ETV Bharat / state

ATMରୁ ଲୁଟ ବେଳେ ମାଡ଼ିବସିଲା ପୋଲିସ, 8 ଗିରଫ

author img

By

Published : Nov 2, 2022, 7:46 AM IST

ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଏମଟିଏମ ଲୁଟ ଯୋଜନା ବେଳେ ପୋଲିସ ଚଢ଼ାଉ କରି 8 ଜଣଙ୍କୁ ଗିରଫ କରିଛି । ଅଧିକ ପଢ଼ନ୍ତୁ

atm gang arrested by khordha town police
ATMରୁ ଲୁଟ ବେଳେ ମାଡ଼ିବସିଲା ପୋଲିସ, 8 ଗିରଫ

ଖୋର୍ଦ୍ଧା: ଏଟିଏମ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ । ଲୁଟେରା ଗ୍ୟାଙ୍ଗର 8 ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଖୋର୍ଦ୍ଧା ଟାଉନ ଥାନା ପୋଲିସ । ସେମାନଙ୍କ ଠାରୁ ଗ୍ୟାସ ସିଲିଣ୍ଡର, କଟର ଓ ଠେଙ୍ଗା ବାଡି ଜବତ କରିଛି ।

ସୂଚନା ଅନୁଯାୟୀ, ଏଟିଏମରୁ ଟଙ୍କା ଲୁଟ କରିବାକୁ ଲୁଟେରାମାନେ ଯୋଜନା କରୁଥିଲେ । ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଚାନକ ତରତୁଆ ଖେଳ ପଡିଆ ନିକଟରେ ଚଢାଉ କରିଥିଲା । ସେଠାରେ ଆଠ ଜଣକୁ ଗିରଫ କରି ସେମାନଙ୍କ ଠାରୁ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ଗୁରୁଜଙ୍ଗ ଗ୍ରାମର ସୌମ୍ୟ ରଞ୍ଜନ ପଟ୍ଟନାୟକ, ପ୍ରଭଞ୍ଜନ ଭୋଇ, ଜଗନ୍ନାଥ ନାୟକ, ବାସେଳି ସାହିର ରାକେଶ ଭୁଜବଲ, ଠେଙ୍ଗାହାଟର ଲୋକନାଥ ମହାରଣା, ହଳଦିଆ ରାମଚନ୍ଦ୍ରପୁର ଗ୍ରାମର ଅଜୁନ ମାଝି, ରାଜୁ ବେହେରା ଓ ଭାଲିଆବାଡ଼ିର ଗଗନ ନାୟକ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ନାମରେ ପୋଲିସ ନିଜ ତରଫରୁ ୫୪୮/୨୨ ଏକ ମାମଲା ରୁଜୁ କରିବା ପରେ ଡକାୟତି ଉଦ୍ୟମ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.