ETV Bharat / state

ଭିଡ଼ ଏଡ଼ାଇବାକୁ ପଶ୍ଚିମ ଦ୍ୱାର ସୁବିଧା ଉପଲବ୍ଧ, ଏବେ ଖୋଲିବନି ଶ୍ରୀମନ୍ଦିରର ସବୁ ଦ୍ୱାର: ଆଇନ ମନ୍ତ୍ରୀ

author img

By ETV Bharat Odisha Team

Published : Oct 1, 2023, 7:24 AM IST

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ ଏବେ ଖୋଲିବନି ଶ୍ରୀମନ୍ଦିରର ସବୁ ଦ୍ୱାର । ଗୃହରେ ଉତ୍ତର ରଖିଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଅଧିକ ପଢନ୍ତୁ

ଏବେ ଖୋଲିବନି ଶ୍ରୀମନ୍ଦିରର ସବୁ ଦ୍ୱାର
ଏବେ ଖୋଲିବନି ଶ୍ରୀମନ୍ଦିରର ସବୁ ଦ୍ୱାର

ଭୁବନେଶ୍ବର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସବୁ ଦ୍ୱାର ଏବେ ଖୋଲାଯାଇ ପାରିବ ନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାରୁ ଭକ୍ତଙ୍କ ପାଇଁ ୩ଟି ଦ୍ୱାର ଖୋଲାଯାଇ ପାରିନାହିଁ । ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଦର୍ଶନାର୍ଥୀଙ୍କ ପାଇଁ ଖୋଲା ରଖିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଛି । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିରର ୪ଟି ଦ୍ୱାରକୁ ଦର୍ଶନାର୍ଥୀଙ୍କ ପ୍ରବେଶ ଲାଗି ବନ୍ଦ ରଖାଯାଇଥିଲା । ପରେ କେବଳ ସିଂହଦ୍ୱାର ଖୋଲା ଯାଇଛି । ସେହି ଦ୍ଵାର ଦେଇ ଭକ୍ତ ପ୍ରବେଶ କରୁଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ପାଇଁ ୩ଟି ଦ୍ୱାର ଖୋଲାଯାଇ ପାରିନାହିଁ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ।

ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀମନ୍ଦିରକୁ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ଦ୍ୱାରରେ ଭକ୍ତଙ୍କ ଭିଡ଼ ହ୍ରାସ କରିବା ସହିତ ଶ୍ରୀମନ୍ଦିରକୁ ପ୍ରବେଶରେ ବିଳମ୍ବ ଏଡ଼ାଇବା ଲକ୍ଷ୍ୟରେ ଦୈନିକ ପରମ୍ପରାକ୍ରମେ ଶ୍ରୀମନ୍ଦିରକୁ ଆସୁଥିବା ପୁରୀ ଲୋକଙ୍କ ପାଇଁ ପଶ୍ଚିମ ଦ୍ୱାରରେ ପ୍ରବେଶ ସୁବିଧା ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ବେଢ଼ାର ଜନସମାଗମକୁ ଦୃଷ୍ଟିରେ ରଖି ନୀତି ସମ୍ପାଦନ ପାଇଁ ସାମୟିକ ଭାବେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ଥିବା ସମୟ ବ୍ୟତୀତ ଅନ୍ୟ ସମୟରେ ଦର୍ଶନ କରିବା ପାଇଁ ଏବେ ଯଥାସମ୍ଭବ କମ ସମୟ ଲାଗୁଛି ।

ଏହାମଧ୍ୟ ପଢନ୍ତୁ: Ratna Bhandar Issue: ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ହସ୍ତକ୍ଷେପ କଲେନି ହାଇକୋର୍ଟ

ସେହିପରି ବିଧାୟକ ପ୍ରଶାନ୍ତ ବେହେରାଙ୍କ ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ବିଜେ, ଶ୍ରୀକ୍ଷେତ୍ର ପୁରୀଙ୍କ ନାଁରେ ରାଜ୍ୟର ୨୪ଟି ଜିଲ୍ଲାରେ ମୋଟ ୬୦ ହଜାର ୪୨୬ ଏକର ୯୪୩ ଡିସିମିଲ ଜମି ରହିଥିବା ଚିହ୍ନଟ କରାଯାଇଛି । ସେଥିରୁ ଏ ପର୍ଯ୍ୟନ୍ତ ୩୮ ହଜାର ୬୧ ଏକର ୮୯୨ ଡିସିମିଲ ପରିମିତ ଜମିର ସଂଶୋଧିତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ମିଳିଛି । ସେହିପରି ଅନ୍ୟ ୬ଟି ରାଜ୍ୟରେ ମହାପ୍ରଭୁଙ୍କର ୩୯୫ ଏକର ୨୫୨ ଡିସିମିଲ ପରିମିତ ଜମି ରହିଥିବା ଚିହ୍ନଟ ହୋଇଛି । ବେଆଇନ ଭାବେ ଅବରୋଧ ହୋଇଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ଅଧିକାରୀମାନଙ୍କ ଦ୍ୱାରା ସରଜମିନ ତଦନ୍ତ ଓ ଚିହ୍ନଟ କରାଯାଇଛି । ଏହାକୁ ଉଚ୍ଛେଦ କରାଯିବା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬କରେ ଥିବା ପ୍ରାବଧାନ ଅନୁସାରେ ମୋଟ ୯୭୪ଟି ବେଆଇନ ଜବରଦଖଲ ମାମଲା ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଦାଏର କରାଯାଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.