ETV Bharat / state

ଆଦର୍ଶ ପୋଲିସକୁ ସଫଳତା, ୩ ଲୁଟେରା ଗିରଫ

author img

By

Published : Jun 26, 2022, 12:23 PM IST

୩ ଚେନ ଓ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କଲା ଆଦର୍ଶ ଥାନା ପୋଲିସ । ଅଧିକ ପଢନ୍ତୁ

ଆଦର୍ଶ ପୋଲିସକୁ ସଫଳତା, ୩ଲୁଟେରା ଗିରଫ
ଆଦର୍ଶ ପୋଲିସକୁ ସଫଳତା, ୩ଲୁଟେରା ଗିରଫ

ଖୋର୍ଦ୍ଧା: ଆଦର୍ଶ ଥାନା ପୋଲିସକୁ ସଫଳତା । ୩ ଚେନ ଓ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କଲା ପୋଲିସ । ଏହି ସମସ୍ତ ଲୁଟେରା ସୁନାଚେନ ଲୁଟ କରି ବେସରକାରୀ ସଂସ୍ଥାରେ ବନ୍ଧକ ରଖିବା ପରେ ସେହି ଟଙ୍କାରେ କରୁଥିଲେ ମଉଜମସ୍ତି । ଶନିବାର ଆଦର୍ଶ ଥାନା ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ।

ଆଦର୍ଶ ପୋଲିସକୁ ସଫଳତା, ୩ଲୁଟେରା ଗିରଫ

ମିଳିଥିବା ସୂଚନା ମୁତାବକ, ଗତ ୧୪ ତାରିଖ ଅପରାହ୍ନରେ ପ୍ରୀତି ମିଶ୍ର ଓ ଲକ୍ଷ୍ମୀପ୍ରିୟା ତ୍ରିପାଠୀ ନାମକ ମହିଳା ସ୍କୁଟି ଯୋଗେ ନୂଆ ବସ ଷ୍ଟାଣ୍ଡରୁ ବ୍ୟାଙ୍କ ଛକ ଯାଉଥିବା ବେଳେ ଦୁର୍ବୃତ୍ତ ମାନେ ଲକ୍ଷ୍ମୀ ପ୍ରିୟାଙ୍କ ବେକରୁ ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ । ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରିରହିଥିଲା । ଲୁଟେରାଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୩ ଜଣ ଅଭିଯୁକ୍ତ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ହାଉସିଂବୋର୍ଡ ଅଞ୍ଚଳର କାଳିପ୍ରସାଦ ରାଉଳ ,ନନ୍ଦପୁର ଗ୍ରାମର ସୁନୀଲ ମାନସିଂହ ଓ ପୁରୀ ଜିଲ୍ଲା ଗଡ଼ିଶାଗଦା ରାଇଘରପୁର ଗ୍ରାମର ସୁନା ବେପାରୀ ବିଭୁତିଭୂଷଣ ସାହୁ ।

ସେମାନଙ୍କ ନିକଟରୁ ୯ ଗୋଟି ସୁନା ଚେନ ଜବତ କରିଛି ପୋଲିସ । ଅଭିଯୁକ୍ତମାନେ ନୂଆ ବସ ଷ୍ଟାଣ୍ଡ, ପିତାପଲି, ଯାଆଁଳା, ବ୍ୟାଙ୍କ ଛକ, ଟିଏଲସିରୋଡ଼, ଭରତପୁର,ଜଟଣୀ ଏବଂ ଭୁବନେଶ୍ୱରରୁଚେନ ଲୁଟ କରିଥିବାର ଜଣାପଡିଛି । ତେବେ ଅଭିଯୁକ୍ତମାନେ ମନପୁରମ ଗୋଲଡ଼ ଲୋନ ବ୍ୟାଙ୍କ ଏବଂ ଆଇଆଇଏଫଏଲ ବ୍ୟାଙ୍କରେ ୭ ଗୋଟି ସୁନା ଚେନ ବନ୍ଧକ ରଖି ଲୋନ ନେଇଥିଲେ । ବାକି ସୁନାଚେନ ଗୁଡିକୁ ପୋଲିସ ସୁନା ବେପାରୀଠାରୁ ଜବତ କରିଛି। ସେହିପରି ଗିରଫ ଅଭିଯୁକ୍ତଙ୍କୁ ଜେରା ବେଳେ ଏକାଧିକ ମଟର ସାଇକେଲ ଚୋରି ମାମଲାରେ ମଧ୍ୟ ଜଡ଼ିତ ଥିବାର ଜାଣିବାକୁ ପାଇ ସେମାନଙ୍କ ନିକଟରୁ ୭ ଗୋଟି ଚୋରା ମଟର ସାଇକେଲ ଜବତ କରିଛି ପୋଲିସ । ଅଭିଯୁକ୍ତ ମାନେ ଭୁବନେଶ୍ୱର ଏବଂ ଖୋର୍ଦ୍ଧା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ଓ ଛିନତାଇରେ ସାମିଲ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.