ETV Bharat / state

ବଢୁଛି ତାତି, ପାଣି ପାଇଁ ଡହଳ ବିକଳ ଲୋକେ

author img

By

Published : May 9, 2021, 12:41 PM IST

ପାଣିପାଗ ବିଭାଗର ସୂଚନାନୁଯାୟୀ ଆଗକୁ ରହିଛି ଅତ୍ୟଧିକ ଖରା-ଗରମ। କିଛି ସ୍ଥାନରେ ଲୋକଙ୍କୁ ଭୋଗିବାକୁ ପଡ଼ିଲାଣି ଜଳ କଷ୍ଟ। ଆଉ ମାସେ ଦୁଇମାସେ ପରେ ଲୋକେ କିପରି ଜୀବନ ଅତିବାହିତ କରିବେ ସେନେଇ ଚିନ୍ତାରେ । ଅଧିକ ପଢନ୍ତୁ...

ବଢୁଛି ତାତି, ପାଣି ପାଇଁ ଡହଳ ବିକଳ ଲୋକେ
ବଢୁଛି ତାତି, ପାଣି ପାଇଁ ଡହଳ ବିକଳ ଲୋକେ

ଆନନ୍ଦପୁର: ପାଣିପାଗ ବିଭାଗର ସୂଚନାନୁଯାୟୀ ଆସନ୍ତା ଦିନରେ ଅତ୍ୟଧିକ ଖରା-ଗରମ ହେବ । ଏବେଠୁ କିଛି ସ୍ଥାନରେ ଲୋକଙ୍କୁ ଭୋଗିବାକୁ ପଡ଼ିଲାଣି ଜଳ କଷ୍ଟ। ଆଉ ମାସେ ଦୁଇମାସେ ପରେ ଲୋକେ କିପରି ଜୀବନ ଅତିବାହିତ କରିବେ ସେନେଇ ଚିନ୍ତାରେ। କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଗୋପାଳପୁର ଗାଁ। ଏହି ଗାଁଟି ଆଦିବାସୀ ଅଧ୍ୟୁଷିତ ଗାଁ ଭାବେ ପରିଚିତ। ଏହି ଗାଁର ଗୋଟିଏ ସାହିରେ ପ୍ରାୟ ୩୦ ରୁ ଅଧିକ ପରିବାର ବାସ କରୁଥିବା ବେଳେ ପାଣି ପିଇବାକୁ ଅଛି ମାତ୍ର ଗୋଟିଏ ନଳକୂପ।

ବଢୁଛି ତାତି, ପାଣି ପାଇଁ ଡହଳ ବିକଳ ଲୋକେ

ନଳକୂପର ପାଣି ଏମିତି ଯେ ତାକୁ ପିଇବା ଦ୍ବାରା ସୃଷ୍ଟି ହେଉଛି ଅନେକ ରୋଗ ତେଣୁ ଗାଁର ଲୋକେ ପାଣି ନିମନ୍ତେ ନିର୍ଭର କରୁଛନ୍ତି ଗାଁ ଠାରୁ ମାଇଲ ଦୂରରେ ଥିବା ନାଳ ଉପରେ। ଗରିବ ଆଦିବାସୀ ଲୋକେ ଭଲରେ ରହିବା ନିମନ୍ତେ ସରକାରଙ୍କର ଯୋଜନା ଉପରେ ଯୋଜନା, ହେଲେ ପ୍ରକୃତପକ୍ଷେ ଏସବୁକୁ ଦେଖିଲେ ଲାଗେ ସରକାରୀ ଯୋଜନା ଯେମିତି ଏହି ଆଦିବାସୀଙ୍କ ପାଇଁ ନୁହେଁ। ବାଧ୍ୟବାଧକରେ ଏହି ନାଳ ପାଣି ପିଇ ରୋଗକୁ ନିମନ୍ତ୍ରଣ କରୁଛନ୍ତି ଏହି ନିରୀହ ଆଦିବାସୀ ମାନେ।

ଅନ୍ୟପକ୍ଷେ ଉପରିସ୍ଥ ଅଧିକାରୀ ଏବଂ ପଞ୍ଚାୟତ କର୍ମଚାରୀ ମାନେ ଏସମ୍ପର୍କରେ କ୍ୟାମେରା ଆଗରେ ମୁହଁ ନଖୋଲିବା ସହିତ ସମ୍ପୂର୍ଣ୍ଣ ରୂପେ ନିରବଦ୍ରଷ୍ଟା ସାଜିଛନ୍ତି। ତେବେ ଦେଖିବାର ବିଷୟ କେବେ ଏହି ଲୋକେ ପିଇବା ପାଇଁ ଟିକିଏ ଭଲ ପାଣି ପାଇବେ। ପ୍ରଶାସନିକ ଅଧିକାରୀମାନେ ତୁରନ୍ତ ଏଦିଗରେ ପଦକ୍ଷେପ ନେଲେ କିଛି ନିରୀହ ଆଦିବାସୀ ଙ୍କ ଜୀବନ ବଞ୍ଚି ପାରନ୍ତା।

ଆନନ୍ଦପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.