ETV Bharat / state

ଚର୍ଚ୍ଚାରେ ବରଗଡ ସଂସଦୀୟକ୍ଷେତ୍ର, ପଦରେ ଥାଇ ପ୍ରାଣ ହରାଇଛନ୍ତି 5 ହେଭିୱେଟ ନେତା

author img

By

Published : Jan 31, 2023, 8:17 PM IST

ଓଡିଶା ରାଜନୀତିରେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ଥାଏ । ଶିଳ୍ପ ଓ ଖଣି ସମୃଦ୍ଧ ଏହି ଅଞ୍ଚଳରୁ ରାଜ୍ୟ ରାଜନୀତିକୁ ଶକ୍ତିଶାଳୀ ଏବଂ ଚର୍ଚ୍ଚିତ ନେତା ପ୍ରତିନିଧିତ୍ବ କରିଛନ୍ତି । ବରଗଡ ଲୋକସଭା ନିର୍ବାଚନମଣ୍ଡଳୀର ଏହି ତାଲିକାରେ ଥିବା ହାତଗଣତି ନେତାଙ୍କ ମଧ୍ୟରୁ ନବ ଦାସ ଥିଲେ ଅନ୍ୟତମ । ଅଧିକ ପଢନ୍ତୁ

ଚର୍ଚ୍ଚାରେ ବରଗଡ ସଂସଦୀୟକ୍ଷେତ୍ର
ଚର୍ଚ୍ଚାରେ ବରଗଡ ସଂସଦୀୟକ୍ଷେତ୍ର
ଚର୍ଚ୍ଚାରେ ବରଗଡ ସଂସଦୀୟକ୍ଷେତ୍ର, ପଦରେ ଥାଇ ପ୍ରାଣ ହରାଇଛନ୍ତି 5 ହେଭିୱେଟ ନେତା

ଭୁବନେଶ୍ବର: ନିର୍ବାଚନ ପରମ୍ପରା ଆରମ୍ଭରୁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଆସିଛି ବରଗଡ ଲୋକସଭା ନିର୍ବାଚନମଣ୍ଡଳୀ । ବର୍ତ୍ତମାନ ଭିନ୍ନ କାରଣ ପାଇଁ ଚର୍ଚ୍ଚାକୁ ଆସିଛି ଏହି ସଂସଦୀୟକ୍ଷେତ୍ର । ବିଭିନ୍ନ ସମୟରେ ନେତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ରହିଆସିଛି ଏହି ଲୋକସଭା ନିର୍ବାଚନ ମଣ୍ଡଳୀ । ଏବେ ଏହି ତାଲିକାରେ ଯୋଡି ହୋଇଯାଇଛନ୍ତି ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ନବଙ୍କ ପୂର୍ବରୁ କଂଗ୍ରେସ ନେତା ସୁବଳ ସାହୁ, ପଶ୍ଚିମ ଓଡିଶା ବିକାଶ ଅଧ୍ୟକ୍ଷ ଥିବା ସୁବାସ ଚୌହାନ, କିଶୋର ମହାନ୍ତି, ବିଜୟ ରଞ୍ଜନ ସିଂ ବରିହା, ନିଜ ନିଜ ଶୀର୍ଷ ପଦରେ ଥିବାବେଳେ ଏମାନଙ୍କର ଅକାଳ ବିୟୋଗ ଘଟିଛି । କହିବାକୁ ଗଲେ ଏହି ସଂସଦୀୟକ୍ଷେତ୍ର ଏବେ ହେଭିୱେଟ ନେତା ଶୂନ୍ୟ ହୋଇଛି ।

ଓଡିଶା ରାଜନୀତିରେ ବରଗଡ ଲୋକସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ଥାଏ । ଶିଳ୍ପ ଓ ଖଣି ସମୃଦ୍ଧ ଏହି ଅଞ୍ଚଳରୁ ରାଜ୍ୟ ରାଜନୀତିକୁ ଶକ୍ତିଶାଳୀ ଏବଂ ଚର୍ଚ୍ଚିତ ନେତା ପ୍ରତିନିଧିତ୍ବ କରିଛନ୍ତି । ବରଗଡ ଲୋକସଭା ନିର୍ବାଚନମଣ୍ଡଳୀର ଏହି ତାଲିକାରେ ଥିବା ହାତଗଣତି ନେତାଙ୍କ ମଧ୍ୟରୁ ନବ ଦାସ ଥିଲେ ଅନ୍ୟତମ । ଗତ 5 ବର୍ଷ ମଧ୍ୟରେ ଏହି ଲୋକସଭା ନିର୍ବାଚନମଣ୍ଡଳୀ ତୁଙ୍ଗ ନେତାଙ୍କୁ ସେମାନଙ୍କ ରାଜନୀତି କ୍ୟାରିୟରର ଶୀର୍ଷରେ ଥିବା ବେଳେ ହରାଇଛି ।

ଏହାବି ପଢନ୍ତୁ- ନବ ଦାସଙ୍କୁ ହତ୍ୟା, ଝାରସୁଗୁଡା ପାଇଁ ହୋଇପାରେ ଉପନିର୍ବାଚନ

2017 ଅଗଷ୍ଟ 22 ତାରିଖ ବିଜେପୁରର ବିଧାୟକ ସୁବଳ ସାହୁଙ୍କ ପରଲୋକ ଘଟିଥିଲା । ଏହା ପୂର୍ବରୁ ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । 57 ବର୍ଷ ବୟସରେ ତାଙ୍କର ଜୀବନ ଯାଇଛି । ବିଧାନସଭା ନିର୍ବାଚନରେ ତାଙ୍କର ଦବଦବା ଦେଖିବାକୁ ମିଳିଥିଲା । 1961ରୁ 2014 ପର୍ଯ୍ୟନ୍ତ ବିଜେପୁରରେ 13 ଟି ବିଧାନସଭା ନିର୍ବାଚନରେ କଂଗ୍ରେସ 8 ଏବଂ ଅଣ କଂଗ୍ରେସ ଦଳ 7 ଥର ବିଜୟ ହୋଇଛନ୍ତି । 1985 ରୁ 2000 ପର୍ଯ୍ୟନ୍ତ କଂଗ୍ରେସ ପରାଜୟ ହୋଇଥିଲା । ପରବର୍ତ୍ତୀ 3 ଟି ନିର୍ବାଚନରେ ସୁବଳ ସାହୁ ବିଜେପୁର ଆସନକୁ କଂଗ୍ରେସ ଦଖଲକୁ ନେଇଥିଲେ । ଉପ ନିର୍ବାଚନ ପୂର୍ବରୁ ବିଜେଡି ସୁବଳଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳକୁ ଆଣିଥିଲା । ଟିକେଟ ଦେଇ ରୀତାଙ୍କୁ ବିଜୟୀ କରାଇଥିଲେ । 2019ରେ ସେହି ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ । ପରବର୍ତ୍ତୀ ସମୟରେ ନବୀନ ଇସ୍ତଫା ଦେବା ପରେ ପୁନର୍ବାର ରୀତା ନିର୍ବାଚନ ଲଢ଼ି ବିଧାୟିକା ହୋଇଥିଲେ । ଗତ ମନ୍ତ୍ରୀ ମଣ୍ଡଳ ଅଦଳବଦଳରେ ରୀତା ମନ୍ତ୍ରୀ ମଧ୍ୟ ହୋଇଛନ୍ତି ।

2020 ମସିହା ମେ 10 ତାରିଖ ସୁବାସ ଚୌହାନଙ୍କ ବିୟୋଗ ହୋଇଥିଲା । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ ଥାଇ 54 ବୟସରେ ସୁବାସଙ୍କ ଅଚାନକ ମୃତ୍ୟୁ ହୋଇଥିଲା । 2019 ସେପ୍ଟେମ୍ବର ମାସରେ ସୁବାସ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରେ କାର୍ଯ୍ୟ ଆରମ୍ଭ କଲେ । 2014 ବରଗଡ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ସୁବାସ ଅଳ୍ପକେ ପରାଜୟ ଭୋଗିଥିଲେ । 2019 ସାଧାରଣ ନିର୍ବାଚନ ପୂର୍ବରୁ ସୁବାସ ବରଗଡ଼ ଲୋକସଭା ଆସନ ପାଇଁ ବିଜେପିରୁ ଟିକେଟ ଦାବିଦାର ଥିଲେ । କିନ୍ତୁ ପ୍ରାର୍ଥୀ ତାଲିକାରୁ ତାଙ୍କ ନାମ ଆଶ୍ଚର୍ଯ୍ୟଜନକ ଭାବେ ବାଦ ପଡ଼ିଥିଲା । ମୂଳତଃ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରଚାରକ ଭାବେ ଦୀର୍ଘ ଦିନ ଧରି କାମ କରିଥିଲେ । ଟିକେଟ ନମିଳିବାରୁ ସୁବାସ ବିଜେଡିରେ ସାମିଲ ହୋଇଥିଲେ । ବିଜେଡି ତାଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରିଥିଲା । ତାଙ୍କ ଦେହାନ୍ତ ପରେ ଏହି ରାଜନୈତିକ ପଦବୀରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଅବସ୍ଥାପିତ ହୋଇଛନ୍ତି ।

ଏହାବି ପଢନ୍ତୁ- Minister Naba Das Death case: ବଦଳିଲେ ଝାରସୁଗୁଡା ଏସପିଙ୍କ ସହ ଏସଡିପିଓ

2021 ମସିହା ଡିସେମ୍ବର ପଶ୍ଚିମ ଓଡିଶା ଆଉ ଜଣେ ବରିଷ୍ଠ ନେତା କିଶୋର ମହାନ୍ତିଙ୍କୁ ହରାଇଥିଲା । ହୃଦଘାତରେ 63 ବର୍ଷରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ତିନିଥର ଝାରସୁଗୁଡ଼ା ଏବଂ ଥରେ ବ୍ରଜରାଜନଗର ବିଧାନସଭା ଆସନରୁ ସେ ବିଜୟୀ ହୋଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି, ସରକାରୀ ଦଳର ମୁଖ୍ୟ ଉପସଚେତକ ଭାବେ ଓଡ଼ିଶା ତାଙ୍କର ଦକ୍ଷତା ଦେଖିଛି । ରାଜ୍ୟସଭାକୁ ସେ ମନୋନୀତ ହେବା ସହ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ ଦାୟିତ୍ବ ମଧ୍ୟ ତୁଲାଇଥିଲେ । ବ୍ରଜରାଜନଗର ଉପନିର୍ବାଚନରେ ତାଙ୍କ ପତ୍ନୀ ଅଳକା ମହାନ୍ତି ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି ।

ସେହିପରି ଗତବର୍ଷ ଅକ୍ଟୋବର 3 ତାରିଖ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କର ପରଲୋକ ଘଟିଥିଲା । 1990 ମସିହାରୁ ଏହି ନିର୍ବାଚନ ମଣ୍ଡଳୀରେ ତାଙ୍କର ବେଶ ଦବଦବା ରହିଥିଲା । 2014କୁ ଛାଡି ଦେଲେ ସେ ସାମ୍ନା କରିଥିବା ସବୁ ନିର୍ବାଚନରେ ବିଜୟଙ୍କର ବିଜୟ ହୋଇଥିଲା । 2009 ମସିହାରେ ସେ ଆଦିବାସୀ ହରିଜନ ଉନ୍ନୟନ ମନ୍ତ୍ରୀ ଭାବେ ସେ ଦାୟିତ୍ବ ମଧ୍ୟ ତୁଲାଇଛନ୍ତି । 2022 ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହା ମଧ୍ୟ ନିର୍ବାଚନ ହୋଇଛନ୍ତି ।

ଗତ ରବିବାର ଦିନ ବରଗଡ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଝାରସୁଗୁଡା ବିଧାୟକ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ତଥା ପଶ୍ଚିମ ଓଡିଶାର ଅନ୍ୟତମ ପ୍ରଭାବଶାଳୀ ହେଭିୱେଟ ନେତା ନବ କିଶୋର ଦାସ ପୋଲିସ ଏଏସଆଇଙ୍କ ଗୁଳିମାଡରେ ଜୀବନ ହାରିଲେ । ଏହି ଘଟଣା ଦେଶବ୍ୟାପୀ ହଇଚଇ ସୃଷ୍ଟି କରିଛି । ଭାରତୀୟ ରାଜନୀତି ଇତିହାସରେ ଏହା ଏକ ବିରଳ ଘଟଣା । ନବ 2009 ଏବଂ 2014 ବିଧାନସଭା ନିର୍ବାଚନରେ ନବୀନଙ୍କ ପ୍ରଭାବରୁ ଝାରସୁଗୁଡା ଆସନକୁ ସୁରକ୍ଷିତ ରଖିଥିଲେ । 2019 ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ବିଜୟୀ ହେବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ପଶ୍ଚିମ ଓଡିଶାର ବିଭିନ୍ନ ଉପ ନିର୍ବାଚନରେ ନବ ସକ୍ରିୟ ଭୂମିକା ନେଉଥିବା ବେଳେ ତାଙ୍କ ଅବର୍ତ୍ତମାନରେ ଝାରସୁଗୁଡାରେ ଉପନିର୍ବାଚନ ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.