ETV Bharat / state

ଟାର୍ଗେଟ ପୂରଣ ପାଇଁ ନୀରିହଙ୍କୁ ଫସାଇଲେ ଏଜେଣ୍ଟ, ଫାଇନାନ୍ସ ଫ୍ରଡ ନେଇ କମ୍ପାନୀକୁ ଘେରିଲେ ଲୋକେ

author img

By ETV Bharat Odisha Team

Published : Nov 15, 2023, 7:32 PM IST

Updated : Nov 23, 2023, 5:45 PM IST

ଫାଇନାନ୍ସ କମ୍ପାନି ଏଜେଣ୍ଟ ନାଁରେ ଠକେଇ ଅଭିଯୋଗ । ଭୁବନେଶ୍ବର ସ୍ଥିତ ଏକ ଫାଇନାନ୍ସ କମ୍ପାନିରେ ଲୋକମାନଙ୍କ ହଙ୍ଗାମା । ଅଧିକ ପଢ଼ନ୍ତୁ

ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ
ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ
ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ

ଭୁବନେଶ୍ବର: ଭୁବନେଶ୍ୱରରେ ବଡ଼ ଧରଣର ଫାଇନାନ୍ସ ଫ୍ରଡ ! ଟାର୍ଗେଟ ପୂରଣ ପାଇଁ ଏଜେଣ୍ଟମାନେ ଲୋକମାନଙ୍କୁ ଫସାଇଥିବା ଅଭିଯୋଗ । ସେପଟେ ଫ୍ରଡ୍‌ ବିରୋଧରେ ତାତିଲେ ଲୋକେ । କମ୍ପାନୀର ଅଫିସ ଭିତରେ ପଶି ହଙ୍ଗାମା କରିବା ସହ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ଫାଇନାନ୍ସ ଫ୍ରଡ ନେଇ କମ୍ପାନିକୁ ଘେରିଲେ ଲୋକେ

ତେବେ ଅଭିଯୋଗ ଅନୁଯାୟୀ, ଗତ ଦଶହରା ସମୟରେ ସହିଦ ନଗରରେ କିଛି ମୋବାଇଲ ଦୋକାନରେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ଲୋନ୍‌ ଦେଇ ମୋବାଇଲ କିଣିବାକୁ ଅଫର୍ ଦେଉଥିଲେ । କିଛି ଲୋକ ଏନେଇ ଆଗ୍ରହ ଦେଖାଇବା ପରେ ସିବିଲ ସ୍କୋର୍‌ ଖରାପ ଥିବା ଦର୍ଶାଇ ଡକୁମେଣ୍ଟ ନେବା ସହ ଓ ଲଗ ଇନ୍ ପରେ ଆପ୍ରୁଭ ହେଲେ ଲୋନ ମିଳିବ ବୋଲି କହିଥିଲେ କିଛି ଏଜେଣ୍ଟ । ଏପରିକି କିଛି ଲୋକଙ୍କର ନୂଆ ମୋବାଇଲ ସହ ଫଟୋ ଉଠାଇବା ପରେ ସେମାନଙ୍କ ଟିପ ଚିହ୍ନ ନେଇଥିଲେ । ଏହାପରେ ନୂଆ ମୋବାଇଲ ମଧ୍ୟ ନେଇଯାଇଥିଲେ । 10 ଦିନ ପରେ ଟଙ୍କା ଆସିଲେ ମୋବାଇଲ ନେଇଯିବାକୁ ଗ୍ରାହକମାନଙ୍କୁ କହିଥିଲେ ଏଜେଣ୍ଟ ।

ଏହାମଧ୍ୟ ପଢନ୍ତୁ..ଋଣ ଦେବା ନାଁରେ ୨୮ଲକ୍ଷ ଟଙ୍କା ଠକେଇ, ୫ ଅଭିଯୁକ୍ତ ଗିରଫ

ପରବର୍ତ୍ତୀ ସମୟରେ ନାଁ ଟଙ୍କା ଆସିଥିଲା ନାଁ ମୋବାଇଲ । କିନ୍ତୁ କିସ୍ତି ଟଙ୍କା ସୁଝିବା ପାଇଁ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ନିକଟକୁ ଘନ ଘନ ଫୋନ କଲ ଆସିଥିଲା । ଯାହାପରେ ଲୋନ୍‌ ଆପ୍ରୁଭ ହୋଇଥିବା ଓ ଟଙ୍କା ଉଠାଯାଇଥିବା ନେଇ ଜାଣିବାକୁ ପାଇଥିଲେ ଗ୍ରାହକ । ଏନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଓ ଠକାମିରେ ସମ୍ପୃକ୍ତ 2 ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ 2 ଜଣ ହେଉଛନ୍ତି ଖାରବେଳ ନଗର ଅଞ୍ଚଳର ରାଜା‌ ନାୟକ ଓ ଅସ୍ତରଙ୍ଗ ଅଞ୍ଚଳର ଫାଇନାନ୍ସ ଏଜେଣ୍ଟ ଅଭିଳାଷ ମଲ୍ଲିକ ।

ତେବେ ଠକେଇ ବିଷୟରେ ଜାଣି ବି କମ୍ପାନୀର କଲେକ୍ସନ ଏଜେଣ୍ଟ କିସ୍ତି ଟଙ୍କା ପାଇଁ ଘରକୁ ବାରମ୍ବାର ଆସୁଥିବା ଓ ଟଙ୍କା ସୁଝିବା ପାଇଁ ଧମକ ଚମକ ଦେଉଥିବା ଅଭିଯୋଗ ଆଣିଛନ୍ତି ଠକାମିର ଶିକାର ହୋଇଥିବା ଲୋକେ । ଟଙ୍କା ସୁଝିବା ନେଇ କମ୍ପାନୀ ପକ୍ଷରୁ ବାରମ୍ବାର କଲ ଓ ମେସେଜ୍‌ ଆସୁଥିବା ସୂଚନା ରହିଛି । ଏହି ଘଟଣାକୁ ନେଇ ଉତ୍ୟକ୍ତ ହୋଇ ଲୋକମାନେ ଖାରବେଳ ନଗର ସ୍ଥିତ ଅଫିସରେ ପଶି ହଙ୍ଗାମା କରିବା ସହ କମ୍ପାନୀ କର୍ମଚାରୀଙ୍କ ବିରୋଧରେ ନାରାବାଜି ଦେଇଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 23, 2023, 5:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.