ETV Bharat / state

ୟୁନିସେଫ ପକ୍ଷରୁ ସଚେତନମୂଳକ କାର୍ଯ୍ୟକ୍ରମ, ୨୪ ଓଡ଼ିଆ ସମ୍ମାନିତ

author img

By

Published : Mar 25, 2023, 7:07 PM IST

ୟୁନିସେଫ ପକ୍ଷରୁ ଆୟୋଜିତ ଜୀବନ ସଂଗୀତ କାର୍ଯ୍ୟକ୍ରମରେ ଓଡ଼ିଶାର ୨୪ ଜଣ ସମ୍ମାନିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Awareness program by UNICEF in Bhubaneswar
ଭୁବନେଶ୍ବରରେ ୟୁନିସେଫ ପକ୍ଷରୁ ସଚେତନମୂଳକ କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଜ୍ୟରେ ସଚେତନତା ସୃଷ୍ଟି କରାଇବା ଦିଗରେ ୟୁନିସେଫର ନିଆରା ପଦକ୍ଷେପ । ୟୁନିସେଫ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ (SIH & FW) ଏବଂ ଅଲ୍ ଇଣ୍ଡିଆ ରେଡିଓର ମିଳିତ ସହଯୋଗରେ "ଜୀବନ ସଂଗୀତ "ରେଡିଓ ଡକ୍ୟୁ-ଡ୍ରାମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶନିବାର ଭୁବନେଶ୍ୱର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା କୁଇଜ ପ୍ରତିଯୋଗିତାରେ ଓଡିଶାର ୨୪ ଜଣ ବିଜେତାଙ୍କୁ ସମ୍ମାନିତ କରାଯାଇଛି ।

Awareness program by UNICEF in Bhubaneswar
ଭୁବନେଶ୍ବରରେ ୟୁନିସେଫ ପକ୍ଷରୁ ସଚେତନମୂଳକ କାର୍ଯ୍ୟକ୍ରମ

"ଜୀବନ ସଂଗୀତ" ନାମିତ ଏଇ ଡକ୍ୟୁ-ଡ୍ରାମା କାର୍ଯ୍ୟକ୍ରମ ସାମୁହିକ ଟୀକାକରଣ, ଯକ୍ଷ୍ମା, ପିଲାଙ୍କ ଠାରେ ଦେଖା ଦେଉଥିବା ରକ୍ତହୀନତା, ହଇଜା ଭଳି ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ 2022 ମସିହାରେ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ୱାସ୍ଥ୍ୟ ପ୍ରସଙ୍ଗରେ 10ଟି ଡକ୍ୟୁ-ଡ୍ରାମାର ଏକ ସିରିଜ ସପ୍ତାହରେ ତିନିଥର ପ୍ରସାରିତ ହେଉଥିଲା । ଶ୍ରୋତାମାନଙ୍କ ପାଇଁ ପ୍ରତ୍ୟେକ ବିଷୟ ଉପରେ ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା । ଏହି କାର୍ଯ୍ୟକ୍ରମ ଓଡିଶାର ଏକ ମିଲିୟନରୁ ଅଧିକ ରେଡିଓ ଶ୍ରୋତାଙ୍କ ନିକଟରେ ପହଞ୍ଚିଛି । ପ୍ରାପ୍ତ 20,000 କୁଇଜ୍ ଏଣ୍ଟ୍ରି ମଧ୍ୟରୁ 24 ଜଣ ଶ୍ରୋତାଙ୍କୁ ଭାଗ୍ୟଶାଳୀ ଡ୍ର ସିଷ୍ଟମରେ ସମ୍ମାନିତ କରାଯାଇଥିଲା ।

Awareness program by UNICEF in Bhubaneswar
ଭୁବନେଶ୍ବରରେ ୟୁନିସେଫ ପକ୍ଷରୁ ସଚେତନମୂଳକ କାର୍ଯ୍ୟକ୍ରମ

ୟୁନିସେଫର ଏହି ଉଦ୍ୟମକୁ ରାଜ୍ୟ SIH & FWର ନିର୍ଦ୍ଦେଶକ ଡକ୍ଟର ଅମରେନ୍ଦ୍ରନାଥ ମହାନ୍ତି ପ୍ରଶଂସା କରିଛନ୍ତି । ଏନେଇ ସେ କହିଛନ୍ତି, "ଲୋକଙ୍କ ପାଖକୁ ସୂଚନା ପହଞ୍ଚାଇବା ଓ ଯୋଗାଯୋଗରେ ରେଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସ୍ୱାସ୍ଥ୍ୟ ସମସ୍ୟା ଉପରେ ଆମେ ଏହିପରି ଅଧିକ କାର୍ଯ୍ୟକ୍ରମ କରିବୁ ଯାହା ଲୋକଙ୍କୁ ସୂଚନା, ଶିକ୍ଷା ଦେବା ସହ ମନୋରଞ୍ଜନଧର୍ମୀ ମଧ୍ୟ ହେବ ।"

ପ୍ରଥମ ସଂସ୍କରଣର ସଫଳତା ପାଇଁ ୟୁନିସେଫ ଭୁବନେଶ୍ୱର ଫିଲ୍ଡ ଅଫିସ ମୁଖ୍ୟ ଡ.ସୁଗାତ ରୟ ଚଳିତ ବର୍ଷ "ଜୀବନ ସଂଗୀତ" 2.0 ଲଞ୍ଚ କରିବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି, “ରେଡିଓ ଏକ ଶକ୍ତିଶାଳୀ ମାଧ୍ୟମ ଏବଂ ଏହା ଆଚରଣଗତ ପରିବର୍ତ୍ତନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଆମେ ଘୋଷଣା କରି ଆନନ୍ଦିତ ଯେ, ଖୁବ ଶୀଘ୍ର ଆମେ ଆମର ଶ୍ରୋତାମାନଙ୍କ ପାଇଁ ଅଧିକ ବିଷୟବସ୍ତୁ ସହିତ ଜୁନ୍ କିମ୍ବା ଜୁଲାଇ ସୁଦ୍ଧା "ଜୀବନ ସଂଗୀତ" 2.0 ଆରମ୍ଭ କରିବ” ୟୁନିସେଫ ଏଆଇଆର (AIR) ଏବଂ ଶ୍ରୋତାମାନଙ୍କ ସକ୍ରିୟ ଅଂଶଗ୍ରହଣ ପାଇଁ ଓଡିଶା ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ପାଣିଗ୍ରାହୀ ମଧ୍ୟ ପ୍ରଶଂସା କରିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଡକ୍ଟର ତାପସ କୁମାର ପାତ୍ର, ବାଣିଜ୍ୟିକ ପ୍ରସାରଣ ସେବା AIR କଟକର ଷ୍ଟେସନ ମୁଖ୍ୟ ଚିରଞ୍ଜୀବୀ ରାଉତରାୟ, SIH & FWର ଯୁଗ୍ମ ନିର୍ଦ୍ଦେଶକ ପୁଷ୍ପାଞ୍ଜଳି ମିଶ୍ର, DFWର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ସ୍ମୃତିଜିତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.