ETV Bharat / state

ବିଜେଡି ଟାର୍ଗେଟରେ ପଶ୍ଚିମ ଓଡିଶା, କ୍ଷତିଗ୍ରସ୍ତ ହୋଇପାରେ ବିଜେପି

author img

By

Published : Mar 6, 2023, 9:29 PM IST

ଗତ 2019 ରେ ପଶ୍ଚିମ ଓଡିଶାରେ 5ଟି ଲୋକସଭା ଆସନ ଜିତିଥିବା ବିଜେପି ପାଇଁ 2024ରେ ଏକ ବଡ ଆହ୍ବାନ ହେବାକୁ ଯାଉଛି । ବଲାଙ୍ଗିର, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରକୁ ଦଖଲ କରିଥିଲା ବିଜେପି । 2024 ନିଜ ଆସନ ସୁରକ୍ଷିତ ରଖିବ କି ନାହିଁ ଏବେ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ

ବିଜେଡି ଟାର୍ଗେଟରେ ପଶ୍ଚିମ ଓଡିଶା, କ୍ଷତିଗ୍ରସ୍ତ ହୋଇପାରେ ବିଜେପି
ବିଜେଡି ଟାର୍ଗେଟରେ ପଶ୍ଚିମ ଓଡିଶା, କ୍ଷତିଗ୍ରସ୍ତ ହୋଇପାରେ ବିଜେପି

ବିଜେଡି ଟାର୍ଗେଟରେ ପଶ୍ଚିମ ଓଡିଶା, କ୍ଷତିଗ୍ରସ୍ତ ହୋଇପାରେ ବିଜେପି

ଭୁବନେଶ୍ବର: ନବୀନଙ୍କ ଟାର୍ଗେଟରେ ପଶ୍ଚିମ ଓଡିଶା । ନିକଟରେ ପଶ୍ଚିମ ଓଡିଶାର 3 ଜଣ ଟାଣୁଆ ନେତାଙ୍କୁ ଦଳ ହରାଇବା ପରେ ସଂଗଠନ ସ୍ଥିତିକୁ ମଜବୁତ କରିବା ପାଇଁ ନବୀନ ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇ ଥର ପଶ୍ଚିମ ଓଡିଶା ଗସ୍ତ କରିଛନ୍ତି । ବିଜୟ ରଞ୍ଜନ ସିଂହ ବରିହା, ନବ ଦାସ ଏବଂ କିଶୋର ମହାନ୍ତିଙ୍କ ମୃତ୍ୟୁ ପରେ ପଶ୍ଚିମ ଓଡିଶାରେ ସଂଗଠନର ସ୍ଥିତି ସଜାଡିବାରେ ବ୍ୟସ୍ତ ନବୀନ । ନୂଆପଡାରୁ ଦେବଓଗଡ ଝାରସୁଗୁଡାରୁ ବୌଦ୍ଧ ପୁରା ପଶ୍ଚିମ ଓଡିଶାକୁ ମିଶନ ଭାବେ ନେଇଛି ବିଜେଡି । ଦଳୀୟ ସଂଗଠନ ଓ ସରକାରଙ୍କ ଭାବମୂର୍ତ୍ତୀରେ ସୁଧାର ଆଣିବା ପାଇଁ ନବୀନ ଆରମ୍ଭ କରିସାରିଛନ୍ତି ଅଭିଯାନ ।

ଏହାବି ପଢନ୍ତୁ- ବ୍ରିଟିଶ ଶିକ୍ଷା ବ୍ୟବସ୍ଥାକୁ ଟାର୍ଗେଟ୍ କଲେ ଭାଗବତ: 70ରୁ 17%କୁ ଖସିଥିଲା ସାକ୍ଷରତା ହାର

ଗତ 2019 ରେ ପଶ୍ଚିମ ଓଡିଶାରେ 5ଟି ଲୋକସଭା ଆସନ ଜିତିଥିବା ବିଜେପି ପାଇଁ 2024ରେ ଏକ ବଡ ଆହ୍ବାନ ହେବାକୁ ଯାଉଛି । ବଲାଙ୍ଗିର, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ ସଂସଦୀୟ କ୍ଷେତ୍ରକୁ ଦଖଲ କରିଥିଲା ବିଜେପି । 2024 ନିଜ ଆସନ ସୁରକ୍ଷିତ ରଖିବ କି ନାହିଁ ଏବେ ଉଠିଛି ପ୍ରଶ୍ନ । 10 ଟି ଜିଲ୍ଲାକୁ ନେଇ ପଶ୍ଚିମ ଓଡିଶା ଲୋକସଭା କ୍ଷେତ୍ର । ସୁନ୍ଦରଗଡ, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି, ନୂଆପଡା, ଝାରଶୁଗୁଡା, ସୋନପୁର, ବୌଦ୍ଧ ଏବଂ ବରଗଡ଼। ଏହି ଜିଲ୍ଲାରେ ରହିଛି 5ଟି ଲୋକସଭା କ୍ଷେତ୍ର । ରାଜ୍ୟର ମୋଟ 21 ଲୋକସଭା ଆସନରୁ ବର୍ତ୍ତମାନ 12 ଟି ବିଜେଡି, 8ଟି ବିଜେପି ଏବଂ ଗୋଟିଏ କଂଗ୍ରେସ ଦଖଲରେ ଅଛି । ଭୁବନେଶ୍ବର, ବାଲେଶ୍ବର ଓ ମୟୂରଭଞ୍ଜକୁ ଛାଡି ବାକି 5 ଟି ଲୋକସଭା ଆସନ ବିଜେପି ପଶ୍ଚିମ ଓଡିଶାରୁ ଦଖଲ କରିଛି ।

ସେହିପରି ପଶ୍ଚିମ ଓଡିଶାରେ 37ଟି ବିଧାନସଭା ଆସନ ରହିଛି । 23ଟି ଆସନ ଏବେ ଶାସକ ଦଳ ପାଖରେ ଥିବା ବେଳେ 8ଟି ଆସନ ବିଜେପି ଓ 3ଟି କଂଗ୍ରେସ ଦଖଲରେ ରହିଛି । ତେଣୁ ପଶ୍ଚିମ ଓଡିଶାର 5 ଲୋକସଭା ଆସନ ଏବଂ 8 ବିଧାନସଭା ଆସନ ଯାହା ଏବେ ବିଜେପି କବଜାରେ ଅଛି , ତାକୁ 2024ରେ ଛଡାଇ ନେବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । କାରଣ ନବୀନଙ୍କ ମାରାଥନ ଗସ୍ତ ଓ ପ୍ରକଳ୍ପ ଶିଳାନ୍ୟାସ କିଛି ଏମିତି ଦିଗ ଆଡକୁ ଇସାରା କରୁଛି ।

ରବିବାର ବରଗଡ଼, କଳାହାଣ୍ଡି ଏବଂ ନୂଆପଡା ଗସ୍ତ କରି ନବୀନ 3081 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ସହିତ 2ଟି ରୋଡ ସୋରେ ଭାଗ ନେଇଛନ୍ତି । ଯେଉଁଠି ଜନତାଙ୍କ ଅକୁଣ୍ଠ ସମର୍ଥନ ଦେଖିବାକୁ ମିଳିଛି । ନବୀନ କଥାରେ ନୁହେଁ କାମରେ ବିଶ୍ବାସ କରେ ବୋଲି କହି ପୁଣି ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଛନ୍ତି । ତେବେ ସରକାରୀ ଅର୍ଥରେ ଦଳୀୟ କାର୍ଯ୍ୟକ୍ରମ ନବୀନ କରୁଥିବା ବିରୋଧୀ କହି ସମାଲୋଚନା କରିଥିଲେ ମଧ୍ୟ ବିଜେଡି କହିଛି ଗତ 23 ବର୍ଷରେ ବିକାଶ କେତେ ହୋଇଛି ତାକୁ 23 ବର୍ଷ ତଳର ଜିଲ୍ଲା ସହିତ ତୁଳନା କଲେ ସ୍ପଷ୍ଟ ହେଉଛି ।

ଏହାବି ପଢନ୍ତୁ- ମାଣିକ ସାହ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ: ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ

ଏପରି ସ୍ଥିତିରେ ଏବେ ବିଜେପି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଲା ଦଳର ସ୍ଥିତିକୁ ସାଂଗଠନିକ ଦୃଷ୍ଟି କୋଣରୁ ସଜାଡିବା । କାରଣ ପଶ୍ଚିମ ଓଡିଶାରେ ବିଜେପି କବଜାରେ ଥିବା 5ଲୋକସଭା କ୍ଷେତ୍ର ଏବଂ 8 ବିଧାନସଭା ଆସନରେ ଏବେ ବିଜେଡି ନଜର ପକାଇବା ପରି ମନେହେଉଛି । ଯାହା ବିଜେଡି କର୍ମୀଙ୍କ ମନରେ ଉତ୍ସାହ ଭରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.