ETV Bharat / state

Repolling: ବିଞ୍ଝବାହାଳ ପଞ୍ଚାୟତରେ ପୁନଃ ନିର୍ବାଚନ, ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

author img

By

Published : Feb 23, 2022, 12:53 PM IST

Updated : Feb 23, 2022, 1:10 PM IST

ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଦେଇଥିବା ହିଂସାକୁ ନେଇ ୪୯ଟି ବୁଥରେ ମତଦାନକୁ ବାତିଲ କରାଯାଇଥିଲା । କେନ୍ଦୁଝର ଜିଲ୍ଲା ବିଞ୍ଝବାହାଳ ପଞ୍ଚାୟତରେ ମଧ୍ୟ ପୁନଃ ଭୋଟ ଗ୍ରହଣ ହେଉଛି । ଅଧିକ ପଢନ୍ତୁ

କେନ୍ଦୁଝର ବିଞ୍ଝବାହାଳ ପଞ୍ଚାୟତରେ ପୁନଃ ନିର୍ବାଚନ, ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ
କେନ୍ଦୁଝର ବିଞ୍ଝବାହାଳ ପଞ୍ଚାୟତରେ ପୁନଃ ନିର୍ବାଚନ, ଶାନ୍ତି ଶୃଙ୍ଖଳା ସହ ଚାଲିଛି ମତଦାନ

କେନ୍ଦୁଝର: ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଦେଖାଦେଇଥିବା ହିଂସାକୁ ନେଇ ୪୯ଟି ବୁଥରେ ବାତିଲ କରାଯାଇଥିଲା ମତଦାନ । ତେବେ ଆଜି ସେହି ସ୍ଥାନ ଗୁଡ଼ିକରେ ସାନି ନିର୍ବାଚନ ଚାଲୁଛି । ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲ୍ଲାରେ ଚାଲିଛି ସାନି ମତଦାନ ।

Repolling: ବିଞ୍ଝବାହାଳ ପଞ୍ଚାୟତରେ ପୁନଃ ନିର୍ବାଚନ, ଶାନ୍ତି ଶୃଙ୍ଖଳାରେ ଚାଲିଛି ମତଦାନ

ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ସମୟରେ ସରପଞ୍ଚ ଭୋଟରେ ଅନିୟମିତତା ଅଭିଯୋଗକୁ ନେଇ ବିଞ୍ଝବାହାଳ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ପୁନଃ ଭୋଟ ଗ୍ରହଣ କରାଯାଉଛି । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର କଣ୍ଟାବାହାଳ ୧ ନମ୍ବର ବୁଥରେ ସାନି ମତଦାନ ଚାଲିଛି ।

୧୦ ଜଣ ସରପଞ୍ଚ ପ୍ରାର୍ଥୀ ଏଠାରେ ପ୍ରତିଦ୍ଵନ୍ଦିତା କରୁଥିବା ବେଳେ ଏଠାରେ ୨୭୭ ଜଣ ଭୋଟର ପୁନଃ ମତଦାନ କରୁଛନ୍ତି । ପୋଲିସ ତଥା ପ୍ରଶାସନ ପକ୍ଷରୁ ଏଠାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶାନ୍ତି ଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଜାରି ରହିଛି।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

Last Updated : Feb 23, 2022, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.