ETV Bharat / state

ମୋ ସ୍କୁଲ୍‌ ଅଭିଯାନ, ଚମକିବ ୫୧୯୫ ପ୍ରାଥମିକ ବିଦ୍ୟାଳୟ

author img

By

Published : Jul 18, 2023, 8:47 AM IST

ମୋ ସ୍କୁଲ୍‌ ଅଭିଯାନ ଜରିଆରେ ରାଜ୍ୟରେ ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ କରାଯିବ । ୧୧ତମ ‘ମୋ ସ୍କୁଲ୍‌’ ପରିଚାଳନା ପରିଷଦ ବୈଠକ ପରେ ଏହି ସୂଚନା ମିଳିଛି । ଅଧିକ ପଢନ୍ତୁ

school transformation under mo school abhiyan
ମୋ ସ୍କୁଲ୍‌ ଅଭିଯାନ

ଭୁବନେଶ୍ବର: ଚମକିବ ପ୍ରାଥମିକ ବିଦ୍ୟାଳୟ । ହାଇସ୍କୁଲ ପରେ ପ୍ରାଥମିକ ବିଦ୍ୟାଳୟ ରୂପାନ୍ତରଣକୁ ଗୁରୁତ୍ବ । ମୋ ସ୍କୁଲ୍‌ ଅଭିଯାନରେ ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ ହେବ । ୧୧ତମ ‘ମୋ ସ୍କୁଲ୍‌’ ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ‘ମୋ ସ୍କୁଲ୍’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷାକୁ ବ୍ୟାପକ କରାଯିବ । 5 ହଜାର 195 ପ୍ରାଥମିକ ସ୍କୁଲର ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ । ୪ ମାସ ମଧ୍ୟରେ ୧୫ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଯୋଗଦାନ କରିଥିବା ‘ମୋ ସ୍କୁଲ୍‌’ ପରିଚାଳନା ପରିଷଦ ବୈଠକ ପରେ ସୂଚନା ମିଳିଛି ।

ରାଜ୍ୟର ୫ ହଜାର ୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ କରାଯିବ ସହ ରାଜ୍ୟର ସମସ୍ତ ବିଦ୍ୟାଳୟରେ ବ୍ୟାପକ ବୃକ୍ଷରୋପଣ ତଥା ଗୁଣାତ୍ମକ ଶିକ୍ଷା ଦିଆଯିବ ସେ ନେଇ ବିଭିନ୍ନ ଦିଗ ଉପରେ 'ମୋ ସ୍କୁଲ ଅଭିଯାନ’ ପରିଚାଳନା ପରିଷଦର ୧୧ତମ ବୈଠକ ଆଲୋଚନା ହୋଇଛି। ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗଚୀ କହିଛନ୍ତି ଯେ, ''ସାମାଜିକ ସମୀକ୍ଷା ହିଁ ବିଦ୍ୟାଳୟର ପ୍ରକଳ୍ପ ମାନଙ୍କର ସ୍ୱଚ୍ଛତା ବଜାୟ ରଖିପାରିବ । ସରକାରଙ୍କ ସମୀକ୍ଷା ଅବିରତ ରହିବ ନିଶ୍ଚୟ କିନ୍ତୁ ସ୍ଥାନୀୟ ବ୍ୟକ୍ତିମାନେ ବିଦ୍ୟାଳୟର ଉନ୍ନତି, ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ଅଧିକ ସଚେତନ ରହିବା ଆବଶ୍ୟକ ।''

ବୈଠକରେ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟମାନଙ୍କର ଭିତ୍ତିଭୂମିରେ କିଭଳି ଉନ୍ନତି କରାଯିବ, ତାହା ନେଇ ବ୍ୟାପକ ଆଲୋଚନା ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୫୧୯୫ ବିଦ୍ୟାଳୟର ଉନ୍ନତିକରଣ କରାଯିବ । ଏଥିପାଇଁ ପୁରାତନ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଷ୍ଠାନମାନଙ୍କର ଅନୁଦାନ ସହିତ ସରକାରଙ୍କ ଦୁଇ ଗୁଣ ଆର୍ଥିକ ସହାୟତା ଦ୍ଵାରା କାର୍ଯ୍ୟ ଆଗକୁ ବଢ଼ିବ । ସମଗ୍ର ଆର୍ଥିକ ଅନୁଦାନରେ ବିଦ୍ୟାଳୟମାନଙ୍କର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ ।

ଏହା ବି ପଢନ୍ତୁ...୪ର୍ଥ ପର୍ଯ୍ୟାୟ ବିଦ୍ୟାଳୟ ରୂପାନ୍ତରଣ, ଖୋର୍ଦ୍ଧାର ୬୯ ସ୍କୁଲ ହେବ ସ୍ମାର୍ଟ

କେବଳ ଭିତ୍ତିଭୁମି ନୁହଁ, ଗୁଣାତ୍ମକ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ପ୍ରତି ବିଦ୍ୟାଳୟରେ ପ୍ରଚଳନ ହୋଇଥିବା ‘ହାଉସ ସିଷ୍ଟମ’ର କାର୍ଯ୍ୟକାରିତା କ୍ଷେତ୍ରରେ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି । ଅବଶିଷ୍ଟ କାର୍ଯ୍ୟ ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖାଯାଇଛି । ଆସନ୍ତା ଅଗଷ୍ଟ ୧୫ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ବିଦ୍ୟାଳୟର ସବୁଜିମା ରକ୍ଷଣାବେକ୍ଷଣ ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଗଢ଼ାଯାଇଥିବା ବିଭିନ୍ନ ହାଉସ୍‌ (ଛାତ୍ର ଦଳ)କୁ ପ୍ରୋତ୍ସାହିତ କରାଯିବ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ପ୍ରଶଂସା ପତ୍ର ଦିଆଯିବ । ଏହା ସେମାନଙ୍କୁ ସ୍ୱୀକୃତି ଦେବା ସହିତ ଉତ୍ସାହିତ କରିବ । ପରିଷଦର ଉପସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍ ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ପ୍ରକଳ୍ପଗୁଡି଼କର ସମୀକ୍ଷା ଓ ଆରମ୍ଭ ହୋଇ ନଥିବା ପ୍ରକଳ୍ପଗୁଡି଼କୁ ଶୀଘ୍ର ଆରମ୍ଭ କରିବା ପାଇଁ ଗୁରୁତ୍ୱ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.