ETV Bharat / state

କେନ୍ଦୁଝର ମୋ ରାଜନୀତି ଜୀବନର ଏନ୍ତୁଡି ଶାଳ: ମନମୋହନ ସାମଲ

author img

By ETV Bharat Odisha Team

Published : Sep 9, 2023, 12:55 PM IST

ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କେନ୍ଦୁଝର ମୋ ରାଜନୀତି ଜୀବନର ଏନ୍ତୁଡି ଶାଳ ବୋଲି କହିଲେ ବିଜେପି ସଭାପତି । ଅଧିକ ପଢନ୍ତୁ

manmohan samal visit keonjhar
manmohan samal visit keonjhar

manmohan samal visit keonjhar

କେନ୍ଦୁଝର: ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଆରମ୍ଭ ହୋଇଥିବା 'ମୋ ମାଟି ମୋ ଦେଶ' ଅଭିଯାନ କେନ୍ଦୁଝରରେ ଆରମ୍ଭ ହୋଇଯାଇଛି । ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସି ଏହି ଅଭିଯାନ ଶୁଭାରମ୍ଭ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମେ ଘଟଗାଁରେ ବିଜେପି ସଭାପତିଙ୍କୁ ଭବ୍ୟ ସ୍ବାଗତ କରାଯିବା ପରେ ଘଷିପୁରା ନିର୍ବାଚନ ମଣ୍ଡଳୀର ସମୀକ୍ଷା କରିଥିଲେ। ଏହାପରେ ରାଜ୍ୟ ସଭାପତିଙ୍କୁ ପାଟଣା ନିର୍ବାଚନ ମଣ୍ଡଳୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଅଛି । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନର ପାଟଣା ବ୍ଲକ ମଲିପଶି ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ।

ଏହା ମଧ୍ୟ ପଢନ୍ତୁ-'ମୋ ମାଟି ମୋ ଦେଶ' କାର୍ଯ୍ୟକ୍ରମରେ ଖୋର୍ଦ୍ଧାରୁ ମାଟି ସଂଗ୍ରହ କଲେ ଧର୍ମେନ୍ଦ୍ର ପ୍ରଧାନ

ମନମୋହନ ସାମଲ ୫ ହଜାରରୁ ଉର୍ଦ୍ଧ୍ବ କର୍ମୀଙ୍କୁ ନେଇ ପାଟଣାନଗରରେ ପଦଯାତ୍ରା କରିଥିଲେ । ପରେ ସାହାର ପଡ଼ା ବ୍ଲକର ଶହୀଦ ହେମନ୍ତ ମହାନ୍ତଙ୍କ ସ୍ମୃତି ସ୍ତମ୍ଭକୁ ଯାଇ ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ମାଟି ସଂଗ୍ରହ କରିଥିଲେ । ପାଟଣା ନଗର ପଦଯାତ୍ରାରେ ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ଓ ଯୁବତୀ ମାନେ ଅମୃତ ବାଟିକା ପାଇଁ ମାଟି ସଂଗ୍ରହ କରିଥିଲେ । ପରେ ସନ୍ଧ୍ୟାରେ କେନ୍ଦୁଝର ସହର ଗୋବିନ୍ଦପୁର ଠାରେ ଆଉ ଏକ ବାଇକ ରାଲିରେ ରାଜ୍ୟ ସଭାପତି ସହର ପରିକ୍ରମା କରିଥି ୬ ନମ୍ବର ୱାର୍ଡ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ 'ମୋ ମାଟି ମୋ ଦେଶ ଅଭିଯାନ', ମାଟି ସଂଗ୍ରହ କଲେ ଜୁଏଲ୍‌ ଓରାମ

ପରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ସଦର ନିର୍ବାଚନ ମଣ୍ଡଳୀ ପକ୍ଷରୁ କାର୍ଯ୍ୟକର୍ତ୍ତା ବୈଠକ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କେନ୍ଦୁଝର ଜିଲ୍ଲା ମୋ ରାଜନୀତି ଜୀବନର ଏନ୍ତୁଡି ଶାଳ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରକାଶ କରିଥିଲେ। ଜିଲ୍ଲାର ଉନ୍ନତି ପାଇଁ ସବୁବେଳେ ମୁଁ ଚେଷ୍ଟା କରିବା ସହ କର୍ମୀଙ୍କୁ ଆଗାମୀ ନିର୍ବାଚନ ବୁଥ ସ୍ତରରୁ ଲଢ଼ିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତଙ୍କ ନେତୃତ୍ବରେ ହୋଇଥିବା କାର୍ଯ୍ୟକ୍ରମରେ ସଦର ବିଧାୟକ ତଥା ବିରୋଧୀ ଦଳ ନେତା ମୋହନ ଚରଣ ମାଝି, କେନ୍ଦୁଝର ପୌରପାଳିକା ଅଧ୍ୟକ୍ଷାସହ ସମସ୍ତ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ଆଜି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଚମ୍ପୁଆ ଓ ହାଟଡିହି ନିର୍ବାଚନ ମଣ୍ଡଳୀ କାର୍ଯ୍ୟକ୍ରମ ରହିଛି।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.