ETV Bharat / state

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଅଧିକ ଷ୍ଟେରଏଡ୍‌ ବ୍ୟବହାର କାରଣରୁ କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ଯଥେଷ୍ଟ ବୃଦ୍ଧି ପାଇଛି । ୫୦ ବର୍ଷ ପରେ ଓଷ୍ଟିଓପୋରୋସିସରେ ପ୍ରାୟ ୩୦ ପ୍ରତିଶତ ରୋଗୀ ଆକ୍ରାନ୍ତ ହେଉଥିବା କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି
ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

Published : October 21, 2022 at 8:52 AM IST

Choose ETV Bharat

ଭୁବନେଶ୍ବର: ୫୦ ବର୍ଷ ବୟସ ପରେ ଓଷ୍ଟିଓପୋରୋସିସ୍ (ହାଡ଼ପୋରିଆ, ପୋଲା ହାଡ଼) ଏକ ସାଧାରଣ ସମସ୍ୟା ଅଟେ । ଇଷ୍ଟ୍ରୋଜେନ୍ ହରମୋନ୍ ଅଭାବ କାରଣରୁ ଏହା ସାଧାରଣତଃ ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା (ପୋଷ୍ଟମେନୋପାଜାଲ୍) ମହିଳାମାନଙ୍କ ଠାରେ ଦେଖାଯାଏ । ୫୦ ବର୍ଷ ପରେ ଓଷ୍ଟିଓପୋରୋସିସ୍ ହେତୁ ପ୍ରାୟ ୩୦ ପ୍ରତିଶତ ରୋଗୀ ଆକ୍ରାନ୍ତ ହୁଅନ୍ତି । ବହୁଳ ଷ୍ଟେରଏଡ୍ ବ୍ୟବହାର କାରଣରୁ କୋଭିଡ୍ ପରବର୍ତ୍ତୀ ସମୟରେ ଓଷ୍ଟିଓପୋରୋସିସ୍ ଘଟଣା ବୃଦ୍ଧି ପାଇଛି ବୋଲି ଏମ୍ସ ଭୁବନେଶ୍ବରରେ “ବିଶ୍ବ ଓଷ୍ଟିଓପୋରୋସିସ୍ ଦିବସ”(World Osteoporosis Day) ପାଳନ ଅବସରରେ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି
ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏମ୍ସ ଅର୍ଥୋପେଡିକ୍ସ ବିଭାଗ ପକ୍ଷରୁ ଗୁରୁବାର ଓପିଡି ପରିସରରେ ଏକ ଜନସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଓଷ୍ଟିଓପୋରୋସିସରେ ଆକ୍ରାନ୍ତ ରୋଗୀଙ୍କ ଅସ୍ଥି ଦୁର୍ବଳ ହୋଇଯାଇଥାଏ । ଯାହାକି ସାଧାରଣତଃ ଡେକ୍ସା ସ୍କାନ(DEXA scan) ଦ୍ବାରା ମୂଲ୍ୟାଙ୍କନ କରାଯାଇଥାଏ । ଏହି ପ୍ରଣାଳୀ ଦ୍ବାରା ହାଡ଼ର ମିନେରାଲ୍ ସାନ୍ଦ୍ରତାକୁ ମାପ କରାଯାଇଥାଏ । ମାସିକ ଋତୁସ୍ରାବ ବନ୍ଦ ହୋଇଯାଇଥିବା ସମସ୍ତ ମହିଳା ଏବଂ ବୟସ୍କ ପୁରୁଷମାନେ ବର୍ଷକୁ ଅନ୍ତତଃ‌ପକ୍ଷେ ଥରେ ଡେକ୍ସା ସ୍କାନ୍ ଦ୍ବାରା ଅସ୍ଥିର ସାନ୍ଦ୍ରତାକୁ ଆକଳନ କରିବା ଉଚିତ୍ ବୋଲି ଅଧୀକ୍ଷକ ଡ. ସଚ୍ଚିଦାନନ୍ଦ ମହାନ୍ତି(Sachidananda Mohanty) କହିଛନ୍ତି ।

ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି
ଅଧିକ ଷ୍ଟେରଏଡ୍‌ ବ୍ୟବହାର କୋଭିଡ୍ ପରେ ଓଷ୍ଟିଓପୋରୋସିସ୍ ବୃଦ୍ଧି କରିଛି

ଓଷ୍ଟିଓପୋରୋସିସ୍(Osteoporosis) କାରଣରୁ ପିଠି, ଆଣ୍ଠୁ ଯନ୍ତ୍ରଣା ହୋଇଥାଏ ଏବଂ ଅଳ୍ପ ଆଘାତ ଦ୍ବାରା ମଧ୍ୟ ହାଡ଼ ଭାଙ୍ଗିଯାଇଥାଏ । ତେଣୁ ଏଥିରୁ ରକ୍ଷା ପାଇବାକୁ ହେଲେ ନିୟମିତ ବ୍ୟାୟାମ, ଉପଯୁକ୍ତ ଖାଦ୍ୟ ଏବଂ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ଖାଇବା ଉଚିତ୍ । ବୃଦ୍ଧ ରୋଗୀଙ୍କୁ କ୍ୟାଲସିୟମ ଏବଂ ଭିଟାମିନ୍ ଡି ପ୍ରଦାନ କରାଯିବା ଉଚିତ । ଏହି ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୩୦୦ ଲୋକ ଯୋଗ ଦେଇଥିଲେ । ସମସ୍ତଙ୍କର ମାଗଣା ଅସ୍ଥି ମିନେରାଲ୍ ସାନ୍ଧ୍ରତା ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ୭୮ ରୋଗୀଙ୍କ ହାଡର ମିନେରାଲ୍ ସାନ୍ଦ୍ରତା ହ୍ରାସ ପାଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି । ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ ଏପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାକୁ ଉଦ୍ୟମ କରିଥିବାରୁ ଅର୍ଥୋପେଡିକ୍ସ ବିଭାଗକୁ ସାଧୁବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର