ETV Bharat / state

ଦଳକୁ ମୋକିମଙ୍କ ତେରଚ୍ଛା ବାଣ !

author img

By

Published : Mar 9, 2023, 10:10 PM IST

କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଏଥିରେ ଯୋଗ ଦେଇ ହେମାନନ୍ଦ ବିଶ୍ବାଳଙ୍କ ପରେ କଂଗ୍ରେସରେ ଚେହେରା ନାହାଁନ୍ତି ବୋଲି କହିଛନ୍ତି ବିଧାୟକ ମହମ୍ମଦ ମୋକିମ । ଅଧିକ ପଢନ୍ତୁ

Barabati MLA Mohammad Mokim
Barabati MLA Mohammad Mokim

ଭୁବନେଶ୍ବର: କଂଗ୍ରେସ ନେତୃତ୍ବଙ୍କୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ତେରଚ୍ଛା ବାଣ । ଜାନକୀ ପଟ୍ଟନାୟକ, ବସନ୍ତ ବିଶ୍ବାଳ , ହେମାନନ୍ଦ ବିଶ୍ବାଳଙ୍କ ପରେ କଂଗ୍ରେସରେ ଚେହେରା ନାହାଁନ୍ତି । ଏଭଳି ନେତୃତ୍ବ ନ ଥିବା ଯୋଗୁଁ ଦଳ ସୁପ୍ତ ଅବସ୍ଥାକୁ ଆସିଗଲାଣି । କଂଗ୍ରେସ ଲୋକଙ୍କ ପୁନଃ ଆସ୍ଥା ଭାଜନ ହେଲା ଭଳି ନେତା ନାହାଁନ୍ତି । ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ନିଜ ଦଳକୁ ଏପରି ତେରଚ୍ଛା ବାଣ ମାରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ ।

ସେ ଆହୁରି କହିଛନ୍ତି, " ମୁଁ କଂଗ୍ରେସ ଦଳ ଭିତରେ ଅଛି ବିଗତ ଦିନରେ ମୁଁ ସତ୍ୟ ପରିପ୍ରକାଶ କରିଛି ବୋଲି ଆଲୋଚନା ଉଠିଛି । ଆଶା କରିବି କଂଗ୍ରେସର ବରିଷ୍ଠ ନେତା ଜାଗ୍ରତ ହୁଅନ୍ତୁ । ସମୟ କମ, ସମୟ ଚାଲି ଗଲେ କଂଗ୍ରେସ ଟ୍ରାକକୁ ଫେରିବା କଷ୍ଟ ହୋଇପଡିବ । କଂଗ୍ରେସକୁ ଟ୍ରାକକୁ ଫେରାଇବା ଭଳି ପ୍ରଚେଷ୍ଟା ଏପର୍ଯ୍ୟନ୍ତ ଦଳରେ ଆରମ୍ଭ ହୋଇନି । ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନ କଲେ ସ୍ଥିତି ଆହୁରି ଖରାପ ହେବ। କଂଗ୍ରେସ ନେତା କଂଗ୍ରେସ ଭବନରେ ନ ରହି ଫିଲ୍ଡରେ ପରିଶ୍ରମ କରନ୍ତୁ ।"

ଏହା ବି ପଢନ୍ତୁ- Second Phase of Budget Session: କାଲିଠୁ ଦ୍ବିତୀୟ ପର୍ଯ୍ୟାୟ, ବିରୋଧୀଙ୍କ ହାତରେ ମାଳ ମାଳ ପ୍ରସଙ୍ଗ

ଆଜି ଭୁବନେଶ୍ବର ଜୟଦେବ ଭବନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଇ ମୋକିମ ଗଣମାଧ୍ୟମ ସମ୍ମୁଖରେ ଏଭଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ହେମାନନ୍ଦଙ୍କ ଭଳି ନେତୃତ୍ବ କଂଗ୍ରେସରେ ଏବେ ନାହାଁନ୍ତି । ତେଣୁ କଂଗ୍ରେସ ଆଗକୁ ବଢିବା କଷ୍ଟକର। ଆଗକୁ ନିର୍ବାଚନ ଆସୁଥିବାରୁ କଂଗ୍ରେସକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ତେବେ ଯାଇଁ କଂଗ୍ରେସ ଉପରେ ଭୋଟର ଭରଷା କରିବେ। ଆଗକୁ ନିର୍ବାଚନ ଆସୁଥିବାରୁ ଦଳକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ ହେବାକୁ ପଡ଼ିବ । ପ୍ରତିଟି ଭୋଟରଙ୍କ ନିକଟରେ ପହଞ୍ଚିବା ଲାଗି ଦଳରେ ସମସ୍ତ କର୍ମକର୍ତ୍ତା ଉଦ୍ୟମ କରିବା ଉଚିତ ବୋଲି ସେ କହିଛନ୍ତି ।

ଏହି ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଉପସ୍ଥିତ ଥିଲେ । ହେମାନନ୍ଦଙ୍କ ବ୍ୟକ୍ତିତ୍ବ ବିଷୟରେ ଅତିଥିମାନେ ଆଲୋଚନା କରିଥିଲେ । ତାଙ୍କର ବଳିଷ୍ଠ ନେତୃତ୍ବ ରାଜ୍ୟ ପାଇଁ ଅନେକ ବିକାଶ ମୂଳକ ପଦକ୍ଷେପ ଆଣିଦେଇଛି । ସୂଚନା ଥାଉ କି ଗତ ୨୫ ତାରିଖରେ ୮୨ ବର୍ଷରେ ଭୁବନେଶ୍ବରରେ ଦେହାନ୍ତ ହୋଇଥିଲା । ଏହାପରେ ଅନେକ କର୍ମକର୍ତ୍ତା ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.