ବରସିପ୍‌ ଡ୍ରାଇଭ୍‌ ହୋଇ ପାରିବ । ଅଧିକ ପଢ଼ନ୍ତୁ

ଯୁବ ଚଳେଇବେ ଇନଷ୍ଟା, ବରିଷ୍ଠ କରିବେ ଚେଷ୍ଟା
ଯୁବ ଚଳେଇବେ ଇନଷ୍ଟା, ବରିଷ୍ଠ କରିବେ ଚେଷ୍ଟା

ଯୁବ ଚଳେଇବେ ଇନଷ୍ଟା, ବରିଷ୍ଠ କରିବେ ଚେଷ୍ଟା

ଭୁବନେଶ୍ବର: ପାଖେଇ ଆସିଲାଣି 2024 ସାଧାରଣ ନିର୍ବାଚନ । ନିର୍ବାଚନ ଜିତିବା ଲାଗି ବିଭିନ୍ନ ରଣନୀତି କରୁଛନ୍ତି ରାଜନୈତିକ ଦଳ । ସାମ୍ପ୍ରତିକ ସମୟରେ ବଢ଼ିବାରେ ଲାଗିଛି ସୋସିଆଲ ମିଡ଼ିଆର ବ୍ୟବହାର । ଏହାକୁ ଅସ୍ତ୍ରକରି ଦଳ ସପକ୍ଷରେ ଜନମତକୁ ଟାଣିବାକୁ ଚାଲିଛି ଯୋଜନା । ଯୁବବର୍ଗଙ୍କୁ ଆକୃଷ୍ଟ କରିବା ଲାଗି ସୋସିଆଲ ମିଡ଼ିଆରେ ଆକ୍ଟିଭ ହେବେ ନେତା । ନେତା ଓ କର୍ମୀ କରିବେ ଦଳ ଓ ସରକାରଙ୍କ ଯୋଜନାର ପ୍ରଚାର । ଏନେଇ ନେତା ଓ ନେତ୍ରୀଙ୍କୁ ଦିଆଯାଇଛି ଟିପ୍ସ । ବିଜୁ ଜନତା ଦଳର ପକ୍ଷରୁ ଆୟୋଜିତ ହୋଇଛି 5 ଦିନିଆ ସୋସିଆଲ ମିଡ଼ିଆ ଟ୍ରେନିଂ ପ୍ରୋଗ୍ରାମ । ଫେସବୁକ, ଟ୍ୱିଟର, ଇନଷ୍ଟା ଟେଲିଗ୍ରାମରେ ଦଳ ଓ ସରକାରୀ କାର୍ଯ୍ୟକ୍ରମର ପ୍ରଚାର କରିବେ ନେତା ।

ଏହାବି ପଢନ୍ତୁ- ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା, ସେହି ରାସ୍ତା ନବୀନ କରିଛନ୍ତି : ପ୍ରମିଳା ମଲ୍ଲିକ

ବିଜେଡିର ବରିଷ୍ଠ ବିଧାୟକ ପ୍ରଫୁଲ ସାମଲ ଓ ଅମର ଶତପଥୀ କହିଛନ୍ତି ଯେ, ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗ । ସୋସିଆଲ ମିଡ଼ିଆରେ ଆମେ ବରିଷ୍ଠ ଆଉଟଡେଟେଡ଼ । ସୋସିଆଲ ମିଡ଼ିଆଟି ମୁଖ୍ୟତଃ ଯୁବବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । ଯେଉଁମାନେ କି 40 ବର୍ଷ ଭିତରେ । ଆମେ 40ର ଦ୍ୱିଗୁଣିତ ହୋଇଗଲୁଣି । ତଥାପି ଆମର ଉତ୍ସାହ ଅଛି । ସୋସିଆଲ ମିଡ଼ିଆର ବ୍ୟବହାର ଆମେ ଜାଣିବାକୁ ଚାହୁଁଛୁ । ଯେଉଁମାନେ ସୋସିଆଲ ମିଡ଼ିଆ ଦାୟିତ୍ୱ ଅଛନ୍ତି ସେମାନଙ୍କୁ ଡକାଯାଇଥିଲା । ତାହା ସହିତ କିଛି ବିଧାୟକ ବରିଷ୍ଠ ବିଧାୟକଙ୍କୁ ବି ଡକାଯାଇଥିଲା । ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ଟେକ୍ନିକାଲ ଲୋକଥିଲେ । ଆମେ ଦୈନନ୍ଦିନ ଜୀବନରେ ଲୋକଙ୍କ ଲାଗି ଯାହା କରୁଛୁ, ତାହା ସୋସିଆଲ ମିଡ଼ିଆ ଜରିଆରେ ପରିପ୍ରକାଶ କରିବା ଲାଗି ଆମକୁ କୁହାଯାଇଛି ।

ସାମାଜିକ ଜୀବନରେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ତେଣୁ ସମସ୍ତେ ଏ ବାବଦରେ ଅବଗତ ହୁଅନ୍ତୁ । ତେଣୁ ସବୁ ବିଧାୟକ, କର୍ମକର୍ତ୍ତାଙ୍କୁ ସୋସିଆଲ ମିଡ଼ିଆ ବାବଦରେ ସାଧାରଣ ଜ୍ଞାନ ଦିଆଯାଇଛି । ଏହା 5 ଦିନ ଧରି ଚାଲିବ । କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ ବ୍ୟକ୍ତିଗତ କାର୍ଯ୍ୟକ୍ରମ ମଧ୍ୟ ସୋସିଆଲ ମିଡ଼ିଆରେ ପ୍ରତିଫଳିତ ହେବା ଉଚିତ । କେବଳ ସରକାରଙ୍କ ଗୁଣଗାନ କରିବା ଆମର କାମ ନୁହେଁ । ସୋସିଆଲ ମିଡ଼ିଆରେ କାହା ବିରୋଧରେ ନୁହେଁ, ଆମ ବାବଦରେ କହିବୁ । ପ୍ରତି ମାସରେ 9 ଲକ୍ଷ ବ୍ୟକ୍ତି ଇନଷ୍ଟାଗ୍ରାମରେ ଯୋଡ଼ି ହେଉଛନ୍ତି । ଆମେ ଯଦି ଯୋଡି ନହେବୁ ଆମ ଚିନ୍ତାଧାରା କେମିତି ତାଙ୍କ ପାଖରେ ପହଁଚିବ । ନିର୍ବାଚନ ପରିପ୍ରେକ୍ଷୀରେ ନୁହେଁ, ଲୋକଙ୍କ ସହିତ ଯୋଡି ହେବା ପାଇଁ ବ୍ୟବସ୍ଥା ।

ଏହାବି ପଢନ୍ତୁ- Hanuman Jayanti: ମଧ୍ୟପ୍ରଦେଶରେ ବଜରଙ୍ଗ ବଲ୍ଲୀକୁ ଅର୍ପଣ ହେବ ୧ କ୍ବିଣ୍ଟାଲର ବିଶାଳ ଲଡୁ

ସେହିପରି ବରିଷ୍ଠ ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, "ସୋସିଆଲ ମିଡ଼ିଆରେ ନେତା ଆକ୍ଟିଭ ରହିବେ । ଆକ୍ଟିଭ ମେମ୍ଵରମାନେ ଟ୍ୱିଟର, ଇନଷ୍ଟାଗ୍ରାମରେ ଫଲୋର ବଢ଼ିବେ, ସେ ବିଷୟରେ ଟ୍ରେନିଂ ଦିଆଯାଇଛି । ସୋସିଆଲ ମିଡ଼ିଆ ଜରିଆରେ କିପରି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଯୋଜନା ପହଞ୍ଚାଯିବ ସେନେଇ ଆଲୋଚନା ହୋଇଛି । ମୁଁ ଇନ୍‌ଷ୍ଟାଗ୍ରାମରେ ଅଛି । ମୋର 30 ହଜାର ଫଲୋଅର ଅଛନ୍ତି । ମୋତେ ଯେତେବେଳେ ସମୟ ହେଉଛି ମୁଁ ଚଳାଉଛି । ନହେଲେ ମୋ ପିଲା ଚଳାଉଛନ୍ତି । ମେମ୍ଵରସିପ୍‌ ବଢ଼ାଇବା ଲାଗି ଆଲୋଚନା ହୋଇଛି । କେମିତି ଆକ୍ଟିଭ ମେମ୍ଵର ବଢ଼ିବେ ଓ ଦ୍ଵନ୍ଦ୍ୱ ଦୂର ହେବ ସେନେଇ ଆଲୋଚନା ହେବ । ମେମ୍ଵରସିପ୍‌ ଡ୍ରାଇଭ ଆରମ୍ଭ ହୋଇଛି । ଏପ୍ରିଲ 30 ସୁଦ୍ଧା ସାରିବାକୁ ତାଗିଦ କରାଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.