ETV Bharat / state

16ନଂ ଜାତୀୟ ରାଜପଥରୁ ଗୋମାଂସ ଭର୍ତ୍ତି ଟ୍ରକ ଜବତ, ଡ୍ରାଇଭର ଫେରାର

author img

By

Published : Nov 17, 2021, 11:17 AM IST

16ନଂ ଜାତୀୟ ରାଜପଥରୁ ପାଞ୍ଚ ଟନ ଗୋମାଂସ ଭର୍ତ୍ତି ଟ୍ରକ ଜବତ କଲା ପୋଲିସ । ଟ୍ରକ ଡ୍ରାଇଭର ଘଟଣାସ୍ଥଳରେ ଫେରାର । ଫରେନ୍ସିକ ଯାଞ୍ଚ ପାଇଁ ମାଂସର ନମୂନା ପଠାଇଲା ପୋଲିସ । ଅଧିକ ପଢନ୍ତୁ

16ନଂ ଜାତୀୟ ରାଜପଥରୁ ଗୋମାଂସ ଭର୍ତ୍ତି ଟ୍ରକ ଜବତ, ଡ୍ରାଇଭର ଫେରାର
16ନଂ ଜାତୀୟ ରାଜପଥରୁ ଗୋମାଂସ ଭର୍ତ୍ତି ଟ୍ରକ ଜବତ, ଡ୍ରାଇଭର ଫେରାର

ଖୋର୍ଦ୍ଧା: ସଦର ଥାନା ପୋଲିସ ୧୬ ନମ୍ବର ଜାତୀୟ ରାଜପଥ ଦଳେଇପୁଟ ଛକ ନିକଟରୁ ଏକ କଣ୍ଟେନର ଗୋମାଂସ ଚାଲାଣ ହେଉଥିବାବେଳେ ଜବତ କରିଛି ଖୋର୍ଦ୍ଧା ସଦର ଥାନା ପୋଲିସ । ଉକ୍ତ କଣ୍ଟେନରରେ ପ୍ରାୟ ୫ ଟନ ଗୋମାଂସ ଥିବା ଜାଣିବାକୁ ପାଇଛି ପୋଲିସ । ତେବେ ପୋଲିସ ଗାଡି ଅଟକାଇବା ସମୟରେ ଉକ୍ତ ଟ୍ରକର ଡ୍ରାଇଭର କୌଶଳକ୍ରମେ ଖସିଯିବାରେ ସକ୍ଷମ ହୋଇଛି ।

ତେବେ ସମ୍ପୂର୍ଣ୍ଣ ଘଟଣାକ୍ରମ ଅନୁସାରେ, ଏହି ଗାଡ଼ିରେ ଗୋମାଂସ ଚାଲାଣ ହେଉଥିବା ନେଇ ମିଳିଥିବା ପୂର୍ବ ସୂଚନା ଆଧାରରେ ସଦର ଥାନା ଅଧିକାରୀ ଅନିତା ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଦଳେଇପୁଟ ଛକରେ ଜଗି ବସିଥିଲେ । ପୋଲିସ ପ୍ରାଥମିକ ତଦନ୍ତରୁ ଏହା ଗୋମାଂସ କହିଥିବାବେଳେ ସ୍ପଷ୍ଟ ହେବା ପାଇଁ ମାଂସର ନମୂନାକୁ ଖୋର୍ଦ୍ଧା ପଶୁ ଚିକିତ୍ସକଙ୍କ ଜରିଆରେ ରାଜ୍ୟ ବିଜ୍ଞାନ ଅନୁସନ୍ଧାନଗାରକୁ ପଠାଇଛି । ଜବତ ଗୋମାଂସକୁ ଗାତ ଖୋଳି ପୋତାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.