ETV Bharat / state

ଦର ବୃଦ୍ଧି ବିରୋଧରେ ଖଞ୍ଜଣୀ ମାଡ଼ କରି କଂଗ୍ରେସର ପ୍ରତିବାଦ

author img

By

Published : Jul 7, 2021, 6:45 PM IST

ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧି ସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ବିରୋଧରେ କଂଗ୍ରେସ ଖଞ୍ଜଣୀ ବଜାଇ ଅଭିନବ ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

ଦର ବୃଦ୍ଧି ବିରୋଧରେ ଖଞ୍ଜଣୀ ମାଡ଼ କରି କଂଗ୍ରେସର ପ୍ରତିବାଦ
ଦର ବୃଦ୍ଧି ବିରୋଧରେ ଖଞ୍ଜଣୀ ମାଡ଼ କରି କଂଗ୍ରେସର ପ୍ରତିବାଦ

କେନ୍ଦୁଝର: ଦିନକୁ ଦିନ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମାତ୍ରାଧିକ ଦର ବୃଦ୍ଧି ହେଉଛି । ଏହାର ପ୍ରଭାବରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଇଛି । କଂଗ୍ରେସ ଏହାର ପ୍ରତିବାଦ କରିବା ସହ ଧାନର ସହାୟକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ମଣ୍ଡିରୁ ତୁରନ୍ତ ଚାଷୀଙ୍କ ଧାନ ଉଠାଇବା ଦାବି କରିଛି ।

ଦର ବୃଦ୍ଧି ବିରୋଧରେ ଖଞ୍ଜଣୀ ମାଡ଼ କରି କଂଗ୍ରେସର ପ୍ରତିବାଦ

ଏନେଇ ଆଜି(ବୁଧବାର) କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ସଦର ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଭିନବ ଉପାୟରେ ଖଞ୍ଜଣୀ ମାଡ଼ କରି ପ୍ରତିବାଦ କରିଛି କଂଗ୍ରେସ । ଏହି ବିକ୍ଷୋଭ ପ୍ରଦର୍ଶନରେ କେନ୍ଦ୍ରର ମୋଦି ସରକାର ଉପରେ ବର୍ଷିଥିଲେ କଂଗ୍ରେସର ଅନ୍ୟ ନେତାମାନେ । ଆଗାମୀ ଦିନରେ ବିଭିନ୍ନ ଉପାୟରେ କଂଗ୍ରେସ ତା’ର ବିରୋଧକୁ ଜୋରଦାର କରିବ ବୋଲି ଜିଲ୍ଲା କଂଗ୍ରେସ କହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.