ETV Bharat / state

ବିଜେବି କଲେଜରେ ଛାତ୍ର ଉତ୍ତେଜନା, ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ

author img

By ETV Bharat Odisha Team

Published : Nov 23, 2023, 9:59 PM IST

BJB College students conduct Road Blockade: ପୁଣି ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କ୍ୟାମ୍ପସରୁ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେଇଥିବାରୁ ପ୍ରତିବାଦ । ଅଧିକ ପଢନ୍ତୁ

ବିଜେବି କଲେଜରେ ଛାତ୍ର ଉତ୍ତେଜନା, ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ
ବିଜେବି କଲେଜରେ ଛାତ୍ର ଉତ୍ତେଜନା, ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ
ବିଜେବି କଲେଜରେ ଛାତ୍ର ଉତ୍ତେଜନା, ଦୀର୍ଘ ଘଣ୍ଟା ଧରି ରାସ୍ତା ଅବରୋଧ

ଭୁବନେଶ୍ବର: ପୁଣି ଅଶାନ୍ତ ହୋଇପଡିଛି ରାଜ୍ୟର ପ୍ରତିଷ୍ଠିତ ଉଚ୍ଚ ଶିକ୍ଷାନୁଷ୍ଠାନ ବିଜେବି କଲେଜ । ବଢୁଛି ବିଜେବି କଲେଜ କ୍ୟାମ୍ପସରେ ଛାତ୍ର ଉତ୍ତେଜନା । କ୍ୟାମ୍ପସରୁ ପୂର୍ବତନ ଛାତ୍ରଙ୍କୁ ପୋଲିସ ଉଠାଇ ନେଇଥିବାରୁ ପ୍ରତିବାଦରେ କଲେଜର ମୁଖ୍ୟ ଫାଟକରେ ତାଲା ପକାଇବା ସହ ରାଜପଥ ଅବରୋଧ କରିଥିଲେ ଛାତ୍ରଛାତ୍ରୀ । ଗତକାଲି ପୂର୍ବତନ ଛାତ୍ର ସ୍ମୃତିରଞ୍ଜନ ପଣ୍ତା ବିଜେବି କଲେଜକୁ ଏଣ୍ଟ୍ରାନ୍ସ ଦେବା ପାଇଁ ଆସିଥିଲେ । ପରବର୍ତ୍ତୀ ସମୟରେ ରାତିରେ ହଷ୍ଟେଲ ବୁଝିବାକୁ ଆସିଥିବା ବେଳେ, ତାଙ୍କୁ ବିନା କାରଣରେ ପୋଲିସ ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି କଲେଜ ଛାତ୍ର ।

ଏହା ସହିତ ପୋଲିସର ପକ୍ଷପାତିତାକୁ ନେଇ ବିଜେବି କଲେଜରେ ଛାତ୍ର ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । କଲେଜରେ ସମସ୍ତ କ୍ଲାସ ବନ୍ଦ ରହିଥିବା ବେଳେ, ଛାତ୍ରଛାତ୍ରୀମାନେ କଲେଜ ଗେଟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ବିଜେବି କଲେଜ ସମ୍ମୁଖ ଭୁବନେଶ୍ବରରୁ ପୁରୀ ରାସ୍ତା ସଂପୂର୍ଣ୍ଣ ଭାବରେ ବନ୍ଦ ରହିଥିଲା । ଏନେଇ ଯାତାୟାତ କରୁଥିବା ଯାନବାହାନ ଆଦି ବହୁ ସମୟ ଧରି ଦୁଇ ପାର୍ଶ୍ଵରେ ଅଟକି ରହିଥିଲା ।

ଏହା ମଧ୍ୟ ପଢନ୍ତୁ ... 3ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇନି ବିଜେବି କଲେଜ, ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ

ସେପଟେ ଅଶାନ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ, ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ପୋଲିସ ବାରମ୍ବାର ପିଲାଙ୍କ ସହ ଆଲୋଚନା କରାଯାଇଥିଲା । ହେଲେ ଆନ୍ଦୋଳନରେ ଥିବା ଛାତ୍ରଛାତ୍ରୀ ମାନେ ଜିଦରେ ଅଟଳ ରହିଥିଲେ । ଉତ୍ତେଜନାର ଦୁଇ ଘଣ୍ଟା ପରେ ପୋଲିସ ଓ ପ୍ରିନ୍ସିପାଲଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଥିଲେ ଛାତ୍ରଛାତ୍ରୀ । ଏହା ପରେ ରାସ୍ତା ଅବରୋଧ ହଟିଥିଲା ।

ସୂଚନାଯୋଗ୍ୟ ଯେ ରାଜ୍ୟର ଏକ ନମ୍ବର କୁହାଯାଉଥିବା କଲେଜ ବିଜେବି କଲେଜର ମାନ ମହତ ଏବେ ପଦାରେ ପଡୁଛି । ପୂର୍ବରୁ ବାରମ୍ବାର ଛାତ୍ର ଅଣଛାତ୍ର ମଧ୍ୟରେ ଗଣ୍ଡଗୋଳ ଆଉ କେତେବେଳେ ଛାତ୍ର ଓ ପୋଲିସକୁ ନେଇ ଉତ୍ତେଜନା ଆଉ କେତେବେଳେ ରାଗିଙ୍ଗ ଏବଂ କମେଣ୍ଟମରାକୁ ନେଇ ହେଉଥିବା ଗୋଷ୍ଠୀ ସଂଘର୍ଷକୁ ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ବିଜେବି କଲେଜ । ଏହା ଶିକ୍ଷାନୁଷ୍ଠାନର ଶୈକ୍ଷିକ ବାତାବରଣକୁ ନଷ୍ଟ କରୁଥିବା ବେଳେ ପଢୁଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ମାନେ ଅସୁରକ୍ଷିତ ମନେ କରୁଛନ୍ତି । ଏହାରି ମଧ୍ୟରେ କଲେଜ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ କେବଳ କାନ୍ଥବାଡରେ ସତର୍କ ସୂଚନା ଦେଇ ନିଦା ବିଷ୍ଣୁ ପାଲଟିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.